୨୫ବାଛୁରି ଉଦ୍ଧାର, ୩ଜଣ ଆହତ | ସର୍ବସାଧାରଣ ଖବରକାଗଜ

୨୫ବାଛୁରି ଉଦ୍ଧାର, ୩ଜଣ ଆହତ

30

ଅଟୋକୁ ଧକ୍କା ଦେଲା ଚୋରା ଗୋରୁ ଗାଡ଼ି
ପିପିଲି (ଆପ୍ର): ସୋମବାର ଭୋର୍ରେ ପିପିଲି ନିକଟ ତରାକାଜରେ ପରିବା ନେଇ ଭୁବନେଶ୍ୱର ଯାଉଥିବା ଅଟୋକୁ ଚୋରା ଗୋରୁ ଚାଲାଣ ଗାଡ଼ି ପଛରୁ ଧକ୍କା ଦେଇଥିଲା । ଫଳରେ ୩ଜଣ ଗୁରୁତର ହୋଇଥିବାବେଳେ ଗୋଟିଏ ବାଛୁରିର ମୃତୁ୍ୟ ଘଟିଛି ଓ ୨୫ରୁ ଊଦ୍ଧ୍ୱର୍ ବାଛୁରି ଉଦ୍ଧାର ହୋଇଥିବା ଜଣାପଡ଼ିଛି ।
ସୂଚନା ମୁତାବକ, ପୁରୁଷଣ୍ଢପୁରର ବୈଷ୍ଣବ ସାହୁ(୫୫) ଦୁଇପୁଅ ଯୋଗେନ୍ଦ୍ର(୩୨) ଓ ରାଜେନ୍ଦ୍ର (୨୫)ଙ୍କ ସହିତ ଏକ ଡାଲାଅଟୋରେ ପରିବା ବିକ୍ରି କରିବାକୁ ଭୁବନେଶ୍ୱର ଯାଉଥିଲେ । ପିପିଲି ନିକଟ ତରାକାଜ ଓଭରବ୍ରିଜ୍ରେ ଦ୍ରୁତ ଗତିରେ ଆସୁଥିବା ଏକ ଚୋରା ଗୋ-ଚାଲାଣ ଗାଡି ପଛରୁ ଅଟୋକୁ ଧକ୍କା ଦେଇଥିଲା । ଫଳରେ ଭାରସାମ୍ୟ ହରାଇ ଅଟୋଟି ଓଲଟି ପଡ଼ିବାରୁ ବୈଷ୍ଣବଙ୍କ ସହ ଦୁଇପୁଅ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ପିପିଲି ମେଡିକାଲ୍ ଆଣିଥିଲେ । ମାତ୍ର ଅବସ୍ଥା ସଂକଟାପର୍ଣ୍ଣ ଥିବାରୁ ଭୁବନେଶ୍ୱରସ୍ଥିତ ଏକ ମେଡିକାଲ୍କୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି । ଗୋ-ଚାଲାଣ ଗାଡ଼ି ଡ୍ରାଇଭର୍ ଘଟଣାସ୍ଥଳରୁ ଚମ୍ପଟ ମାରିଥିବାବେଳେ ୨୫ରୁ ଊଦ୍ଧ୍ୱର୍ ବାଛୁରୀକୁ ଉଦ୍ଧାର କରାଯାଇ ସାକ୍ଷିଗୋପାଳସ୍ଥିତ ଗୋ-ଶାଳାକୁ ପଠାଯାଇଛି । ମାତ୍ର ଗୋଟିଏ ବାଛୁରୀ ମୃତୁ୍ୟବରଣ କରିଥିବା ଜଣାପଡ଼ିଛି । ଖବରପାଇ ପିପିଲି ଥାନା ଏଏସ୍ଆଇ ବିଦ୍ୟାଧର ଭୋଳ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ଦୁଇଟିକୁ ଜବତ କରି ତଦନ୍ତ ଚଲାଇଛନ୍ତି ।




Powered by odothemes.com