Photo-No

୨୫୩ ଅଭିଯୋଗ, ୧୭୨ର ସମାଧାନ

137

ଜିଲ୍ଲାପାଳଙ୍କ ଜନଅଭିଯୋଗ ଶୁଣାଣି
ଢେଙ୍କାନାଳ,୧୬ା୪(ଆପ୍ର): ଢେଙ୍କାନାଳ ଭୁବନ ବ୍ଲକ୍ କାର୍ଯ୍ୟାଳୟ ପରିସରରେ ସୋମବାର ଏକ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ନିଖିଲ୍ ପବନ କଲ୍ୟାଣ ଉପସ୍ଥିତ ରହି ଜିଲ୍ଲାର ବିଭିନ୍ନ ସ୍ଥାନମାନଙ୍କରୁ ଆସିଥିବା ଲୋକଙ୍କର ଅଭିଯୋଗମାନ ଶୁଣାଣି କରିଥିଲେ । ଶିବିରରେ ମୋଟ୍ ୨୫୩ ଗୋଟି ଅଭିଯୋଗ ଦରଖାସ୍ତ ଗ୍ରହଣ କରାଯାଇଥିଲା । ସେଥିମଧ୍ୟରୁ ୨୫୦ ବ୍ୟକ୍ତିଗତ ଅଭିଯୋଗ, ୩ ଗ୍ରାମର ସମସ୍ୟା ସଂପର୍କିତ ଦରଖାସ୍ତ ଅନ୍ତର୍ଭୁକ୍ତ । ରେଡକ୍ରସ୍ ପାଣ୍ଠିରୁ ସହାୟତା ପାଇଁ ଆସିଥିବା ୧୦ ଅଭିଯୋଗପତ୍ର ସମ୍ପର୍କରେ ସମୀକ୍ଷା କରାଯାଇ ୨୮ ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ଶିବିରରେ ୧୭୨ ଅଭିଯୋଗର ଫଇସଲା କରାଯାଇଥିଲା । ଅନ୍ୟ ଅଭିଯୋଗ ଗୁଡିକର ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ଶ୍ରୀ କଲ୍ୟାଣ ନିଦେ୍ର୍ଦଶ ଦେଇଥିଲେ । ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ଭାରପ୍ରାପ୍ତ ଏସ୍ପି ସନ୍ତୋଷ ନାୟକ, ଜିଲ୍ଲା ପ୍ରକଳ୍ପ ଅଧିକାରୀ ନରୋତ୍ତମ ବେହେରା, କାମାକ୍ଷାନଗର ଉପଜିଲ୍ଲାପାଳ କଳ୍ପତରୁ ବେହେରା, ଏସ୍ଡିପିଓ ସୁପ୍ରସେନ୍ ମଲ୍ଲିକ, ଭୁବନ ବିଡିଓ ବସନ୍ତ କୁମାର ମାଝୀ, ତହସିଲଦାର ଶକ୍ତିକାନ୍ତ ରାଏ, ଜିଲ୍ଲା ମଙ୍ଗଳ ଅଧିକାରୀ ମାନସ ରଞ୍ଜନ ମିଶ୍ର, ଜିଲ୍ଲା ପଞ୍ଚାୟତ ଅଧିକାରୀ ବିରେନ୍ଦ୍ର ହୋତା, ପିଜିସେଲ୍ ସିତାଶୁଂ ଶେଖର ଦାସଙ୍କ ସମେତ ବିଭିନ୍ନ ଅଧିକାରୀ ଏବଂ କର୍ମଚାରୀ ଉପସ୍ଥିତ ଥିଲେ ।




Powered by odothemes.com