ଏବର୍ଷ ସ୍ୱାଭାବିକ ମୌସୁମୀ | ସର୍ବସାଧାରଣ ଖବରକାଗଜ
khara

ଏବର୍ଷ ସ୍ୱାଭାବିକ ମୌସୁମୀ

42

ନୂଆଦିଲ୍ଲୀ, ୧୬ା୪(ବୁ୍ୟରୋ): ଚଳିତ ବର୍ଷ ଦେଶରେ ମୌସୁମୀ ପ୍ରବାହ ସ୍ୱାଭାବିକ ରହିବ । ଜଳବାୟୁ ପରିସ୍ଥିତି ଅନୁକୂଳ ଥିବାରୁ ଚଳିତ ଜୁନ୍ରୁ ସେପ୍ଟେମ୍ବର ମଧ୍ୟରେ ୯୭% ଅର୍ଥାତ୍ ୮୯ ସେ.ମି. ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ଅନୁମାନ କରିଛି । ଜୁନ୍ ପୂର୍ବରୁ ଅର୍ଥାତ ଠିକ୍ ସମୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିବ । ମୌସୁମୀ ଆସିବା ପାଇଁ ବାୟୁମଣ୍ଡଳ ଓ ବାତ୍ତାବରଣ ଠିକ୍ ରହିଛି । ଚଳିତ ବର୍ଷ ଜୁନ୍-ସେପ୍ଟେମ୍ବରରେ ୯୭% ବର୍ଷା ହେବା ସହ ୫% କମ୍ କିମ୍ବା ବେଶୀ ବୃଷ୍ଟିପାତ ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି) ନିଦେ୍ର୍ଦଶକ କେଜି ରମେଶ କହିଛନ୍ତି । ୨୦୧୮ରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସପ୍ତାହେ ପୂର୍ବରୁ ଅର୍ଥାତ ମେ’ ୧୫ ତାରିଖ ସୁଦ୍ଧା କେରଳ ଛୁଇଁବା ସହିତ ଅନ୍ୟ ରାଜ୍ୟ ଗୁଡ଼ିକରେ ଠିକ୍ ସମୟ ପୂର୍ବରୁ ମଧ୍ୟ ପହଞ୍ଚିବ । ଏପ୍ରିଲ ମାସରେ ସାମୁଦ୍ରିକ ବାୟୁ ପ୍ରବାହ ଏବଂ ପାରିପାଶ୍ୱିର୍କ ପାଣିପାଗ ସ୍ଥିତିକୁ ଅନୁଧ୍ୟାନ କରାଯାଇ ଭଲ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଇଏମ୍ଡି । ପ୍ରତିବର୍ଷ ମେ’ ଶେଷ ଏବଂ ଜୁନ୍ ପ୍ରଥମ ସପ୍ତାହରେ ମୌସୁମୀ କେରଳ ଛୁଇଁଥାଏ । କିନ୍ତୁ ଚିଳିତ ବର୍ଷ ସପ୍ତାହେ ପୂର୍ବରୁ ବିଭିନ୍ନ ରାଜ୍ୟକୁ ମୌସୁମୀ ପ୍ରବେଶ କରିବ । ଦୀର୍ଘ କାଳୀନ ହାର(ଏଲ୍ପିଏ) ଅନୁସାରେ ୯୭% (୫% କମ୍ କିମ୍ବା ଅଧିକ) ବର୍ଷା ହେବ । ତେଣୁ ଚଳିତ ବର୍ଷ ଅଭାବୀ ବୃଷ୍ଟିପାତ ହେବାର ସମ୍ଭାବନା ବହୁତ୍ କମ୍ । ସେହିପରି ଜୁନ୍ରୁ ସେପ୍ଟେମ୍ବର ମାସ ମଧ୍ୟରେ ଦୀର୍ଘ କାଳୀନ ହାରରେ ୯୬ରୁ ୧୦୪% ପର୍ୟ୍ୟନ୍ତ ବର୍ଷାକୁ ସ୍ୱାଭାବିକ ବର୍ଷା ବୋଲି ଧରାଯାଏ । ୧୦୪ରୁ ୧୧୦% ବର୍ଷାକୁ ସ୍ୱାଭାବିକ ଠାରୁ ବେଶୀ ବର୍ଷା ଏବଂ ୯୦ରୁ ୯୬%ରୁ କମ୍ ବର୍ଷାକୁ ଅଭାବୀ ବର୍ଷା ଧରାଯାଇଥାଏ । ଗତ ୫୦ ବର୍ଷର ଆକଳନ ଅନୁସାରେ ଭାରତରେ ମୌସୁମୀ ବର୍ଷା ହାର ୮୯% ରହିଛି । ଏହାକୁ ମିଶାଇ ଲଗାତାର ତୃତୀୟ ବର୍ଷ ମଧ୍ୟ ଆଇଏମ୍ଡି ସ୍ୱାଭାବିକ ବର୍ଷାର ପୂର୍ବାନୁମାନ କରିଛି । ସୂଚନା ମୁତାବକ ପ୍ରଶାନ୍ତ ମହାସାଗରରେ ସୃଷ୍ଟି ହୋଇଥିବା ଏଲିନୋ ଦୁର୍ବଳ ହେବାରେ ଲାଗିଛି । ତେବେ ଏହାର ପ୍ରଭାବ ଦକ୍ଷିଣ-ପଶ୍ଚିମ ମୌସୁମୀ ଉପରେ ପଡ଼ିବ ନାହିଁ । ମେସୁମୀ ବାୟରୁ ପ୍ରଭାବ ଭାରତର ଅର୍ଥନୀତି କ୍ଷେତ୍ରରେ ପଡ଼ିଥାଏ । ସ୍ୱଭାବିକ ବର୍ଷା ହେଲେ କୃଷି ଉତ୍ପାଦନ ବଢ଼ିବ ଓ କୃଷି ଉପରେ ନିର୍ଭରଶୀଳ ଗ୍ରାମୀଣ ଅର୍ଥନୀତିରେ ଅଭିବୃଦ୍ଧି ଘଟିବ । ଗତବର୍ଷ ଦୀର୍ଘ କାଳୀନ ହାରରେ ୯୫% ବର୍ଷା ହୋଇଥିଲା ।




Powered by odothemes.com