stainijuktisramika

ପରିବହନ କାର୍ଯ୍ୟ ଠପ୍

31

ସ୍ଥାୟୀ ନିଯୁକ୍ତି ଦାବିରେ ଗ୍ରାମବାସୀଙ୍କ ଧାରଣା
କଣିହାଁ,୨୦ା୪(ଆପ୍ର): ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଅନ୍ତର୍ଗତ ପଥରମୁଣ୍ଡା ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଶୁକ୍ରବାର ପୂର୍ବାହ୍ନରେ ପଦଯାତ୍ରା କରି କଣିହାଁ ପୋଖରିଆ ଖାଦାନରେ ପହଞ୍ଚô ପରିବହନ ଓ ଉତ୍ତୋଳନ କାର୍ଯ୍ୟ ବନ୍ଦକରି ଧାରଣାରେ ବସି ରହିଥିଲେ । ଗ୍ରାମବାସୀଙ୍କ ପକ୍ଷରୁ ଆଜକୁ ୨୧ ବର୍ଷ ହେବ ଖଣି କର୍ତ୍ତୃପକ୍ଷ, ପ୍ରଶାସନିକ ଅଧିକାରୀ ଓ ଲୋକ ପ୍ରତିନିଧିଙ୍କୁ ଗ୍ରାମର ନିଯୁକ୍ତି ଥଇଥାନ୍ ଆପତ୍ତି ଅଭିଯୋଗକୁ ଜଣାଇଥିଲେ । ବଡ଼ ଦୁଃଖର ବିଷୟ ଗ୍ରାମବାସୀଙ୍କୁ ବିଭିନ୍ନ ସମୟରେ ଲିଖିତ ପ୍ରତିଶ୍ରୁତି ଦେଇଥିବା ପାଣିର ଗାଇ ଟାଣିବା ସଦୃଶ ହୋଇଛି । ରାଜ୍ୟ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ହୋଇଥିବା ନିଯୁକ୍ତି ଥଇଥାନ ଓ ପୁନଃ ବସତି ନିୟମ ଅନୁସାରେ ଦୁଇଟି ପର୍ଯ୍ୟାୟରେ ନିର୍ଦ୍ଧାରିତ ହୋଇଥିବା କଟ୍ଅପ୍ ତାରିଖ ଧାର୍ଯ୍ୟ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଖଣି କର୍ତ୍ତୃପକ୍ଷ ନିଯୁକ୍ତି ଥଇଥାନ କରିବାର ବିଧି ବ୍ୟବସ୍ଥାକୁ ସିଧାସଳଖ ଉଲ୍ଲଂଘନ କରୁଅଛନ୍ତି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିୟମ ଅନୁଯାୟୀ ଯେଉଁ ଗ୍ରାମର ଜମି ଶତକଡ଼ା ୭୫ ଭାଗ ଅଧିଗୃହିତ ହୋଇଥିବ ସେହି ଗ୍ରାମକୁ ସଂପୂର୍ଣ୍ଣ ବିସ୍ଥାପିତ କରି ନିଯୁକ୍ତି ଥଇଥାନ କରିବାର ବ୍ୟବସ୍ଥାକୁ ଖଣି କର୍ତ୍ତୃପକ୍ଷ ଅଣଦେଖା କରି ଗ୍ରାମବାସୀଙ୍କୁ ପ୍ରତାରିତ ଓ କୋଠାରଘାତ କରାଯାଉଥିବାରୁ କଣିହାଁ ତହସିଲଦାର ଆଶୁଂମାନ ଶତପଥି, ପାଲଲହଡ଼ା ଏସ୍ଡିପିଓ ଯଶୋବନ୍ତ ସାମଲ, ପ୍ରକଳ୍ପ ଅଧିକାରୀ ଏସ୍ ଏନ୍ ପରିଡ଼ା ଓ ଏନ୍ ପି ପାତ୍ର ପହଞ୍ଚି ଗ୍ରାମବାସୀଙ୍କ ସହିତ ଆଲୋଚନା କରି ବିଫଳ ହୋଇଥିଲେ । ଗ୍ରାମବାସୀ ନିଜ ଜିଦିରେ ଅଟଳ ରହି ଧାରଣାରେ ବସିଛନ୍ତି ।




Powered by odothemes.com