cm

ହୀରାକୁଦ ଇବ୍ ସେତୁ ଲୋକାର୍ପିତ

64

ସମ୍ବଲପୁର/ବୁର୍ଲା,୧୫ ।୪(ବୁ୍ୟରୋ): ଝାରସୁଗୁଡ଼ା ଜିଲ୍ଲା ଲଖନ୍ପୁର ଅଞ୍ଚଳରୁ ସମ୍ବଲପୁର ଜିଲ୍ଲାର ନରଙ୍ଗାଲି ଅଞ୍ଚଳକୁ ସିଧାସଳଖ ସଂଯୋଗ ପାଇଁ ହୀରାକୁଦ ଜଳଭଣ୍ଡାରରେ ନିବର୍ନିମିତ ସପନେ ରମ୍ପିଲା ସେତୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଲୋକାର୍ପିତ ହୋଇଛି । ୧୧୭କୋଟି ୫୦ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ସେତୁ ଉଦ୍ଘାଟନ୍ ପରେ ଦୀର୍ଘ ୭୩ ବର୍ଷ ଧରି ଚାଲିଥିବା ପ୍ରତୀକ୍ଷାର ଅନ୍ତ ଘଟିଛି । ଏହା ହେଉଛି ୨.୫ କିମି ଦୈର୍ଘ୍ୟ ବିଶିଷ୍ଟ ଓଡ଼ିଶାର ଦ୍ୱିତୀୟ ଦୀର୍ଘତମ ସେତୁ । ବ୍ରଜରାଜନଗରର ପୂର୍ବତନ ବିଧାୟକ ମହାଜନ ନାୟକ ସ୍ୱର୍ଗତ ପ୍ରଶନ୍ନ ପଣ୍ଡାଙ୍କ ସ୍ୱପ୍ନ ପୂରଣ ହୋଇଛି । ମଧ୍ୟାହ୍ନ ୧୨.୩୦ ସମୟରେ ମୁଖ୍ୟମନ୍ତ୍ରୀ ନୂତନ ସେତୁର ଉଦ୍ଘାଟନ କରିଥିଲେ । ଏହି ସେତୁ ବିଜେଡି ସରକାରଙ୍କର ଏକ ସ୍ୱପ୍ନ ଥିଲାବେଳେ ଏହା ଦ୍ୱାରା ସମ୍ବଲପୁର ଜିଲ୍ଲା ଓ ଝାରସୁଗୁଡା ଜିଲ୍ଲାର ଜନସାଧାରଣଙ୍କ ମଧ୍ୟରେ ସିଧାସଳଖ ସଂଯୋଗ କରାଇପାରିବ । ଏପରିକି ଛତିଶଗଡ ରାଜ୍ୟ ରମ୍ବାଗଡ ଅଞ୍ଚଳ ସହିତ ମଧ୍ୟ୍ୟ ଯୋଗାଯୋଗ ସହଜ ହେବ । ଏହାଦ୍ୱାରା ଲୋକଙ୍କ ସମୟ ବଞ୍ଚିବା ସହିତ ଖର୍ଚ୍ଚ ମଧ୍ୟ କମିବ । ଲଖନପୁର ଅଞ୍ଚଳର ଜନସାଧାରଣଙ୍କୁ ପୂର୍ବରୁ ସମ୍ବଲପୁର ୯୦ରୁ ୧୦୦ କିମି ପଡୁଥିଲା । କିନ୍ତୁ ଏବେ ମାତ୍ର ୩୦ରୁ ୪୦ କିମି ମଧ୍ୟରେ ଜନସାଧାରଣ ସମ୍ବଲପୁର ପହଞ୍ଚିପାରିବେ ବୋଲି ମୁଖ୍ୟମନ୍ତ୍ରୀ ନିଜ ବକ୍ତବ୍ୟରେ କହିଥିଲେ । ଉଦ୍ଘାଟନ ଉତ୍ସବ ପରେ ବୁର୍ଲା ପ୍ରାଥମିକ ସ୍କୁଲ୍ ପଡିଆରେ ଅନୁଷ୍ଠିତ ସାଧାରଣ ସଭାରେ ଉପରୋକ୍ତ ମନ୍ତବ୍ୟ ଦେବା ସହ ରାଜ୍ୟ ସରକାର ସବୁ ସମୟରେ ଲୋକଙ୍କ ଉନ୍ନତି ପାଇଁ କାମ କରୁଛି ବୋଲି ବର୍ଣ୍ଣନା କରିଥିଲେ । ଏହି ପ୍ରତିଷ୍ଠାନର ଦ୍ୱିତୀୟ ସମାବର୍ତ୍ତନ ଉତ୍ସବରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଯୋଗ ଦେଇ ଏହାର ନୂତନ କୋଠା ଉଦ୍ଘାଟନ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ଜୀବନରେ ସଠିକ୍ ପଥରେ ଆଗେଇବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆହ୍ୱାନ ଦେଇଥିଲେ । ଏହି ସମାବର୍ତ୍ତନ ଉତ୍ସବରେ ୪୫ଜଣ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଛି । ସେମାନଙ୍କ ମଧ୍ୟରୁ ୩ଜଣଙ୍କୁ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯାଇଛି । ତେବେ ୪୦ଛାତ୍ରଛାତ୍ରୀଙ୍କୁ ବିଭିନ୍ନ କମ୍ପାନୀରେ ଚାକିରି ଯୋଗାଇ ଦିଆଯାଇଛି । ପୂର୍ବରୁ ଆଇଆଇଏମ୍ ସିଲିକନ୍ ପଲିଟେକ୍ନିକ୍ରୁ ଜ୍ୟୋତିବିହାରକୁ ସ୍ଥାନାନ୍ତରିତ କରାଯାଇଛି । ତେବେ ସମ୍ବଲପୁର ଆଇଆଇଏମ୍ ଦୁଇଟି ସ୍ମାର୍ଟ ଗ୍ରାମ ପୁଞ୍ଜ ସ୍ଥାପନ ମଧ୍ୟ କରିବାକୁ ଯାଉଛି । ଗୋଟିଏ ପଶ୍ଚିମ ଓଡ଼ିଶାରେ ହୋଇଥିବାବେଳେ ଅନ୍ୟଟି କେରାପୁଟରେ ହେବ । ଫଳରେ ଆନ୍ତର୍ଜାତୀୟ ପର୍ଯ୍ୟଟକମାନେ ଏଠାକୁ ଆସିବା ଦ୍ୱାରା ପର୍ଯ୍ୟଟନ କ୍ଷେତ୍ରର ବିକାଶ ସହ ବ୍ୟବସାୟିକ ଅଭିବୃଦ୍ଧି ଘଟିବ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଥିଲେ । ସମ୍ବଲପୁରରେ ଅନୁଷ୍ଠିତ ସଭାରେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ, ସମ୍ବଲପୁର ସାଂସଦ ନରେନ୍ଦ୍ର ପ୍ରଧାନ, ବରଗଡ ସାଂସଦ ପ୍ରଭାତ ସେଠା, ବିଧାୟକ ରୋଲିତ ପୂଜାରୀ, ବିଧାୟକ ରମେଶ ପଟୁଆ, ଝାରସୁଗୁଡା ବିଧାୟକ ନବଦାସ, ବ୍ରଜରାଜନଗର ବିଧାୟିକା ରାଧାରାଣୀ ପଣ୍ଡା, ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ଅନୁପ ସାଏ, ପ୍ରଶାସନ ପକ୍ଷରୁ ସମ୍ବଲପର ଜିଲ୍ଲାପାଳ ସମର୍ଥ ବର୍ମା ପ୍ରମୁଖ ମଞ୍ଚାସୀନ ଥିଲେ । ପିଡବ୍ଲ୍ୟୁଡି ବିଭଆଗର ମୁଖ୍ୟଯନ୍ତ୍ରୀ ସଭା ପରିଚାଳନା କରିଥିଲେ ।




Powered by odothemes.com