ROAD-DRANIANGE-WATER---2018-PHOTO-TIHIDI

ପାଣି ପାଇପ ପାଇଁ ମନ୍ଥର ଗତିରେ ଭଦ୍ରକ-ଚାନ୍ଦବାଲି ରାସ୍ତା ନିର୍ମାଣ

205

ତିହିଡ଼ି, ୨୨ା୪(ଆପ୍ର): ଏପ୍ରିଲ ଆରମ୍ଭରୁ ଆଜି ଯାଏଁ ୨୨ଦିନ ହେଲା କାଳବୈଶାଖୀ ଝଡ଼ତୋଫାନ ଓ ବର୍ଷା ତିହିଡ଼ି-ଚାନ୍ଦବାଲି ଅଞ୍ଚଳରେ ଲାଗି ରହିଛି । ଯେଉଁଥିପାଇଁ ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥ ନିର୍ମାଣ କାମ ପଛେଇ ଚାଲିଛି । ଅପରାହ୍ଣ ୩ଟା ହେବାମାତ୍ରେ ରାସ୍ତା ନିର୍ମାଣରେ ନିୟୋଜିତ ଶ୍ରମିକ ଓ କର୍ମଚାରୀ ବଜ୍ରପାତ ପାଇଁ ଆତଙ୍କିତ ହୋଇ କାମ ଛାଡୁଛନ୍ତି । ଏଥିସହ ବର୍ଷା ଯୋଗୁ ନିର୍ମାଣାଧୀନ କାମ ନଷ୍ଟ ହୋଇଯାଉଥିବାରୁ ରାସ୍ତା ଜାମ ହେଉଛି । ଭଦ୍ରକ-ବାଇପାସ ଠାରୁ ତିହିଡ଼ିର ପୀରହାଟ ଯାଏଁ ଗୋଟିଏ ଠିକାଦାର ଓ ପିରହାଟ ଠାରୁ ଚାନ୍ଦବାଲି ଯାଏଁ ଅନ୍ୟ ଗୋଟିଏ ଠିକାଦାର ଏହି ରାସ୍ତା କାମ ନେଇଛନ୍ତି । ଭଦ୍ରକ-ବାଇପାସ ଉପରେ ରାସ୍ତା ନିର୍ମାଣ ପାଇଁ ଜବରଦଖଲ କରିଥିବା ଉଠାଦୋକାନୀକୁ ହଟାଇବା ପରେ ଏବେ ସ୍ଥାୟୀ ଦୋକାନୀ ହଟିବା ଅବସ୍ଥାରେ ନାହାନ୍ତି । ସେହିପରି ବାଇପାସ ଉପରେ ରହିଥିବା ବିରାଟ ବଡ଼ କଲଭର୍ଟ ଏବେ ନିର୍ମାଣରେ ବାଧକ ସାଜିଛି । ଟାଉନର ଜଳଯୋଗାଣ ପାଇପ ଏହି କଲଭର୍ଟ ଦେଇ ଯାଇଛି । ସକାଳ ୬ଟା ରୁ ଦିନ ୧୦ଟା ଯାଏଁ ଜଳ ଓ ପରିମଳ ବିଭାଗ ପିଇବା ପାଣି ସରବରାହ ପାଇଁ ଏହି ପାଇପରେ ପାଣି ଛାଡୁଛନ୍ତି । କିନ୍ତୁ ପାଇପ କଟାଯାଇଥିବାରୁ ଲିକେଜ୍ ପାଣି ବାଇପାସ ଉପରେ ବନ୍ୟା ସୃଷ୍ଟି କରୁଛି । ରାସ୍ତା ନିର୍ମାଣ ପାଇଁ ସବୁ ବିଭାଗ ଭଳି ୫ବର୍ଷ ଆଗରୁ ଜଳ ଓ ପରିମଳ ବିଭାଗକୁ ପାଇପ୍ ସ୍ଥାନାନ୍ତର କରିବାକୁ ସୂଚାଇ ଦିଆଯାଇଥିଲା । ମାତ୍ର ଏଯାବତ୍ ବିଭାଗ ପକ୍ଷରୁ ପାଇପ୍ ସ୍ଥାନାନ୍ତର କରାଯାଇ ନାହିଁ । କେନାଲରେ ପାଣି ଯିବା ଭଳି ପାଇପ ପାଣି ଫାଟି ବାଇପାସ ପୋଲ ଉପରେ ଏକ କୁତ୍ରିମ ନଦୀ ସୃଷ୍ଟି କରିଛି । ତେଣୁ ପ୍ରଶାସନ ପକ୍ଷରୁ ଏନେଇ ବିହିତ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

ସେଆର କରନ୍ତୁ:



Powered by odothemes.com