pratap-jena

ନିରାମୟ ଯୋଜନାରେ ୩କୋଟିରୁ ଊଦ୍ଧ୍ୱର୍ ଉପକୃତ

148

ସ୍ୱାସ୍ଥ୍ୟ ବିଭାଗରେ ସଂସ୍କାର
ଭୁବନେଶ୍ୱର (ବୁ୍ୟରୋ): ରାଜ୍ୟର ସମସ୍ତ ଜନସାଧାରଣଙ୍କୁ ବିନାମୂଲ୍ୟରେ ଔଷଧ ଯୋଗାଇବାକୁ ରାଜ୍ୟ ସରକାର ପ୍ରାଥମିକତା ଦେଇଛନ୍ତି । ଏହି କ୍ରମରେ ଗତ ୪ବର୍ଷ ମଧ୍ୟରେ ସରକାର ନିରାମୟ ଯୋଜନାରେ ୫ଶହ କୋଟି ଟଙ୍କାର ଔଷଧ ବିତରଣ କରିଛନ୍ତି । ଏହାଦ୍ୱାରା ରାଜ୍ୟର ୩ କୋଟିରୁ ଊଦ୍ଧ୍ୱର୍ ଲୋକ ଉପକୃତ ହୋଇପାରିଛନ୍ତି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି । ସେହିଭଳି ଗତ ୪ବର୍ଷ ମଧ୍ୟରେ ରାଜ୍ୟ ଅଧିନସ୍ତ ନ୍ୟାୟାଳୟ ଗୁଡ଼ିକ ଦ୍ୱାରା ଆପାତତଃ ୧୭ ଲକ୍ଷ ୧୨ ହଜାର ମାମଲା ଫଇସଲା ହୋଇପାରିଛି ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି । ବୁଧବାର ଜୟଦେବ ଭବନ ପରିସରରେ ଥିବା ଗୀତଗୋବିନ୍ଦ ହଲ୍ରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଜେନା କହିଛନ୍ତି ଯେ, ୨୦୧୪ ନିର୍ବାଚନୀ ଇସ୍ତାହାରର ପ୍ରତିଶ୍ରୁତି ପାଳନ ପୂର୍ବକ ବିଭାଗ କେତେ କାର୍ଯ୍ୟକାରୀ କରିଛି, ସେ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ଆଇନ ବିଭାଗର ସମୀକ୍ଷା କରିଥିଲେ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଗତ ୪ବର୍ଷ ମଧ୍ୟରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ସ୍ୱାସ୍ଥ୍ୟବୀମାକୁ ସାର୍ବଜାନୀନ କରିବା ନିମନ୍ତେ ରାଜ୍ୟ ସରକାର ବିଜୁ କୃଷକ କଲ୍ୟାଣ ଯୋଜନା, ଓଡିÿଶା ରାଜ୍ୟ ଚିକିତ୍ସା ପାଣ୍ଠି, ରାଷ୍ଟ୍ରିୟ ସ୍ୱାସ୍ଥ୍ୟବୀମା ଓ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ଭଳି ଯୋଜନା ମାଧ୍ୟମରେ ପ୍ରାୟ ୭୦ ଲକ୍ଷ ପରିବାରଙ୍କ ନିମନ୍ତେ ୮ ଶହ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ସେହିଭଳି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ହୋଇଥିବା ସମସ୍ତ ବିକାଶମୂଳକ ପଦକ୍ଷେପ ମଧ୍ୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ରାଜ୍ୟରେ ୪ଟି ନୂତନ ମେଡିକାଲ୍ କଲେଜ ପ୍ରତିଷ୍ଠା । ଏଥିନିମନ୍ତେ ୬ଶହ କୋଟି ଟଙ୍କା ବ୍ୟୟ କରାଯାଇଛି । ସ୍ୱାସ୍ଥ୍ୟସେବା ଦିଗରେ ମାନବ ସମ୍ବଳ ବିକାଶକୁ ଗୁରୁତ୍ୱ ପ୍ରଦାନ କରି ରାଜ୍ୟ ସରକାର ୨୬୬୨ଟି ନୂତନ ଡାକ୍ତର ପଦବୀ ଓ ୫୭୧୯ଟି ପାରାମେଡିକାଲ୍ ପଦବୀ ସୃଷ୍ଟି କରିଛନ୍ତି । ଆଶା କଲ୍ୟାଣ ଯୋଜନାରେ ଆଶାମାନଙ୍କ ସାମାଜିକ ସୁରକ୍ଷା ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଇଛି । ତେବେ ବିଭାଗୀୟ ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେଡିକାଲ୍ କଲେଜରେ ଖାଲି ପଡ଼ିଥିବା ପଦବୀ ଯଥାଶୀଘ୍ର ପୂରଣ କରିବା ଲାଗି ନିଦେ୍ର୍ଦଶ ଦେଇଥିବା ଶ୍ରୀ ଜେନା କହିଛନ୍ତି ।
ସେହିଭଳି ଆଇନ ବିଭାଗ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଜେନା କହିଛନ୍ତି, ଗତ ୪ବର୍ଷ ମଧ୍ୟରେ ୩୮ଠ୮ଟି ଲୋକଅଦାଲତ ଅନୁଷ୍ଠିତ ହୋଇ ପ୍ରାୟ ୨୩ ଲକ୍ଷ ୧୭ ହଜାର ମାମଲା ଫଇସଲା ହୋଇଛି । ଏଥିରେ ମୋଟ ଦୁର୍ଘଟଣାରେ ପୀଡ଼ିତ ବ୍ୟକ୍ତିଙ୍କୁ କ୍ଷତିପୂରଣ ବାବଦରେ ୪୮୦କୋଟି ଟଙ୍କା ପ୍ରଦାନ କରାଯାଇଛି । ଏଥିସହ ଜରିମାନା ଆକାରରେ ୫୦ କୋଟି ୯୪ ଲକ୍ଷ ଟଙ୍କା ଆଦାୟ ହୋଇ ରାଜ୍ୟ ରାଜକୋଷରେ ଜମା ହୋଇଛି । ବିଗତ ୪ବର୍ଷ ମଧ୍ୟରେ ରାଜ୍ୟ ଅଧ୍ୟସ୍ତନ ନ୍ୟାୟାଳୟ ଦ୍ୱାରା ଆପାତତଃ ୧୭ ଲକ୍ଷ ୧୨ ହଜାର ମାମଲା ଫଇସଲା ହୋଇପାରିଛି । ସେହିଭଳି ଉଚ୍ଚନ୍ୟାୟାଳୟର ପରାମର୍ଶ କ୍ରମେ ୨୨୦ ଟି ବିଭିନ୍ନ ବର୍ଗର ନ୍ୟାୟାଳୟ ପ୍ରତିଷ୍ଠା କରାଯିବା ସହ ୨୭୯ ଜଣ ନ୍ୟାୟିକ ଅଧିକାରୀଙ୍କୁ ନିଯୁକ୍ତି ମିଳିଛି । ରାଜ୍ୟରେ ଥିବା ୩୧୪ବ୍ଲକ୍ରୁ ୧୯୯ଟି ବ୍ଲକ୍ରେ ସିଭିଲ୍ ଜଜ୍ ତଥା ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ ପ୍ରଥମ ଶ୍ରେଣୀ ନ୍ୟାୟାଳୟ ସ୍ଥାପନ କରାଯାଇଛି । ଖୁବ୍ଶୀଘ୍ର ପର୍ଯ୍ୟାୟ କ୍ରମେ ୧୧୫ଟି ବ୍ଲକ୍ରେ ନ୍ୟାୟାଳୟମାନ ପ୍ରତିଷ୍ଠା କରାଯିବ ବୋଲି ବିଭାଗୀୟ ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ।

ସେଆର କରନ୍ତୁ:



Powered by odothemes.com