Wildlife2_TI

ଦନ୍ତା ଆକ୍ରମଣରେ ୨ ମଇଁଷି ମୃତ

55

ଘରୁ ନବାହାରିବାକୁ ବନ ବିଭାଗର ପ୍ରଚାର
ଢେଙ୍କାନାଳ,୧୬ା୪(ଆପ୍ର): ଢେଙ୍କାନାଳ ବନଖଣ୍ଡ ସଦର ବନାଞ୍ଚଳ ଗଦାଶିଳା ଫରେଷ୍ଟ ସେକସନ ଅନ୍ତର୍ଗତ ପଶାସିଂହ ଗ୍ରାମରେ ଦନ୍ତା ଆକ୍ରମଣରେ ଦୁଇଟି ମଇଁଷିଙ୍କ ମୃତୁ୍ୟ ଘଟିଥିବା ବେଳେ ଅନ୍ୟ ଗୋଟିଏ ଗୁରୁତର ହୋଇଥିବା ଜଣାପଡ଼ିଛି । ଦୀର୍ଘ ଏକ ମାସଧରି ୮୦ଟି ହାତୀ ଅଞ୍ଚଳରେ ଉପଦ୍ରଚ ଚଳାଇଥିବାବେଳେ ୪ ଦିନ ହେବ ଏହି ହାତୀ ପଲ ବ୍ରାହ୍ମଣୀ ନଦୀ ପାର ହୋଇ ଅଁଳାବେରେଣୀ ଅଞ୍ଚଳକୁ ଚାଲିଯାଇଛନ୍ତି । ହାତୀ ପଲରେ ଥିବା ଗୋଟିଏ ଦନ୍ତା ଦଳରୁ ବାହାରୀ ଏକୁଟିଆ ଚଳପ୍ରଚଳ କରୁଥିବା ବେଳେ ବନବିଭାଗର ମୁଣ୍ଡ ବ୍ୟଥା ସାଜିଥିବା ସମୟରେ ଗ୍ରାମବାସୀଙ୍କ ପାଇଁ ଆତଙ୍କ ଖେଳାଇ ଦେଇଛି । ଦନ୍ତାଟି ପଶାସିଂହ ଗ୍ରାମର ମଧୁସୂଦନ ବେହେରାଙ୍କ ମଇଁଷି ଗୋଠରେ ପଶି ଆକ୍ରମଣ କରିବା ସହିତ ଗୋଟିଏ ମାଆ ଓ ଛୁଆ ମଇଁଷିକୁ ଦଳିଚକଟି ମାରିଦେଇଛି ଏବଂ ଗୋଟିଏ ମଇଁଷି ଗୁରୁତର ହୋଇଛି । ଦନ୍ତାଟି ଆକ୍ରମଣାତ୍ମକ ହୋଇପଡ଼ିଥିବା ବେଳେ ଗ୍ରାମବାସୀ ସଜାଗ ରହିବା ସହିତ ଘରୁ ନବାହାରିବାକୁ ଗଦାଶିଳା ଫରେଷ୍ଟ ସେକ୍ସନ ତରଫରୁ ଡାକବାଜି ଯନ୍ତ୍ରଯୋଗେ ନିକଟସ୍ଥ ଗ୍ରାମବାସୀଙ୍କୁ ସଜାଗ କରାଯାଇଛି । ହାତୀ ସନ୍ଧ୍ୟାରେ ଗଇଲୋ ବସଷ୍ଟାଣ୍ଡ ଦେଇ ଗୁଣଦେଇ ଅଞ୍ଚଳକୁ ପ୍ରବେଶ କରିଥିବା ଜଣାପଡ଼ିଛି ।

ସେଆର କରନ୍ତୁ:



Powered by odothemes.com