Untitled-1

ଯାଜପୁରରେ ସଡ଼କ ସୁରକ୍ଷା ସପ୍ତାହ

149

ଯାଜପୁର(ଆପ୍ର): ଯାଜପୁର ଗଣପତିପୁର ସ୍ଥିତ ଯୁବଶକ୍ତି କ୍ଳବ୍ ପକ୍ଷରୁ ସମ୍ବିତ ନାୟକଙ୍କ ନେତୃତ୍ୱରେ ମାନସାପୋହ୍ଲ ଛକ ଠାରେ ସଡ଼କ ସୁରକ୍ଷା ସଚେତନତା କରାଯାଇଛି । ସଚେତନତା ପାଇଁ ବ୍ୟାପକ ପ୍ରଚାରପତ୍ର ବଣ୍ଟନ କରାଯିବା ସହିତ ଟ୍ରାଫିକ୍ ନିୟମମାନି ଚଳିବା ଓ ହେଲମେଟ୍, ସିଟ୍ ବେଲ୍ଟ ବ୍ୟବହାର ଉପରେ ଗୁରୁତ୍ୱ ଦେଇଥିଲେ । ଯାଜପୁର ଥାନା ଅଧିକାରୀ ସୁଦୀପ୍ତ ସାହୁଙ୍କ ନେତୃତ୍ୱରେ ସହକର୍ମୀମାନେ ବିଭିନ୍ନ ଛକ, ଏନ୍ସିକଲେଜ, ମୋଟରଙ୍ଗାପାଳ, ବିରଜା ମନ୍ଦିର ପାଖ, ବଲ୍ଲଭୀଘାଟ ପ୍ରମୁଖ ସ୍ଥାନମାନଙ୍କରେ ଆଜି ବ୍ୟାପକ ଚେକିଂ କରାଯାଇଛି । ହେଲମେଟ୍ ବ୍ୟବହାର ନକରୁଥିବା ବ୍ୟକ୍ତିଙ୍କୁ ଜୋରିମାନା ଆଦାୟ କରାଯାଇଥିଲା । ବଡ଼ଚଣା: ଯାଜପୁର ଜିଲ୍ଲା ଚଣ୍ଡିଖୋଲ ବନ ଉପଖଣ୍ଡ ତରଫରୁ ୨୯ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ଚଣ୍ଡିଖୋଲ ସ୍ଥିତ ଟ୍ରାଫିକ ଥାନା ପରିସରରେ ପାଳିତ ହୋଇଛି । ଚଣ୍ଡିଖୋଲ ବନ ଉପଖଣ୍ଡ ଅଧିକାରୀ ଶଶୀକାନ୍ତ ବେହେରାଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଟ୍ରାଫିକ ଥାନା ଅଧିକାରୀ ଲକ୍ଷ୍ମୀନାରାୟଣ ମାରାଣ୍ଡି, ଅଗ୍ନୀଶମ ଅଧିକାରୀ ପ୍ରଭାକର ସାହୁ,ଗଡମଧୁପୁର ରାଣୀ ଅପର୍ଣ୍ଣା ସିଂହ, ଜିଲ୍ଲାପରିଷଦ ସଭ୍ୟା ବିନୋଦିନୀ ସାହୁ, ମହାବିନାୟକ ଟ୍ରକ ମାଲିକ ସଂଘ ସଭାପତି ପ୍ରଭାତ ଖିଲାର, ସଂପାଦକ ରଜନୀକାନ୍ତ କର, ସାମ୍ବାଦିକ ସମରେନ୍ଦ୍ର ମାହାଲା,ବିମଳ ପତି ଓ ଅବିନାଶ ଜେନା ପ୍ରମୁଖ ଯୋଗଦେଇ ସଡକ ସୁରକ୍ଷା ସପ୍ତାହ ପାଳନ ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଶ୍ରୀ ବେହେରାଙ୍କ ନେତୃତ୍ୱରେ ଦୁଇଶହରୁ ଊଦ୍ଧ୍ୱର୍ ଜନସାଧାରଣ ବିଭିନ୍ନ ସ୍ଳୋଗାନ ମାନ ଦେଇ ବିରାଟ ଶୋଭାଯାତ୍ରାରେ ଚଣ୍ଡିଖୋଲ ଛକ ପରିକ୍ରମା କରି ସଭାସ୍ଥଳରେ ପହଞ୍ଚିଥିଲେ । ଶୋଭାଯାତ୍ରାରେ ବିଭିନ୍ନ ସ୍ଳୋଗାନ ମାନ ଦିଆଯାଉଥିଲେ ମଧ୍ୟ ‘ହେଲମେଟ୍ ପିନ୍ଧିବାକୁ ମନାକଲ କାହିଁ, ସକାଳ ସିନ୍ଦୁର ମୋର ସଞ୍ଜକୁ ନାହିଁ’ ଶୀର୍ଷକ ସ୍ଳୋଗାନଟି ସାଧାରଣଲୋକଙ୍କ ଉପରେ ବେଶ ପ୍ରଭାବ ପକାଇଥିଲା । ଧର୍ମଶାଳା: ଧର୍ମଶାଳା ଥାନା ପୁଲିସ, ବଡଚଣା ପୁଲିସ ଓ ଲଘୁଖଣିଜ ପରିବହନ ମାଲିକ ସଂଘ ଯାଜପୁର ପକ୍ଷରୁ ମଳିତ ଆନୁକୂଲ୍ୟରେ ଶନିବାର ଦିନ ସଡକ ସୁରକ୍ଷା ସପ୍ତାହ ପାଳିତ ହୋଇଛି । ୧୬ ନମ୍ବର ଜାତୀୟ ରାଜପଥ ଚଣ୍ଡିଖୋଲ ଛକ ଠାରୁ ଜାରକା ଛକ ଯାଏ ଓ ଜାରକା ଛକରୁ ନାକପୋଲ ହାଟ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରାରେ ଗାଡି ଚାଳକମାନଙ୍କୁ ଜନ ସଚେତନା ସୃଷ୍ଟି କରାଯାଇଥିଲା । ବିଶେଷ କରି ବାଇକ୍ ଆରୋହୀମାନେ ହେଲମେଟ୍ ପିନ୍ଧିବା, ୪ଚକିଆ ଗାଡି ଡ୍ରାଇଭର ସିଟ୍ ବେଲଟ ବାନ୍ଧିବାକୁ ପରାମର୍ଶ ଦିଆଯାଇଥିଲା । ହେଲମେଟ ଓ ବେଲଟ ବ୍ୟବହାରକାରୀଙ୍କୁ ପୁଷ୍ପଗୁଚ୍ଛ ଦିଆଯାଇ ସ୍ୱାଗତ କରାଯାଇଥିଲା । କାର୍ଯ୍ୟକ୍ରମରେ ଧର୍ମଶାଳା ଥାନା ଅଧିକାରୀ ଉମାକାନ୍ତ ନାୟକ, ବଡଚଣା ଥାନା ଅଧିକାରୀ ଅନିତା ସାହୁ , ଚଣ୍ଡିଖୋଲ ଆରଟିଓ ଲାଲମୋହନ ସେଠୀ, ଏମ୍ଭିଆଇ ଏମ୍ ସିଦ୍ଧିକ୍, ଲଘୁଖଣିଜ ପରିବହନ ମାଲିକ ସଂଘର ଉପଦେଷ୍ଟା ଚନ୍ଦନ ନାୟକ, ସଭାପତି ଅଜାମ୍ବର ସାହୁ, ସଂପାଦକ ଅମିତ କୁମାର ସାହୁଙ୍କ ସମେତ ଅନ୍ୟମାନେ ପ୍ରମୁଖ ଯୋଗ ଦେଇ ସଡ଼କ ସୁରକ୍ଷା ସପ୍ତାହର ବିଭିନ୍ନ ଦିଗ ଉପରେ ଲୋକଙ୍କୁ ସଚେତନ କରିଥିଲେ ।

ସେଆର କରନ୍ତୁ:



Powered by odothemes.com