ଆଜି ମାଟ୍ରିକ ପରୀକ୍ଷା ଫଳ

147

କଟକ,୬ା୫(ବୁ୍ୟରୋ): ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ବର୍ଷର ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଫଳ ଆସନ୍ତା କାଲି ପୂର୍ବାହ୍ନରେ ୯ଟାରେ ପ୍ରକାଶ ପାଇବ । ଏଥି ସହିତ ସେହିଦିନ ମଧ୍ୟମା ସଂସ୍କୃତ ପରୀକ୍ଷା,ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷା-୨୦୧୮(ପ୍ରଥମଭାଗ) ପରୀକ୍ଷା ଫଳ ପ୍ରକାଶ ପାଇବ । ବୋର୍ଡର କଟକସ୍ଥିତ କେନ୍ଦ୍ରୀୟ କାର୍ଯ୍ୟାଳୟରେ ପରୀକ୍ଷାଫଳ ପୂର୍ବାହ୍ନରେ ୯ଟାବେଳେ ପ୍ରକାଶ ପାଉଥିବା ବେଳେ ମଧ୍ୟାହ୍ନ ୧୨ଟାରେ ବୋର୍ଡ ୱେବସାଇଟ-ଙ୍ଗଙ୍ଗଙ୍ଗ.ଭଗ୍ଦରକ୍ଟୟସଗ୍ଦଷବ.ବମ.ସଦ୍ଭ/ ଙ୍ଗଙ୍ଗଙ୍ଗ.ଭଗ୍ଦରକ୍ଟୟସଗ୍ଦଷବ.ଦ୍ଭସମ.ସଦ୍ଭରେ ଉପଲବ୍ଧ ହେବ । ଏହାଛଡା ଏସ୍ଏମ୍ଏସ୍ ମାଧ୍ୟମରେ ମଧ୍ୟ ପରୀକ୍ଷା ଫଳ ଜାଣି ହେବ । ଙଜ୧୦ଲେଖି ସ୍ପେସ୍ ଦେଇ ରୋଲ୍ନମ୍ବର ଲେଖି ୫୬୭୬୭୫୦କୁ ପଠାଇଲେ ଫଳ ଜଣାପଡିବ । କାଲି ଅପରାହ୍ନରେ ୨ଟାରେ ବୋର୍ଡ ୱେବସାଇଟ୍ରେ ମଧ୍ୟ ଓଏମ୍ଆର ସିଟ୍ ଦେଖି ହେବ । ବୋର୍ଡର ହେଲ୍ପ ଲାଇନ ନମ୍ବର ୦୬୭୧-୨୪୧୨୦୫୯/୨୪୧୨୦୬୦ ନମ୍ବରରେ ପରୀକ୍ଷା ଫଳ ଜନିତ ଆପତ୍ତି ଅଭିଯୋଗ ଜଣାଇ ହେବ । ସେହିପରି କାଲିଠାରୁ ୧୩ ତାରିଖ ପର୍ଯ୍ୟନ୍ତ ବୋର୍ଡ କାର୍ଯ୍ୟାଳୟରେ ପୂର୍ବାହ୍ନ ୧୦ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଏକ କଣ୍ଟ୍ରୋଲ ରୁମ୍ କାର୍ଯ୍ୟ କରିବ । ଏଠାରେ ମଧ୍ୟ ଛାତ୍ରଛାତ୍ରୀ ମାନେ ପରୀକ୍ଷା ଫଳ ସମ୍ବନ୍ଧୀୟ ପରାମର୍ଶ ପାଇପାରିବେ । ଚଳିତ ବର୍ଷ ୬ଲକ୍ଷ ୮ ହଜାର ୬୫୯ ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଛନ୍ତି ।




Powered by odothemes.com