anita-das1

ଆରପାରିରେ ଅନୀତା ଦାସ

171

କଟକ, ୧୧ା୫(ବୁ୍ୟରୋ): ଓଡିଆ ସିନେ ଜଗତର ପ୍ରଖ୍ୟାତ ଅଭିନେତ୍ରୀ ଅନୀତା ଦାସଙ୍କର ଆଜି ହୃଦ୍ଘାତରେ କଟକସ୍ଥିତ ସେଲ୍ଟରଛକ ବାସଭବନରେ ପରଲୋକ ହୋଇଯାଇଛି । ମୃତୁ୍ୟବେଳକୁ ତାଙ୍କୁ ୬୭ବର୍ଷ ହୋଇଥିଲା । କଟକର ଏକ ଘରୋଇ ଡାକ୍ତରଖାନାରେ କିଛି ଦିନ ହେବ ସେ ଚିକିତ୍ସିତ ହେଉଥିଲେ । ସେ ଅବିବାହିତା ଥିଲେ । ମୃତୁ୍ୟଶଯ୍ୟା ନିକଟରେ ତାଙ୍କ ନିକଟ ସମ୍ପର୍କୀୟ ତଥା ଆତ୍ମୀୟସ୍ୱଜନ ଉପସ୍ଥିତ ଥିଲେ । ଏହି ଖବର ପ୍ରଚାରିତ ହେବା କ୍ଷଣି ଓଡିଆ ଓଡ଼ିଆ ଚଳଚ୍ଚିତ୍ର ଓ ଟିଭି ଧାରାବାହିକ ସହ ସମ୍ପୃକ୍ତ ବହୁ ପ୍ରଯୋଜକ, ନିଦେ୍ର୍ଦଶକ, କଳାକାର, ଟେକ୍ନିସିଆନ୍, ଗୀତିକାର, ସଂଳାପକାର, ରାଜନେତା ତଥା ସାଧାରଣଲୋଙ୍କ ତାଙ୍କ ବାସଭବନକୁ ଯାଇ ତାଙ୍କର ଶେଷ ଦର୍ଶନ କରିଥିଲେ । ତେବେ ସେ ମା’ଭୂମିକାରେ ନିଖୁଣ ଅଭିନୟ କରି ଏକ ନିଆରା ପରିଚୟ ହାସଲ କରିଥିଲେ । ପାଖାପାଖି ଶହେରୁ ଊଦ୍ଧ୍ୱର୍ ଫିଲ୍ମରେ ସେ ଅଭିନୟ କରିଛନ୍ତି । ତାଙ୍କ ମୃତୁ୍ୟ ଖବରରେ ଓଡ଼ିଆ ସିନେ ଜଗତରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି । ସେ ଥିଲେ ଓଡ଼ିଆ ସିନେ ଇଣ୍ଡଷ୍ଟି୍ରର ମା’ । ଏହାଛଡା ହିନ୍ଦୀ ତଥା ତେଲୁଗୁ ଫିଲ୍ମରେ ମଧ୍ୟ ତାଙ୍କର ଜୀବନ୍ତ ଅଭିନୟ ଖୁବ୍ ହୃଦୟସ୍ପର୍ଶୀ । ପୁଅ ମୋର କଳାଠାକୁର, କି ହେବ ଶୁଆ ପୋଷିଲେ, ସ୍ୱପ୍ନ ସାଗର ଭଳି ଫିଲ୍ମରେ ତାଙ୍କର ଚମକ୍ରାର ଅଭିନୟ ସତରେ ଅବିସ୍ମରଣୀୟ । ତାଙ୍କ ଅଭିନୀତ ପ୍ରଥମ ଫିଲ୍ମ ଯାଯାବର ସୁପରହିଟ୍ ହେବା ପରେ ସେ ଆଉ ପଛକୁ ଫେରି ଚାହଁନଥିଲେ । ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଦର୍ଶକଙ୍କ ସମ୍ମୁଖରେ ଭେଟି ଦେଇଥିଲେ । ପାପପୁଣ୍ୟ, ମୋ ଜଗାବଳିଆ, ଫୁଲ ଚନ୍ଦନ, କାବୁଲା ବାରବୁଲା ଆଦି ଅନେକ ଫିଲ୍ମ । ନିଜର ମନଛୁଆଁ ଅଭିନୟ ପାଇଁ ତାଙ୍କୁ ଅନେକ ଥର ପୁରସ୍କାରରେ ସମ୍ମାନିତ କରାଯାଇଛି । ବଡ ପରଦା ଭଳି ଛୋଟ ପରଦା ତଥା ଭଜନ ଓ ଆଲବମ୍ରେ ନିଜ ଅଭିନୟର ଯାଦୁ ଦେଖାଇଛନ୍ତି ଅନୀତା । ଅନୀତଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି ଯେ ଓଡିଆ ଚଳଚ୍ଚିତ୍ର ଟିଭି ଦୁନିଆ ପ୍ରତି ତାଙ୍କର ଅବଦାନ ସର୍ବଦା ଚୀରସ୍ମରଣୀୟ ହୋଇରହିବ । ମୁଖ୍ୟମନ୍ତ୍ରୀ ତାଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି ।
ତାଙ୍କ ମୃତୁ୍ୟ ଖବର ପାଇବା ପରେ ଓଲିଉଡ୍ ଇଣ୍ଡଷ୍ଟି୍ରର ନାମୀଦମୀ କଳାକାରମାନେ ନିଜ ନିଜ ପ୍ରତିକ୍ରିୟା ରଖିଛନ୍ତି । ଅଭିନେତ୍ରୀ ମହେଶ୍ୱତା ରାୟ କହନ୍ତି ଅନୀତା ଆଉ ଆମ ଗହଣରେ ନାହାଁନ୍ତି ମୁଁ ଆଦୌ ବିଶ୍ୱାସ କରିପାରୁନାହିଁ । ଆମ ଦୁହେଁ ପରସ୍ପର ଖୁବ୍ ନିକଟତର ଥିଲୁ । ମା ଓ ମମତା ଚଳଚ୍ଚିତ୍ରରୁ ମୁଁ ତାଙ୍କ ସହ କ୍ୟାରିଅର ଆରମ୍ଭ କରିଥିଲି । ସେ ଥିଲେ ଖୁବ୍ ଭଦ୍ର, ସରଳ ତଥା ନିରୀହ ସ୍ୱଭାବର । ତାଙ୍କ ସହ ଅଭିନୟ କରିବାର ଭରପୁର ମଜା ଉଠାଉଥିଲି ମୁଁ । ଆଉ ସ୍ୱପ୍ନ ସାଗରରେ ତାଙ୍କର ଜୀବନ୍ତ ଅଭିନୟ ଆଦø ଭୁଲି ହେବ ନାହିଁ । ସେହିଭଳି ଅଭିନେତା ମିହିର ଦାସ କହିଛନ୍ତି ଓଡ଼ିଆ ସିନେ ଜଗତ ପାଇଁ ଏହା ଏକ ଅପୂରଣୀୟ କ୍ଷତି । ତାଙ୍କ ସ୍ଥାନ ଆଉ କେହି ନେଇପାରିବେ ନାହିଁ । ଅନ୍ୟପକ୍ଷରେ ବରିଷ୍ଠ ଅଭିନେତ୍ରୀ ନମ୍ରତା ଦାସ କହିଛନ୍ତି ଯେ ତାଙ୍କ ମୃତୁ୍ୟ ଖବର ପାଇଁ ମୁଁ ଖୁବ୍ ମର୍ମାହତ । ସେ ଥିଲେ ଓଡ଼ିଉଡ୍ ସିନେ ଇଣ୍ଡଷ୍ଟି୍ରର ମାଆ । ଅନୀତା ଚାଲିଯାଇନାହାଁନ୍ତି ଯେ ଓଲିଉଡ୍ର ମାଆ ଚାଲିଯାଇଛନ୍ତି । ସେହିଭଳି ଅଭିନେତା ଅଜିତ୍ ଦାସ, ଆକାଶ ଦାସ ନାୟକ, ଶ୍ରୀତମ ଦାସ ପ୍ରମୁଖ ବହୁ କଳାକାର ଅନୀତାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ।

ସେଆର କରନ୍ତୁ:



Powered by odothemes.com