jajpur--gagar-patia-nala-ra-safei-karya-2

ଦୁର୍ନୀତି ସ୍ୱୀକାର କଲେ ମୁଖ୍ୟଯନ୍ତ୍ରୀ

49

ଡ୍ରେନେଜ୍ ବିଭାଗର ଅନିୟମିତତା
ଯାଜପୁର(ଆପ୍ର): ବିଞ୍ଝାରପୁର ଡ୍ରେନେଜ୍ ବିଭାଗରେ ମହାଦୁର୍ନୀତିକୁ ନେଇ ଏବେ ଠିକାଦାର ଓ ଯନ୍ତ୍ରୀ ହରଡ଼ଘଣାରେ । ବିଞ୍ଝାରପୁର ବ୍ଲକ୍ରେ ଚାଷୀଙ୍କୁ ଜଳ ଯୋଗାଇ ଦେବାପାଇଁ କୋଟି କୋଟି ଟଙ୍କା ବ୍ୟୟରେ ନାଳ ସଫେଇ କାର୍ଯ୍ୟ ଚାଲିଛି । ହେଲେ ଠିକାଦାରମାନେ ଯନ୍ତ୍ରୀଙ୍କ ସହ ସଲାସୁତୁରାରେ ନିମ୍ନମାନର କାର୍ଯ୍ୟ କରୁଥିବା ନେଇ ବାରମ୍ବାର ଅଭିଯୋଗ କରୁଥିଲେ । ଏପରିକି ଡ୍ରେନେଜ୍ ବିଭାଗ ଅଧୀନରେ ସେତୁ ନିର୍ମାଣ ନକରି ବିଲ୍ କରିନେବା, ଏଷ୍ଟିମେଟ ଅନୁଯାଇ ନାଳ ନଖୋଳି ଠିକାଦାର ମାନେ ମନଇଛା ନାଳ ସଫେଇ କରି କୋଟି କୋଟି ଟଙ୍କା ହରିଲୁଟ୍ କରୁଥିବା ନେଇ ଆଶଙ୍କା ପ୍ରକାଶ ପାଇଥିଲା । ସୂଚନା ଯୋଗ୍ୟ ଯେ ବିଞ୍ଝାରପୁର ବ୍ଲକ୍ ଡ୍ରେନେଜ୍ ବିଭାଗ ଅଧୀନରେ ଗାଗର ପାଟିଆ ନାଳ ସଫେଇ ପାଇଁ ୫କୋଟି ୩୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା । ଏଷ୍ଟିମେଟରେ ଗାଗର ପାଟିଆର ବେସ୍ ଖୋଳାନଯାଇ ନାମକୁ ମାତ୍ର ୩ରୁ ୪ମିଟର ଖୋଳି ଠିକାଦାର ବିଲ୍ କରି ନେଇଥିଲେ । ଏପରିକି ଗଭୀର ଓ ଉପର ଅଂଶରେ ମଧ୍ୟ ଖୋଳିବାରେ ଠକି ଚାଲିଥିଲେ । ଏ ସମ୍ପର୍କରେ ଅଭିଯୋଗ ହେବା ପରେ ଆଜି ଖୋଦ ଡ୍ରେନେଜ୍ ବିଭାଗ ମୁଖ୍ୟଯନ୍ତ୍ରୀ ପ୍ରତାପ ନାୟକ ଗାଗର ପାଟିଆ ପରିଦର୍ଶନ କରିଥିଲେ । ମୁଖ୍ୟଯନ୍ତ୍ରୀ ଅନୁଧ୍ୟାନ ସମୟରେ ସହକାରୀ ଯନ୍ତ୍ରୀ ଓ ଅନ୍ୟାନ୍ୟ କର୍ମଚାରୀ ଗାଗର ପାଟିଆର ଅଳ୍ପ କେତେକ ଅଂଶ ଦେଖାଇ ଭୁଲ୍ ତଥ୍ୟ ଦେବାକୁ ଉଦ୍ୟମ କରିଥିଲେ । ତଦନ୍ତ ସମୟରେ ବ୍ୟାପକ ଅନିୟମିତତା ହୋଇଥିବା ମୁଖ୍ୟଯନ୍ତ୍ରୀ ପରୋକ୍ଷରେ ସ୍ୱୀକାର କରିଛନ୍ତି । ମୁଖ୍ୟଯନ୍ତ୍ରୀ ଇଂ ପ୍ରତାପ ନାୟକଙ୍କ କହିବା ମୁତାବକ ଗାଗର ପାଟିଆରେ ଅନୀୟମିତତା ହୋଇଥିବାର ଦୃଷ୍ଟିକୁ ଆସିଛି । ସେଥିପାଇଁ ଠିକାଦାର ଓ ଯନ୍ତ୍ରୀଙ୍କୁ ତାଗିଦ କରାଯାଇଛି । ୧୫ ଦିନ ମଧ୍ୟରେ ଏଷ୍ଟିମେଟ ଅନୁଯାଇ କାର୍ଯ୍ୟ କରିବାକୁ ଠିକାଦାର ଓ ଯନ୍ତ୍ରୀଙ୍କୁ ନିଦେ୍ର୍ଦଶ ଦିଆଯାଇଛି । ମୁଖ୍ୟଯନ୍ତ୍ରୀଙ୍କ ସ୍ୱୀକାରୋକ୍ତି ପରେ ଯାଜପୁର ଡ୍ରେନେଜ ବିଭାଗର ଗୁମର ଫିଟିବାରେ ଲାଗିଛି । ସେହିପରି କୁଶଭଦ୍ରା ନାଳର ମଙ୍ଗରାସାହି ନିକଟରେ ହେବାକୁ ଥିବା ଫୁଟ୍ବି୍ରଜ୍କୁ ନିର୍ମାଣ କରାଯାଇନଥିବାରୁ ମୁଖ୍ୟଯନ୍ତ୍ରୀ ଅସନ୍ତୋଷ ପ୍ରକାଶ କରିଥିଲେ ।




Powered by odothemes.com