ବଳାକ୍ରାର ନୁହେଁ, ହୃଦ୍ଘାତରେ ମୃତୁ୍ୟ

20

କାଠୁଆ ମାମଲାର କ୍ରାଇମ୍ ବ୍ରାଞ୍ଚ ରିପୋର୍ଟ
ଶ୍ରୀନଗର, ୨୧ା୪: ସମଗ୍ର ଦେଶରେ ଚହଳ ପକାଇଥିବା ଜମ୍ମୁ-କାଶ୍ମୀରର କାଠୁଆ ନାବାଳିକା ଗଣଧର୍ଷଣ ମାମଲାରେ କ୍ରାଇମ୍ ବ୍ରାଞ୍ଚ ରିପୋର୍ଟରେ ଭିନ୍ନ ତଥ୍ୟ ଉଲ୍ଲେଖ କରାଯାଇଛି । ସମ୍ପୃକ୍ତ ୮ବର୍ଷର ନାବାଳିକାକୁ ଧର୍ଷଣ କରାଯାଇନାହିଁ ବରଂ ତା’ର ମୃତୁ୍ୟ ହୃଦ୍ଘାତଜନୀତ ବୋଲି ଏଥିରେ ଉଲ୍ଲେଖ କରାଯାଇଛି । ଗଣମାଧ୍ୟମ ଓ ପୁଲିସ୍ ରିପୋର୍ଟ ସତ୍ୟଠାରୁ ବହୁ ଦୂରରେ ବୋଲି କ୍ରାଇମ୍ ବ୍ରାଞ୍ଚ ଦର୍ଶାଇଛି । କାଠୁଆ ଅଞ୍ଚଳର ୮ ବର୍ଷର ନାବାଳିକା ଧର୍ଷଣ ଘଟଣାରେ ପୁଲିସ୍ ଅଭିଯୋଗ ଦାଖଲ କରି ୮ ଜଣଙ୍କୁ ଗିରଫ କରିଥିଲା । ସେମାନଙ୍କ ମଧ୍ୟରେ ୨ ଜଣ ପୁଲିସ୍ ଅଧିକାରୀ ମଧ୍ୟ ଥିଲେ । ୬ ଜଣଙ୍କ ନାମରେ ବଳାକ୍ରାର ଅଭିଯୋଗ ଅଣାଯାଇଥିଲା । ତେବେ ଏହି ଘଟଣାକୁ ନେଇ ସିବିଆଇ ତଦନ୍ତ ଦାବି କରାଯାଇଥିଲା । ଗତ ସପ୍ତାହରେ ଏହି ଘଟଣାରେ ବିଜେପିର ୨ ଜଣ ମନ୍ତ୍ରୀ ଜମ୍ମୁ-କାଶ୍ମୀର ସରକାରରୁ ଇସ୍ତଫା ଦେଇଥିଲେ । କିଛିଦିନ ହେବ ଗଣମାଧ୍ୟମ ଓ ବୈଦୁ୍ୟତିକ ଗଣମାଧ୍ୟମରେ କିଛି ରିପୋର୍ଟ ପ୍ରକାଶ ପାଉଛି । ରିପୋର୍ଟ ଅନୁଯାୟୀ ପୁଲିସ୍ ଆଣିଥିବା ଅଭିଯୋଗର କୌଣସି ସତ୍ୟତା ନାହିଁ ବୋଲି ଉଲ୍ଲେଖ କରାଯାଇଛି । ଜମ୍ମୁର କ୍ରାଇମ୍ ବ୍ରାଞ୍ଚ ପକ୍ଷରୁ କୁହାଯାଇଛି ଯେ ଡାକ୍ତରୀ ବିଶେଷଜ୍ଞମାନେ ଦେଇଥିବା ରିପୋର୍ଟ ଅନୁଯାୟୀ ନାବାଳିକାକୁ ଗଣଧର୍ଷଣ କରାଯାଇନାହିଁ । ମେଡିକାଲ ରିପୋର୍ଟକୁ ଆଧାର କରି ଏହି ତଥ୍ୟ ଦିଆଯାଇଛି ।




Powered by odothemes.com