News-5-(1)

ବାନାର୍ଜୀ କଲୋନୀବାସୀଙ୍କ ଦୁଃଖ ଶୁଣୁନି ପ୍ରଶାସନ

13

କେନ୍ଦୁଝର, ୧୬ା୪(ଆପ୍ର): କେନ୍ଦୁଝରଗଡ଼ ପୌରପାଳିକାର ୯ନଂ ୱାର୍ଡ ଅନ୍ତର୍ଗତ ବାନାର୍ଜୀ କଲୋନୀରେ ଡ୍ରେନ ନଥିବାରୁ ସେଠାରେ ରହୁଥିବା ବାସିନ୍ଦାମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବାରମ୍ବାର ଦାବି ସତ୍ତ୍ୱେ ପୌର ପ୍ରଶାସନଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ନିଜ ସମସ୍ୟା ଜଣାଇ ଆସୁଥିଲେ ମଧ୍ୟ କଲୋନୀ ବାସିନ୍ଦାଙ୍କର ଦୁଃଖ କେହି ଶୁଣୁ ନାହାନ୍ତି । ଡ୍ରେନ ନଥିବାରୁ କଲୋନୀବାସୀଙ୍କର ଅସୁବିଧା ଦିନକୁ ଦିନ ବଢିବାରେ ଲାଗିଛି । ବାନାର୍ଜୀ କଲୋନୀର ଗୋବିନ୍ଦ ଚନ୍ଦ୍ର ସାହୁ ନିଜ ଘର ସମ୍ମୁଖରେ ଡଷ୍ଟବିନ,ରାସ୍ତା ପାଣି ଘରେ ପଶିବା ନେଇ ଲୋକ ଅଦାଲତର ଦ୍ୱାରସ୍ଥ ହୋଇଥିଲେ । କୋର୍ଟ ଏହି ମାମଲାର ଶୁଶାଣି କରି ଡଷ୍ଟବିନ୍ ହଟାଇବା, ଡ୍ରେନ କରିବା, ରାସ୍ତାରେ ଲାଇନ ସଂଯୋଗ ଦେବା ନିମନ୍ତେ ନିଦେ୍ର୍ଦଶ ଦେଇଥିଲେ । ମାତ୍ର ପୋ÷ର କର୍ତ୍ତୃପକ୍ଷ ଏହି ଆଦେଶକୁ ଅବମାନନା କରିବାରୁ ସେ ଘର ବିକ୍ରି କରି ଅନ୍ୟତ୍ର ଚାଲିଯାଇଥିବା ଜଣାପଡିଛି । ଏହି କଲୋନୀରେ ସାମାନ୍ୟ ବର୍ଷା ହେଲେ ରାସ୍ତା ପାଣି ଏବଂ ଅପରିଷ୍କାର ପାଣି ଘର ଭିତରେ ପଶିଯାଉଛି । ଆଗାମୀ ବର୍ଷାଦିନ ପୂର୍ବରୁ ଏହି କଲୋନୀର ବାସିନ୍ଦାଙ୍କ ପାଇଁ ଡ୍ରେନ ନିର୍ମାଣ କରାନଗଲେ ପରିସ୍ଥିତି ଅଣାୟତ୍ତ ହେବାର ସମ୍ଭାବନା ରହିଛି । କଲୋନୀବାସୀ ଦୀର୍ଘଦିନର ସମସ୍ୟା ଦୂର ପାଇଁ ପୁନର୍ବାର ସେମାନେ ଜିଲ୍ଲାପାଳ ଆଶିଷ ଠାକ୍ରେ, ପୋ÷ରପାଳିକାର ନିର୍ବାହୀ ଯନ୍ତ୍ରୀ ଏବଂ ପୋ÷ରପାଳିକାର ଭାରପ୍ରାପ୍ତ ଅଧ୍ୟକ୍ଷ ସରୋଜ କୁମାର ସାହୁଙ୍କୁ ସାକ୍ଷାତ କରି ଡ୍ରେନ ଏବଂ ରାସ୍ତା କରିବାକୁ ଦାବି ଜଣାଇଛନ୍ତି । ଅଭିଯୋଗପତ୍ରରୁ ଜଣାପଡିଛି ଯେ ଏହାପୂର୍ବରୁ ୨୦୧୪ ମସିହା ଜୁଲାଇ ୨୬ ତାରିଖ ଓ ୨୦୧୫ ମସିହା ଅଗଷ୍ଟ ୩ ତାରିଖ ଦିନ ମଧ୍ୟ ବାନାର୍ଜୀ କଲୋନୀର ବାସିନ୍ଦାଙ୍କ ତରଫରୁ ଡ୍ରେନ୍ ନିର୍ମାଣକୁ ନେଇ ଆବେଦନ କରାଯାଇଥିଲେ ମଧ୍ୟ ଏହାର କୌଣସି ସମାଧାନ କରାଯାଇନାହିଁ । ବାନାର୍ଜୀ କଲୋନୀରେ ଡ୍ରେନ୍ ସୁବିଧା ନଥିବାରୁ ଅଞ୍ଚଳବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବାବେଳେ ଏହି ବାନାର୍ଜୀ କଲୋନୀ ମଧ୍ୟରେ ରହିଥିବା ଗାୟତ୍ରୀ ଆବାସିକ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଅଳିଆ ଆବର୍ଜନା ପକାଉଥିବାରୁ କଲୋନୀବାସୀ ଯମ ଯନ୍ତ୍ରଣା ଭୋଗ କରୁଛନ୍ତି । ପରିମଳ ବ୍ୟବସ୍ଥା ନଥିବାରୁ ନିଷ୍କାସିତ ଜଳ ସାଧାରଣ ଲୋକଙ୍କ ଘର ଭିତରେ ପଶି ଯାଉଥିବାବେଳେ ବର୍ଷାଦିନେ କଲୋନୀ ରାସ୍ତାରେ ଅଣ୍ଟାଏ ଲେଖାଏଁ ପାଣି ଜମି ରହୁଥିବାବେଳେ ଲୋକଙ୍କ ତଳ ମହଲାରେ ଆଣ୍ଠୁଏ ଉଚ୍ଚର ପାଣି ଜମା ହୋଇ ରହୁଛି । ଏହାକୁ ନେଇ ଗତବର୍ଷ ବର୍ଷା ଦିନରେ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିଥିବା ସହ ପ୍ରଶାସନ ନାକେଦମ ହେବାକୁ ପଡିଥିଲା । ତେବେ ବାନାର୍ଜୀ କଲୋନୀର ୧୨ଜଣ ଜମି ମାଲିକ ସେମାନଙ୍କର ଜମିରୁ ମୂଲ୍ୟବାନ ଅଂଶ ପୌର ପ୍ରଶାସନକୁ ହସ୍ତାନ୍ତର କରିଥିଲେ ମଧ୍ୟ ଏଥିରେ ଡ୍ରେନ୍ ନିର୍ମାଣ ହେଉନାହିଁ । ଜିଲ୍ଲାପାଳ ତୁରନ୍ତ ଏହି ସମସ୍ୟାର ସମାଧାନ କରିବାକୁ ବାନାର୍ଜୀ କଲୋନୀର ଅଧିବାସୀ ନିହାର ରଞ୍ଜନ ଓଝା, ଅର୍ଜୁନ ଚରଣ ବିଶ୍ୱାଳ, ସୀତରାଣୀ ବିଶ୍ୱାଳ, ସରୋଜ ଦାସ, ହରିଶ କୁମାର ଯୋଶୀ, ବାମନ ସାହୁ, ଯୁଧିଷ୍ଠିର ନାୟକ, ମୀରା ନାୟକ, ରାଜୀବ କୁମାର ସିଂ, ଶିରିଶ ଚନ୍ଦ୍ର ସାହୁ, ଗିରିଧାରୀଲାଲ ରତନଲାଲ ଚାୱଡା, ମାଳତୀଲତା ଦଳେଇ, ଗୋଲକ କୁମାର ଦଳାଇ ପ୍ରମୁଖ ଦାବି କରିଛନ୍ତି ।




Powered by odothemes.com