୭ଠ ହଜାରରୁ ଊଦ୍ଧ୍ୱର୍ ମାମଲାରେ ଚାର୍ଜସିଟ୍ ଦାଖଲ | ସର୍ବସାଧାରଣ ଖବରକାଗଜ

୭ଠ ହଜାରରୁ ଊଦ୍ଧ୍ୱର୍ ମାମଲାରେ ଚାର୍ଜସିଟ୍ ଦାଖଲ

42

ଭୁବନେଶ୍ୱର, ୨୫ା୪(ବୁ୍ୟରୋ): ୨୦୧୭ରେ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ମୋଟାମୋଟିଭାବେ ଶାନ୍ତିପୂର୍ଣ୍ଣ ରହିଛି । ସେହିବର୍ଷ ୧ଲକ୍ଷ ୩ ହଜାର ୮୬୬ଟି ଅପରାଧ ପଞ୍ଜିକୃତ ହୋଇଥିଲା । ସେଥିମଧ୍ୟରୁ ୮୭,୨୯୩ ମାମଲାକୁ ଆଇପିସିର ବିଭିନ୍ନ ଦଫାରେ ପଞ୍ଜିକୃତ କରାଯାଇଛି । ତେବେ ନକ୍ସଲ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି । ସମ୍ପ୍ରଦାୟିକ ଦଙ୍ଗା ହୋଇନଥିଲାବେଳେ ୧୬ ଥର ହିନ୍ଦୁ-ମୁସ୍ଲିମ୍ ବିଦ୍ୱୋଷ ଓ ଥରେ ହିନ୍ଦୁ-ଖ୍ରୀଷ୍ଟିଆନ୍ ବିଦ୍ୱୋଷ ସୃଷ୍ଟି ହୋଇଛି । ୨୦୧୭ରେ ପୁଲିସ୍ ୭ ଥର ଗୁଳିଚାଳନା କରିଥିବାବେଳେ ବିଭିନ୍ନ ରାଜନୈତିକ ଦଳ, ସାମୁଖ୍ୟ ସଂଗଠନ ଭିନ୍ନ ଭିନ୍ନ କାରଣ ନେଇ ୪୬୬ ଥର ରାସ୍ତାରୋକ ଓ ୧୯ ଥର ରେଳରୋକ କରିଥିଲେ । ୨୦୧୭ରେ ୨୨୨୧ଟି ଧର୍ଷଣ ମାମଲା ପଞ୍ଜିକୃତ ହୋଇଥିବାବେଳେ ୧୪୦୧ଟି ମାମଲାରେ ଦୋଷାରୋପ ଫର୍ଦ୍ଦ ଦାଖଲ ହୋଇଥିବା ଗୃହ ବିଭାଗ ଶ୍ୱେତପତ୍ରରୁ ଜଣାପଡିଛି ।ଗୃହ ବିଭାଗ ପକ୍ଷରୁ ପ୍ରକାଶିତ ଶ୍ୱେତପତ୍ର ଅନୁଯାୟୀ ୨୦୧୭ରେ ୧୨୬୭ଟି ହତ୍ୟା ଘଟଣାରେ ୬୪୩ ମାମଲାରେ ଦୋଷାରୋପ ଫର୍ଦ୍ଦ ଦାଖଲ ହୋଇଛି । ଗତବର୍ଷ ୫୩୪ଟି ଡକାୟତି ମାମଲା, ୨୦୪୮ଟି ଲୁଣ୍ଠନ ମାମଲା ସଂଗଠିତ ହୋଇଛି । ଲୁଣ୍ଠନ ମାମଲା ମଧ୍ୟରୁ ୧୭୦ଟି ଗୃହରେ, ୪୫୨ଟି ରାସ୍ତାଘାଟରେ, ୧୨ଟି ଟ୍ରେନ୍ରେ, ୨ଟି ବ୍ୟାଙ୍କରେ, ୧୪୮ଟି ବାଣିଜ୍ୟ ପ୍ରତିଷ୍ଠାନ ଓ ୧୨୦୪ଟି ଅନ୍ୟାନ୍ୟ ସ୍ଥାନରେ ସଂଗଠିତ ହୋଇଛି । ୩୧ଟି ଘଟଣାରେ ଅପରାଧ ପୂର୍ବ ପ୍ରସ୍ତୁତି ସମୟରେ ଆସାମୀମାନେ ଧରାପଡିଛନ୍ତି । ୨୯୫୩ଟି ସିନ୍ଧି ଚୋରି, ୯,୦୮୩ଟି ଚୋରି, ୨,୯୬୦ଟି ଠକେଇ, ୨୪୦୭ଟି ଦଙ୍ଗା, ୧୦,୮୫୫ଟି ଦୁର୍ଘଟଣା ମାମଲା ରୁଜୁ ହୋଇଛି । ଚୋରି, ଡକାୟତି, ଦଙ୍ଗା ଓ ମୋଟରଯାନ ଦୁର୍ଘଟଣା ଆଦି ଅପରାଧ ନିରାକରଣ ନିମନ୍ତେ ସରକାର ଅନେକ ପଦକ୍ଷେପ ନେଇଛନ୍ତି । ଏହି ବାବଦରେ ସହରାଞ୍ଚଳ ପୁଲିସ୍ ଦ୍ୱାରା କରାଯାଇଥିବା ଅଧିନିୟମରେ ୭୩,୫୬୩ଟି ଅଭିଯୋଗ ଫର୍ଦ୍ଦ ଦାଖଲ ହୋଇଥିବାବେଳେ ୩ କୋଟି ୭୨ ଲକ୍ଷ ୧୬ହଜାର ୫୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି । ଅନୈତିକ ଓ ବ୍ୟଭିଚାର ଘଟଣାରେ ୫୮ଟି ମାମଲା ରୁଜୁ ହୋଇଥିବାବେଳେ ୧୪ ମାମଲାର ଦୋଷାରୋପ ଫର୍ଦ୍ଦ ଦାଖଲ କରାଯାଇଛି । ଅତ୍ୟାବଶ୍ୟକ ଦ୍ରବ୍ୟ ଯୋଗାଣ ଆଇନରେ ୪୫ଟି ମାମଲା ରୁଜୁ ହୋଇଛି । ୫୫୬୨ ଯୌତୁକଜନିତ ମାମଲା ମଧ୍ୟରୁ ୩୩୪୭ରେ ଦୋଷାରୋପ ଫର୍ଦ୍ଦ ଦାଖଲ ହୋଇଛି । ସେଥିମଧ୍ୟରୁ ୨୯ଟିରେ ଚୂଡାନ୍ତ ରିପୋର୍ଟରେ ସତ୍ୟ ଥିବା ପ୍ରମାଣିତ ହୋଇଛି । ଯୌତୁକଜନିତ ୪୯୯ ହତ୍ୟା ମାମଲାରୁ ୨୯୨ଟି ମୋକଦ୍ଦମାର ଦୋଷାରୋପ ଫର୍ଦ୍ଦ ଦାଖଲ ହୋଇଛି । ଯୌତୁକଜନିତ ଆତ୍ମହତ୍ୟା ଘଟଣାରେ ମଧ୍ୟ ୧୨୫ଟି ଓ ନିର୍ଯାତନା ଘଟଣାରେ ୩୨୩୦ଟି ମୋକଦ୍ଦମା ରୁଜୁ କରାଯାଇଛି । ତଫସିଲିଭୁକ୍ତ ଜାତି ଓ ଉପଜାତିଙ୍କ ଉପରେ ହେଉଥିବା ନିର୍ଯାତନା ଅଭିଯୋଗରେ ୨୬୨୯ଟି ମୋକଦ୍ଦମା ମଧ୍ୟରୁ ୯୨୭ଟିରେ ଦୋଷାରୋପ ଫର୍ଦ୍ଦ ଦାଖଲ ହୋଇଛି । ୨୦୧୭ରେ ୧୯୨୯ଟି ଅନୁସୂଚିତ ଜାତି ବର୍ଗଙ୍କ ଉପରେ ଅତ୍ୟାଚାର ମାମଲା ରୁଜୁ ହୋଇଥିବାବେଳେ ଉପଜାତିଙ୍କ ଉପରେ ୭୦୦ଟି ମୋକଦ୍ଦମା ରୁଜୁ କରାଯାଇଛି । ନାଗରିକ ଅଧିକାର ସଂରକ୍ଷଣ ନେଇ କୌଣସି ମୋକଦ୍ଦମା ରୁଜୁ ହୋଇନାହିଁ । ସରକାର ମହିଳା ଶିଶୁ ସୁରକ୍ଷା ପ୍ରକୋଷ୍ଠ, ମହିଳା ଶିଶୁ ଡେସ୍କ ଆଦି ଗଠନ କରିଛନ୍ତି । ୨୦୧୭ରେ ପୁରୀରେ ଅନୁଷ୍ଠିତ ରଥଯାତ୍ରା ମଧ୍ୟ ଶାନ୍ତିଶୃଙ୍ଖଳାର ସହ ସମାପନ ହୋଇଥିବାବେଳେ ଶିଳ୍ପାୟନ ଯୋଗୁଁ ଆଦିବାସୀଙ୍କ ଅଧିକାର ସୁରକ୍ଷା, ଜମି ଅଧିଗ୍ରହଣ, ପୁନର୍ବାସ ଆଦିକୁ ନେଇ ଆନେ୍ଦାଳନାତ୍ମକ ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥିଲା । ୨୦୧୭ରେ ରାଜ୍ୟବ୍ୟାପୀ ଛାତ୍ର ଅଶାନ୍ତି ଦେଖାଦେଇନଥିଲେ ହେଁ ତେବେ ଛାତ୍ର ସଂସଦ ନିର୍ବାଚନ ଲାଗି କେତେକ ସ୍ଥାନରେ ପୂର୍ବ ଓ ପରେ ନିର୍ବାଚନୀ ହିଂସା ଘଟିଛି । ଯାଜପୁର, ନବରଙ୍ଗପୁର, ମୟୂରଭଞ୍ଜ ଓ ଢେଙ୍କାନାଳରେ ମାଓବାଦୀ କାର୍ଯ୍ୟକଳାପ ପରିଲକ୍ଷିତ ହୋଇନଥିବାବେଳେ ନୂଆପଡା, ବୌଦ୍ଧ, ନୟାଗଡ, କେନ୍ଦୁଝର, ସମ୍ବଲପୁର, ଦେବଗଡ ଓ ସୁନ୍ଦରଗଡ ଜିଲ୍ଲାରେ ମାଓବାଦୀ କାର୍ଯ୍ୟକଳାପ ନିୟନ୍ତ୍ରଣାଧୀନ ରହିଛି । ଏହି ସମୟ ମଧ୍ୟରେ ମାଲକାନାଗିରି, କୋରାପୁଟ, କଳାହାଣ୍ଡି, ରାୟଗଡା, କନ୍ଧମାଳ, ଅନୁଗୁଳ, ବଲାଙ୍ଗୀର ଓ ବରଗଡ ଜିଲ୍ଲାର କେତେକ ଅଞ୍ଚଳରେ ପରିସ୍ଥିତି ଉଦ୍ବେଗଜନକ ରହିଛି । ୫୨ଟି ମାଓବାଦୀ ଘଟଣା ସଂଘଟିତ ହୋଇଥିବାବେଳେ ୧୫ଟି ଘଟଣାରେ ପୁଲିସ୍ ସହ ମାଓବାଦୀଙ୍କ ଗୁଳିବିନିମୟ ଘଟିଛି । ୭ ଜଣ ମାଓବାଦୀଙ୍କ ମୃତୁ୍ୟ ଘଟିବାବେଳେ ୩୫ ମାଓ କ୍ୟାଡର ଗିରଫ ହୋଇଛନ୍ତି ଏବଂ ୨୬ ଜଣ ଆତ୍ମସମର୍ପଣ କରିଛନ୍ତି । ମାଓ ବିରୋଧୀ କାର୍ଯ୍ୟାନୁଷ୍ଠାନ ବେଳେ ୧୬ ବନ୍ଧୁକ, ୨୩ ଉନ୍ନତମାନର ବିସ୍ଫୋରକ ଓ ବହୁ ପରିମାଣର ଗୁଳିଗୋଳା ତଥା ଅନ୍ୟାନ୍ୟ ଉଗ୍ରବାଦ ସାମଗ୍ରୀ ଜବତ କରାଯାଇଥିବା ଉଲ୍ଲେଖ କରାଯାଇଛି ।




Powered by odothemes.com