ନିର୍ଦ୍ଧାରିତ ଲକ୍ଷ୍ୟଠୁ ୩ ଗୁଣ ଅଧିକ ରାଜସ୍ୱ ଆଦାୟ | ସର୍ବସାଧାରଣ ଖବରକାଗଜ
Photo-on-District-Revenue-Review-meeting2

ନିର୍ଦ୍ଧାରିତ ଲକ୍ଷ୍ୟଠୁ ୩ ଗୁଣ ଅଧିକ ରାଜସ୍ୱ ଆଦାୟ

238

ଜିଲ୍ଲା ରାଜସ୍ୱ ସମୀକ୍ଷା ବୈଠକ
ବାଲେଶ୍ୱର,୨୦ା୪(ଆପ୍ର): ଆଜି ପୂର୍ବାହ୍ନରେ ସ୍ଥାନୀୟ ସଦ୍ଭାବନା ସଭାଗୃହଠାରେ ଜିଲ୍ଲା ରାଜସ୍ୱ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତ ସମସ୍ତ ତହସିଲଦାର, ଅତିରିକ୍ତ ତହସିଲଦାରଙ୍କ ସମେତ ସମସ୍ତ ଲାଇନ ଡିପାର୍ଟମେଣ୍ଟ ଅଧିକାରୀମାନଙ୍କୁ ଚଳିତ ଆର୍ଥିକ ବର୍ଷର ଉଲ୍ଲେଖନୀୟ ରାଜସ୍ୱ ଆଦାୟରେ ସଫଳତା ଲାଭ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ଏଭଳି କର୍ତ୍ତବ୍ୟ ସମ୍ପାଦନ ନିମନ୍ତେ ନିଷ୍ଠା ଜାରି ରଖିବାକୁ ସେ ପରାମର୍ଶ ଦେଇଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ବାଲେଶ୍ୱର ଜିଲ୍ଲା ଚଳିତ ଆର୍ଥିକ ବର୍ଷରେ ୪୨କୋଟି ୮୪ଲକ୍ଷ ୧୪ହଜାର ୩୫୨ଟଙ୍କା ରାଜସ୍ୱ ଆଦାୟ କରିବାରେ ସଫଳ ହୋଇଛି ଯାହା ଧାର୍ଯ୍ୟଲକ୍ଷ୍ୟର ୩୧୦ ପ୍ରତିଶତ । ବୈଠକରେ ଏହି ସଫଳତା ପାଇଁ ବାଲେଶ୍ୱର ସଦର, ଜଳେଶ୍ୱର, ଖଇରା, ନୀଳଗିରି, ବସ୍ତା ତହସିଲକୁ ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇଥିଲା । ସେହିପରି ଅନ୍ୟ ତହସିଲମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଛି । ଚଳିତବର୍ଷ ଆଂଚଳିକ ପରିବହନ କାର୍ଯ୍ୟାଳୟ ଧାର୍ଯ୍ୟ ଲକ୍ଷ୍ୟ ୭୪କୋଟି ସ୍ଥାନରେ ୭୮.୪୫ କୋଟି ରାଜସ୍ୱ ସଂଗ୍ରହ କରିଛନ୍ତି । ତାଙ୍କୁ ଆଗାମୀ ଆର୍ଥିକ ବର୍ଷ ପାଇଁ ୭୬କୋଟି ଲକ୍ଷ୍ୟ ନିର୍ଦ୍ଧାରଣ କରାଯାଇଛି । ଜିଲ୍ଲା ଅବକାରୀ ବିଭାଗ ୬୮.୦୮ ପ୍ରତିଶତ ରାଜସ୍ୱ ଆଦାୟ କରି ଏହି ଦୌଡ଼ରେ ପଛେଇ ଯାଇଥିବା ସମୀକ୍ଷାରୁ ଜଣାପଡିଛି । ସୁପ୍ରିମକୋର୍ଟର ନିଦେ୍ର୍ଦଶ ପ୍ରକାରେ ଜାତୀୟ ରାଜପଥର ଉଭୟ ପାଶ୍ୱର୍ର ୫୦୦ ମିଟର ଭିତରେ ମଦଦୋକାନ ନିଷିଦ୍ଧ କରାଯାଇଥିବା ଦୃଷ୍ଟିରୁ ରାଜସ୍ୱ ଆଦାୟ ବାଧାପ୍ରାପ୍ତ ହୋଇଥିବା ବିଭାଗୀୟ ଅଧିକାରୀ ପ୍ରକାଶ କରିଥିଲେ । ତେବେ ଏଣିକି ଏଥିରେ ସୁଧାର ଆସିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ । ଜିଲ୍ଲା ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ଜମିଜମା ବିକ୍ରିବଟା ଏଣିକି କ୍ୟାସଲେସ ଆକାରରେ କରାଯାଉଥିବାରୁ ଏଥିରେ ଆଗଭଳି କୌଣସି ଖିଲାଫ କରାଯାଇପାରିବ ନାହିଁ ବୋଲି ବିଭାଗୀୟ ଅଧିକାରୀ ଗୃହକୁ ଜଣାଇଥିଲେ । ଏଣିକି ଇ-ରେଜିଷ୍ଟ୍ରେସନ ବାଧ୍ୟତାମୂଳକ କରାଯାଇଥିବା ପ୍ରକାଶ । ସେହିପରି ମାପ ଓ ଓଜନ ବିଭାଗ ୨୦୧୭-୧୮ ଆର୍ଥିକ ବର୍ଷରେ ୪୧୧ଟି କେସ ରୁଜୁ କରି ଏ ବାବଦକୁ ୯୭,୩୧,୩୦୦ ଟଙ୍କା ରାଜସ୍ୱ ଆଦାୟ କରିଛନ୍ତି । ଜିଲ୍ଲାପାଳ ସଦର ସହରାଞ୍ଚଳରେ ରାସ୍ତାକଡ ଉଠା ଦୋକାନୀମାନଙ୍କୁ ଥଇଥାନ ଉଦେ୍ଦଶ୍ୟରେ ଅନ୍ତତଃ ୩୦୦ଟି ଭେଣ୍ଡିଂ ଜୋନ ନିର୍ମାଣ ସକାଶେ ସ୍ଥାନ ଚିହ୍ନଟ କରିବା ପାଇଁ ସଦର ତହସିଲଦାରଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ତା ଛଡା ଲ୍ୟାଣ୍ଡବ୍ୟାଙ୍କ ଯୋଜନାରେ ରାଜସ୍ୱ ଅଧିକାରୀମାନେ ସରକାରଙ୍କ ନିଦେ୍ର୍ଦଶ ମୁତାବକ କ୍ୟାଟେଗୋରୀ-କ ଓ ଖ ଭାବେ ଦୁଇପ୍ରକାର ଜମି ଚିହ୍ନଟ କରି ତାର ସମ୍ପୂର୍ଣ୍ଣ ବିବରଣୀ ପ୍ରସ୍ତୁତ ରଖିବାକୁ କୁହାଯାଇଛି । ସେହିଭଳି ଜଙ୍ଗଲ ଜମିଗୁଡିକୁ ଜଙ୍ଗଲ ଅଧିକାର ଆଇନ ବଳରେ ଭୂମିହୀନଙ୍କୁ ବଂଟନ ସକାଶେ ଆର-ଓ-ଆର ସଂଶୋଧନ ଭଳି କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ବୈଠକରେ ଜୋର ଦିଆଯାଇଥିଲା । ଜିଲ୍ଲାରେ ଥିବା ଜଗନ୍ନାଥ ଜମି ବାବଦକୁ ସର୍ବମୋଟ ୧୩ଲକ୍ଷ ୬୨ହଜାର ୮୫୦ ଟଙ୍କା ଆଦାୟ କରାଯାଇଛି । ଘରଡିହହୀନ ସର୍ବମୋଟ ୧୫୮୯ଜଣ ହିତାଧିକାରୀଙ୍କୁ ଜମିପଟ୍ଟା ବଂଟନ କରାଯାଇଛି । ଆଉ ୩୨ଜଣ ଚିହ୍ନଟ ହିତାଧିକାରୀଙ୍କୁ ଘରଡିହ ପଟ୍ଟା ବଣ୍ଟନ ବାକି ରହିଥିବା ପ୍ରକାଶ । ରାଜ୍ୟ ପ୍ରଦୂଷଣ ବୋର୍ଡ ତରଫରୁ ଜିଲ୍ଲାରେ ଥିବା କ୍ରସର ଓ ଇଟାଭାଟିଗୁଡିକ ଉପରେ ନଜର ଦେବାକୁ କୁହାଯାଇଛି । ଏହି ବୈଠକରେ ଜିଲ୍ଲାପାଳଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ ମାନସ ରଞ୍ଜନ ପାଢୀ, ବାଲେଶ୍ୱର ଉପଜିଲ୍ଲାପାଳ ନିଲୁ ମହାପାତ୍ର, ନୀଳଗିରି ଉପଜିଲ୍ଲାପାଳ ଅବୋଲି ଏସ ନରଓଣେ, ଅବକାରୀ, ସୂଚନା ଓ ଲୋକସମ୍ପର୍କ, ପ୍ରଦୂଷଣ ବୋର୍ଡ, ଜିଲ୍ଲା ମଙ୍ଗଳ କାର୍ଯ୍ୟାଳୟ, ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ, ଆଂଚଳିକ ପରିବହନ କାର୍ଯ୍ୟାଳୟର ଅଧିକାରୀଙ୍କ ସମେତ ସମସ୍ତ ତହସିଲଦାର, ଅତିରିକ୍ତ ତହସିଲଦାର ପ୍ରମୁଖ ଯୋଗ ଦେଇଥିଲେ ।




Powered by odothemes.com