ଭୋଗମଣ୍ଡପ ନୀତିରେ ବିଳମ୍ବ | ସର୍ବସାଧାରଣ ଖବରକାଗଜ
sebayat-(1)

ଭୋଗମଣ୍ଡପ ନୀତିରେ ବିଳମ୍ବ

68

ପୁରୀ, ୧୬ା୪(ଆପ୍ର): ଶ୍ରୀମନ୍ଦିରରେ ଆଜିଠାରୁ ମହାପ୍ରଭୁଙ୍କୁ ଜଗମୋହନରୁ ଦର୍ଶନ କରିବା ଲାଗି ଭକ୍ତମାନଙ୍କୁ ଅନୁମତି ଦିଆଯାଇଛି । ତେବେ ଦର୍ଶନ ପାଇଁ ବିଳମ୍ବ ହୋଇଥିବାରୁ ଶ୍ରୀମନ୍ଦିରରେ ଆଜି ମହାପ୍ରସାଦ ବାହାରିପାରିନାହିଁ । ଏଥିଯୋଗୁଁ ବିପୁଳ କ୍ଷତି ହୋଇଥିବା ସୁଆର ଓ ମହାସୁଆର ନିଯୋଗ ଅଭିଯୋଗ କରିବା ସହ ଶ୍ରୀମନ୍ଦିର ସମ୍ମୁଖରେ ଧାରଣା ଦେଇଛନ୍ତି । ବିଳମ୍ବିତ ରାତି ପର୍ଯ୍ୟନ୍ତ ଧାରଣା ଅବ୍ୟାହତ ରହିଥିଲା । ଭୋଗ ମଣ୍ଡପରେ ନୀତି ହୋଇନଥିବାରୁ ତାହା ଅମଣିଆ ହୋଇଯାଇଛି ବୋଲି ଅଭିଯୋଗ କରାଯାଇଛି । ଏଥିଯୋଗୁଁ ସେମାନଙ୍କର ଲକ୍ଷାଧିକ ଟଙ୍କା କ୍ଷତି ହୋଇଥିବା ନିଯୋଗ ଅଭିଯୋଗ କରିଛି ।
ସୁଆରମହାସୁଆର ନିଯୋଗ ଶ୍ରୀମନ୍ଦିର ପ୍ରଶାସନକୁ ଦାୟୀ କରିଛନ୍ତି । ଏଥିଯୋଗୁଁ ସେମାନଙ୍କର ଯେଉଁ ଲକ୍ଷାଧିକ ଟଙ୍କର କ୍ଷତି ଘଟିଛି ତାହାକୁ ତୁରନ୍ତ ଶ୍ରୀମନ୍ଦିର ପ୍ରଶାସନ ଭରଣା କରୁ । ଆଜିର ଏହି ଘଟଣା ପାଇଁ ଯେଉଁମାନେ ଦାୟୀ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସୁଆରମହାସୁଆର ନିଯୋଗ ଦାବି କରିଛି । ଏସବୁ ଦାବିକୁ ତୁରନ୍ତ ପୂରଣ କରାଯାଉ ବୋଲି ଦର୍ଶାଇ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ସୁଆର ନିଯୋଗ ତରଫରୁ ଧାରଣା ଦିଆଯାଇଛି । ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ଭୋଗମଣ୍ଡପରୁ ମହାପ୍ରସାଦ ବାହାରିନାହିଁ । ଏଠାରେ ସୂଚନାଯୋଗ୍ୟ ଯେ, ଭୋଗମଣ୍ଡପରେ କେବଳ ଭକ୍ତମାନଙ୍କର ବରାଦି ଭୋଗର ବ୍ୟବସ୍ଥା କରାଯାଇଥାଏ । ଭୋଗମଣ୍ଡପ ଭୋଗ ବାହାରିବାରେ ବିଳମ୍ବ ଘଟିଥିବାରୁ ଏଠାରେ ବିବାହ, ବ୍ରତ ଏବଂ ଅନ୍ୟାନ୍ୟ ଭୋଜି ପାଇଁ ଲୋକେ ନାହିଁନଥିବା ହଇରାଣ ହୋଇଥିବା ଲକ୍ଷ୍ୟ କରାଯାଇଛି ।




Powered by odothemes.com