death-for-rape

ବଳାକ୍ରାରୀକୁ ଫାଶୀ

32

ପୋକ୍ସୋ ଆଇନ ସଂଶୋଧନକୁ କ୍ୟାବିନେଟ୍ ମଞ୍ଜୁରୀ
କେନ୍ଦ୍ର ଜାରି କରିବ ଅଧ୍ୟାଦେଶ
ମୌସୁମୀ ଅଧିବେଶନରେ ଆସିବ ବିଲ୍
ବଳାକ୍ରାରୀଙ୍କୁ ମିଳିବନି ଜାମିନ
ତ୍ୱରିତ୍ ବିଚାର ପାଇଁ ଫାଷ୍ଟଟ୍ରାକ୍ କୋର୍ଟ
ନୂଆଦିଲ୍ଲୀ, ୨୧ା୪: କାଠୁଆ ଓ ଉନାଓ ନାବାଳିକା ବଳାକ୍ରାର ମାମଲାକୁ ନେଇ ଦେଶ ଓ ବିଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଲା ପରେ କେନ୍ଦ୍ର ସରକାର ଯୌନ ନିର୍ଯାତନାରୁ ଶିଶୁ ସୁରକ୍ଷା (ପୋକ୍ସୋ) ଆଇନରେ ସଂଶୋଧନ ଆଣିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହି ମର୍ମରେ କ୍ୟାବିନେଟ୍ ଆଜି ଏକ ଅଧ୍ୟାଦେଶକୁ ମଞ୍ଜୁରୀ ଦେଇଥିବା ଜଣାପଡିଛି । ଆଗାମୀ ମୌସୁମୀ ଅଧିବେଶନରେ ସଂଶୋଧିତ ବିଲ୍ ସଂସଦରେ ଆଗତ କରାଯିବ ବୋଲି ସୂଚନା ମିଳିଛି । ସଂଶୋଧନ ଅନୁଯାୟୀ ୧୨ ବର୍ଷ ମଧ୍ୟରେ କୌଣସି ନାବାଳିକାକୁ ଧର୍ଷଣ କରିଥିବା ଅଭିଯୁକ୍ତକୁ ଫାଶୀ ଦଣ୍ଡ ଦିଆଯିବ । ଏହାଛଡା ଫାଷ୍ଟଟ୍ରାକ୍ କୋର୍ଟରେ ଏହି ମାମଲାରେ ବିଚାର କରାଯାଇ ତ୍ୱରିତ ନିଷ୍ପତ୍ତି ନିଆଯିବ ।ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବଳାକ୍ରାର ଘଟଣାରେ ବର୍ତ୍ତମାନ ଆଜୀବନ କାରାଦଣ୍ଡର ବ୍ୟବସ୍ଥା ରହିଛି । କେତେକ କ୍ଷେତ୍ରରେ ଏହା ୭ରୁ ୧୦ ବର୍ଷ ପର୍ଯ୍ୟନ୍ତ ଥିଲା । ସେହିଭଳି ୧୬ ବର୍ଷରୁ କମ୍ ନାବାଳିକା ବଳାକ୍ରାର ଘଟଣାରେ ପୂର୍ବରୁ ଥିବା ୧୦ ବର୍ଷକୁ ସଂଶୋଧିତ ଆଇନରେ ୨୦ ବର୍ଷ ପର୍ଯ୍ୟନ୍ତ ବା ଆବଶ୍ୟକ ପଡିଲେ ଆଜୀବନ କାରାଦଣ୍ଡାଦେଶ ଦିଆଯାଇପାରିବ । ସେହିଭଳି ୧୨ ବର୍ଷରୁ କମ୍ ନାବାଳିକା ବଳାକ୍ରାର ଘଟଣାରେ ସର୍ବନିମ୍ନ ୨୦ ବର୍ଷ ଜେଲ୍ ଦଣ୍ଡ ଆବଶ୍ୟକ ପଡିଲେ ଫାଶୀ ଦିଆଯିବ । ଆଇନରେ ହୋଇଥିବା ସଂଶୋଧନ ଅନୁଯାୟୀ ୧୬ ବର୍ଷ ମଧ୍ୟରେ କୌଣସି ବାଳିକାକୁ ବଳାକ୍ରାର କରିଥିବା ଅଭିଯୁକ୍ତକୁ ଆଗୁଆ ଜାମିନ ବା ଜାମିନ ମିଳିବନାହିଁ । ସେହିଭଳି ଏ କ୍ଷେତ୍ରରେ ଦଣ୍ଡବିଧାନକୁ ମଧ୍ୟ ସୁଦୃଢ କରାଯାଇଛି । ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଏବଂ ହାଇକୋର୍ଟଙ୍କ ସହ ବିଚାରବିମର୍ଷ କରାଯାଇ ନୂଆ ଫାଷ୍ଟଟ୍ରାକ୍ କୋର୍ଟ ପ୍ରତିଷ୍ଠା କରାଯିବ । ସ୍ୱତନ୍ତ୍ରଭାବେ ଏହି ମାମଲା ପାଇଁ ନୂଆ ପବ୍ଲିକ୍ ପ୍ରସିକୁ୍ୟଟର ପଦବୀ ସୃଷ୍ଟି କରାଯିବ ଏବଂ ଆବଶ୍ୟକ ଭିତ୍ତିଭୂମି ସୃଷ୍ଟି କରାଯିବ । ନାବାଳିକା ବଳାକ୍ରାର ଘଟଣା ଲାଗି ସ୍ୱତନ୍ତ୍ର ଫୋରେନ୍ସିକ୍ କିଟ୍ସ ସମସ୍ତ ଥାନା ଓ ଡାକ୍ତରଖାନାରେ ରହିବ । ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ବଳାକ୍ରାର ଘଟଣାର ତଦନ୍ତ ସମାଧାନ କରିବା ପାଇଁ ମାନବ ସମ୍ବଳ ସ୍ୱତନ୍ତ୍ରଭାବେ ରଖାଯିବ । ପ୍ରତି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ସ୍ୱତନ୍ତ୍ର ଫୋରେନ୍ସିକ୍ ଲାବ୍ରୋଟାରୀ କେବଳ ବଳାକ୍ରାର ଘଟଣା ପାଇଁ ପ୍ରତିଷ୍ଠା କରାଯିବ । ମିଶନ ମୋଡ୍ ଭାବରେ ଏହାକୁ ୩ ମାସ ମଧ୍ୟରେ କାର୍ଯ୍ୟକାରୀ କରାଯିବ । ଜାତୀୟ କ୍ରାଇମ୍ ରିପୋର୍ଟ ବୁ୍ୟରୋ ଧର୍ଷଣକାରୀଙ୍କ ଡାଟା ବେଶ୍ ପ୍ରସ୍ତୁତ କରିବେ । ନିୟମିତ ବ୍ୟବଧାନରେ ଏହି ତଥ୍ୟକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ପଠାଯିବ ଓ ଏହାର ଅନୁଧ୍ୟାନ କରାଯିବ । ପୀଡିତାମାନଙ୍କୁ ଏବେ ଦିଆଯାଉଥିବା ସହାୟତା ଦେଶର ସବୁ ଜିଲ୍ଲାକୁ ପରିବର୍ଦ୍ଧିତ କରାଯିବ । ଏହି ଅଧ୍ୟାଦେଶ ଜୁଲାଇରେ ହେବାକୁ ଥିବା ସଂସଦ ଅଧିବେଶନରେ ଆଗତ କରାଯିବ । ନୂଆଦିଲ୍ଲୀରେ ୨୦୧୨ରେ ହୋଇଥିବା ନିର୍ଭୟା ଘଟଣା ପରେ ଫୌଜଦାରୀ ଆଇନକୁ ସଂଶୋଧନ କରାଯାଇଥିଲା । ସଂଶୋଧିତ ଆଇନରେ ଯଦି ପୀଡିତାର ମୃତୁ୍ୟ ହୋଇଥାଏ କିମ୍ବା ସେ ମାନସିକ ସ୍ତରରେ ବିକଳାଙ୍ଗ ହୋଇଥାନ୍ତି, ତାହେଲେ ଏହି ଘଟଣାରେ ମୃତୁ୍ୟଦଣ୍ଡ ବ୍ୟବସ୍ଥା ଥିଲା ।
ଉତ୍ତର ପ୍ରଦେଶର ଉନାଓରେ ୧୭ ବର୍ଷର ବାଳିକାକୁ ଧର୍ଷଣ କରିବା ଓ ଜମ୍ମୁର କାଠୁଆରେ ୮ ବର୍ଷର ବାଳିକାକୁ ଧର୍ଷଣ ପରେ ହତ୍ୟା କରିବା ଘଟଣାକୁ ନେଇ ସମଗ୍ର ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ସପ୍ତାହରେ କହିଥିଲେ ଯେ ଏଭଳି ଘଟଣାରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ଛାଡ କରାଯିବନାହିଁ । ଝିଅମାନଙ୍କୁ ନ୍ୟାୟ ପ୍ରଦାନ କରାଯିବ । ଏହା ଏକ ସମ୍ବେଦନଶୀଳ ଘଟଣା । ପ୍ରଧାନମନ୍ତ୍ରୀ ଲଣ୍ଡନ ଗସ୍ତରେ ଥିଲାବେଳେ ମଧ୍ୟ ଉପରୋକ୍ତ ଘଟଣାକୁ ନେଇ ସେଠାରେ ତାଙ୍କୁ ପ୍ରଶ୍ନ କରାଯାଇଥିଲା । କେତେକ ସଂଗଠନ ମଧ୍ୟ ବିକ୍ଷୋଭ କରିଥିଲେ । ଏହାଛଡା ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍)ର ମୁଖ୍ୟ ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିଆକର୍ଷଣ କରିବା ସହ ମହିଳାଙ୍କ ସୁରକ୍ଷା ପ୍ରତି ଅଧିକ ଧ୍ୟାନ ଦେବାକୁ କହିଥିଲେ ।




Powered by odothemes.com