H2018041644383

ଛତିଶଗଡ଼, ଝାଡ଼ଖଣ୍ଡର ବେଆଇନ ନିର୍ମାଣ ଜଣାଇଲା ଓଡିÿଶା

17

୫ ରାଜ୍ୟର ନଦୀ ବିବାଦ ନେଇ ବୈଠକ
ଭୁବନେଶ୍ୱର, ୧୬ା୪(ବୁ୍ୟରୋ): ଛତିଶଗଡ ସରକାର ମନମୁଖୀଭାବେ ନୂଆ ବ୍ୟାରେଜ୍ କରୁଥିବାରୁ ମହାନଦୀରେ ଜଳ ପ୍ରବାହ ପ୍ରଭାବିତ ହୋଇଛି । ଛତିଶଗଡର ନିର୍ମାଣାଧୀନ ବ୍ୟାରେଜ୍ ନେଇ ଆଜି କୋଲକାତାରେ ଅନୁଷ୍ଠିତ ଆନ୍ତଃରାଜ୍ୟ ନଦୀ ବୈଠକରେ ଓଡିଶା ପକ୍ଷରୁ ଏହି ଅଭିଯୋଗ କରାଯାଇଛି । ଅପରପକ୍ଷରେ ଛତିଶଗଡ ସରକାର ଓଡିଶାର ଅଭିଯୋଗକୁ ଖଣ୍ଡନ କରିଛନ୍ତି । କେନ୍ଦ୍ର ଜଳ ସମ୍ପଦ ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘାୱାଲଙ୍କ ଅଧ୍ୟକ୍ଷତାରେ ପୂର୍ବାଞ୍ଚଳର ୫ଟି ରାଜ୍ୟର ବୈଠକ ହୋଇଥିଲା । ଏହି ବୈଠକରେ ଓଡିଶା, ଛତିଶଗଡ, ଝାଡଖଣ୍ଡ, ବିହାର ଓ ପଶ୍ଚିମବଙ୍ଗର ପ୍ରତିନିଧିମାନେ ଯୋଗଦେଇଥିଲେ । ଓଡିଶା ପକ୍ଷରୁ ଖାଦ୍ୟ ଓ ଯୋଗାଣମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ପ୍ରତିନିଧିତ୍ୱ କରିଥିଲେ । ଶ୍ରୀ ପାତ୍ର ଦର୍ଶାଇଥିଲେ ଯେ ଛତିଶଗଡର ନିର୍ମାଣାଧୀନ ପ୍ରକଳ୍ପକୁ ନେଇ ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି । ଛତିଶଗଡ ପ୍ରକଳ୍ପ ଯୋଗୁଁ ଓଡିଶା ବିଶେଷଭାବରେ କ୍ଷତିଗ୍ରସ୍ତ ହେଉଛି । ସେହିଭଳି ଝାଡଖଣ୍ଡ ସରକାର ମଧ୍ୟ ଶଙ୍ଖ ଓ କୋଏଲ୍ ନଦୀରେ ପ୍ରକଳ୍ପ ନିର୍ମାଣ କରୁଛନ୍ତି । ଫଳରେ ଓଡିଶା କ୍ଷତିଗ୍ରସ୍ତ ହେବ । ତୁରନ୍ତ ଏହି ପ୍ରକଳ୍ପଗୁଡିକ ଉପରେ ତର୍ଜମା କରାଯାଉ । ସେହିଭଳି ମହାନଦୀ ଜଳ ବିବାଦ ସମାଧାନ ଲାଗି ଟ୍ରିବୁ୍ୟନାଲ୍ ଗଠନ କରାଯାଇଛି । ଏପର୍ଯ୍ୟନ୍ତ ଟ୍ରିବୁ୍ୟନାଲ୍ର ଟର୍ମ ଅଫ୍ ରେଫରେନ୍ସ ଆମେ ପାଇନାହୁଁ । ତୁରନ୍ତ ଏହା ଓଡିଶାକୁ ପ୍ରଦାନ କରାଯାଉ । ସେହିଭଳି ବାଲେଶ୍ୱରରେ ସୁବର୍ଣ୍ଣରେଖା ନଦୀରୁ ପଶ୍ଚିମବଙ୍ଗର ବାଲି ମାଫିଆମାନେ ବେଧଡକଭାବେ ଚୋରାଚାଲାଣ କରୁଛନ୍ତି ।ଏହାକୁ ରୋକିବା ଲାଗି ପଶ୍ଚିମବଙ୍ଗ ସରକାରଙ୍କୁ ନିଦେ୍ର୍ଦଶ ଦେବା ପାଇଁ ଶ୍ରୀ ପାତ୍ର କହିଥିଲେ । ସୂଚନାଯୋଗ୍ୟ, ୫ ରାଜ୍ୟରେ ପ୍ରବାହିତ ହେଉଥିବା ଆନ୍ତଃରାଜ୍ୟ ନଦୀଗୁଡିକୁ ନେଇ ଆଜିର ବୈଠକରେ ମୁଖ୍ୟତଃ ଆଲୋଚନା ହୋଇଥିଲା । ୧୫ ଦିନ ପରେ ପୁଣି ଏକ ବୈଠକ ବସି ଆଲୋଚନା ହେବ ବୋଲି ସୂଚନା ଦିଆଯାଇଛି । ତେବେ ବୈଠକରେ କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ ଆନ୍ତଃରାଜ୍ୟ ନଦୀ ବିବାଦର ଶୀଘ୍ର ସମାଧାନ ପାଇଁ ଏକକ ଜାତୀୟ ଟ୍ରିବୁ୍ୟନାଲ୍ ଗଠନ କରାଯିବ । ଏଥିଲାଗି ପଦକ୍ଷେପ ନିଆଯାଉଛି । ବର୍ତ୍ତମାନ ଦେଶରେ କାବେରୀ, ନର୍ମଦା ଓ କ୍ରିଷ୍ଣା ନଦୀ ସମେତ ଅନ୍ୟାନ୍ୟ ନଦୀର ଜଳବିବାଦ ସମାଧାନ ଲାଗି ପୃଥକ ପୃଥକ ଟ୍ରିବୁ୍ୟନାଲ୍ ରହିଛି । ସେହିଭଳି ମହାନଦୀ ପାଇଁ ଟ୍ରିବୁ୍ୟନାଲ୍ ଗଠନ ପ୍ରକ୍ରିୟା ଜାରି ରହିଛି । ଅଧିକ ଟ୍ରିବୁ୍ୟନାଲ୍ ପରିବର୍ତ୍ତେ ଏକକ ଟ୍ରିବୁ୍ୟନାଲ୍ ଗଠନ ଲାଗି ଲୋକସଭାରେ ଆନ୍ତଃରାଜ୍ୟ ଜଳ ବିବାଦ ଆଇନର ସଂଶୋଧନ ଆଗତ କରାଯାଇଛି । ଏକକ ଟ୍ରିବୁ୍ୟନାଲ୍ ହେଲେ ରାଜ୍ୟଗୁଡିକୁ ଜଳସେଚନ ପାଇଁ ଉପଯୁକ୍ତ ସୁବିଧା ମିଳିବ ଏବଂ ଏହି ଟ୍ରିବୁ୍ୟନାଲ୍ ନିଷ୍ପତ୍ତି ବାଧ୍ୟତାମୂଳକ ହେବ । କେବଳ ରାଜ୍ୟ ନୁହେଁ, ଦେଶର ସ୍ୱାର୍ଥ ପାଇଁ ଏହା କାର୍ଯ୍ୟ କରିବ ହେବ ବୋଲି ସେ କହିଥିଲେ ।




Powered by odothemes.com