NALA-KUPA-DABI

ନୂତନ ନଳକୂପ ଖନନ ଦାବି

210

ଅନୁଗୁଳ,୭ା୫(ଆପ୍ର): ଅନୁଗୁଳ ବ୍ଲକ ଅନ୍ତର୍ଗତ ଅଙ୍ଗାରବନ୍ଧ ଗ୍ରା.ପ. ର ବାରସିଂହା ଗ୍ରାମରେ ଜଳକଷ୍ଟ ଦେଖାଦେଇଛି । ଗାଁର ଦାମୋଦର ସାହିରେ ୨୦୦ରୁ ଅଧିକ ଲୋକ ବାସ କରୁଥିବା ବେଳେ ମାତ୍ର ଗୋଟିଏ ନଳକୂପ ଅଛି । ଯାହା ଏବେ ଅଳ୍ପ ପରିମାଣର ଜଳ ଦେଉଥିବାରୁ ସାହିବାସିନ୍ଦା ଜଳକଷ୍ଟ ପାଉଛନ୍ତି । ଏଣୁ ଜଳକଷ୍ଟର ସମାଧାନ ପାଇଁ ଏକ ନୂତନ ନଳକୂପ ଖନନ କରାଇବାକୁ ସୋମବାର ସାହିର ୫୦ରୁ ଅଧିକ ମହିଳା ଓ ପୁରୁଷ ଅନୁଗୁଳ ବ୍ଲକ ଅଫିସକୁ ଆସି ବି.ଡି.ଓ.ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ତୁରନ୍ତ ନଳକୂପ ଖୋଳା ନଗଲେ ଆନେ୍ଦାଳନ ତୀବ୍ର କରାଯିବ ବୋଲି ସେମାନେ ଚେତାବନି ଦେଇଛନ୍ତି । ଏଠାରେ ପ୍ରକାଶ ଥାଉକି ଏହି ଗ୍ରାମକୁ ପାଇପ୍ ଜଳ ଯୋଗାଣ ପାଇଁ ବହୁଦିନରୁ ଦାବି କରାଯାଉଥିଲେ ମଧ୍ୟ ରାଜନୈ÷ତିକ ଆକ୍ରୋଶର ଶିକାର ହୋଇ ଗ୍ରାମବାସୀ ଜଳକଷ୍ଟ ଭୋଗୁଛନ୍ତି ଓ ପାଇପ ଜଳ ଏହି ଗ୍ରାମବାସୀଙ୍କ ପାଇଁ ଦିବାସ୍ୱପ୍ନ ପାଲଟି ଯାଇଛି ।




Powered by odothemes.com