ACUSED-ARRESTED-FOR-JAL-NOTE

୫ ଗିରଫ, ଦେଢ଼ ଲକ୍ଷ ଟଙ୍କା ଜବତ

22

ସିମୁଳିଆରେ ଜାଲ୍ନୋଟ୍ କାରବାରର ପର୍ଦ୍ଦାଫାସ
ବାଲେଶ୍ୱର/ସିମୁଳିଆ (ଆପ୍ର୍ର): ସିମୁଳିଆ ଓ ବାଲେଶ୍ୱର ପୁଲିସର ମିଳିତ ଉଦ୍ୟମରେ ଏକ ଜାଲନୋଟ୍ କାରବାରର ପର୍ଦ୍ଦାଫାସ୍ ହୋଇଛି । ପୁଲିସ ସମୁଳିଆରେ ଏହି ଜାଲନୋଟ୍ କାରବାରର ସମ୍ପୃକ୍ତି ଅଭିଯୋଗରେ ୫ଜଣଙ୍କୁ ଗିରଫ କରିବା ସହିତ ଦେଢ଼ ଲକ୍ଷ ଟଙ୍କାର ଜାଲ୍ ନୋଟ, ୨ବାଇକ୍ ଓ ଗୋଟିଏ କାର୍ ଜବତ କରିଛି । ଜାଲ୍ନୋଟ୍ର ମୁଖ୍ୟ କାର୍ପଟଦାର୍ ପଡ଼ୋଶୀ ପଞ୍ଚିମବଙ୍ଗର ବୋଲି ବାଲେଶ୍ୱର ସଦର ଏସ୍ଡିପିଓ ପ୍ରଭାସ ଚନ୍ଦ୍ର ପାଲ ସୂଚନା ଦେଇଛନ୍ତି । ଗୁରଫ ଅଭିଯୁକ୍ତମାନେ ହେଲେ ବିରଞ୍ଚିପୁର ଗ୍ରାମର ବିଷ୍ନୁ ନାୟକ(୬୫), ସୋର ଥାନା ଅନ୍ତର୍ଗତ ତଳନଗର ପଞ୍ଚାୟତର ସୁନାରୀ ଗ୍ରାମର ଡାକ୍ତର ସତ୍ୟରଞ୍ଜନ ପଣ୍ଡା(୩୫), ଝରଣା ଘାଟି ଗ୍ରାମର ତାରାକାନ୍ତ ବିଶ୍ୱାଳ(୪୮), କାଣ୍ଟାବାଙ୍କି ଗ୍ରାମରୁ ଶେଖ ରିଜିୱାନ(୨୦) ଓ ଶେଖ୍ ସଲିମ(୧୯) । ସୂଚନା ମୁତାବକ, ୯ତାରିଖ ସିମୁଳିଆ ଥାନା ଅଞ୍ଚଳର ବିଷ୍ନୁ କ୍ଷୀରକୋଣା ସମବାୟ ସେବା ସମିତିକୁ ଆସି ନିଜର ସ୍ତ୍ରୀ ହେମଲତା ନାୟକଙ୍କ ନାମରେ ଏକ ୧୯୬୧ନଂରେ ଏକ ସଞ୍ଚୟ ଖାତା ଖୋଲିଥିଲେ । ଏହି ଖାତାରେ ସେ ୭୫ଖଣ୍ଡ ୨ହଜାର ଟଙ୍କିଆ ନୋଟ୍ ଯାହାର ମୂଲ୍ୟ ୧ଲକ୍ଷ ୫୦ହଜାର ଟଙ୍କା ଜମା କରିଥିଲେ । ସମିତିର ସହସମ୍ପାଦକ କମଳାକାନ୍ତ ପାଢ଼ୀ ଯାଞ୍ଚ ଯନ୍ତ୍ର ସହାୟତାରେ ଏଥିରୁ ୨୨ଖଣ୍ଡ ୨ହଜାର ଟଙ୍କିଆ ନୋଟ୍ ନକଲି ବୋଲି ଜାଣିବାକୁ ପାଇଥିଲେ । ତେଣୁ ଶ୍ରୀ ପାଢ଼ୀ ଏନେଇ ସିମୁଳିଆ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ୨୨ଖଣ୍ଡ ଜାଲ୍ନୋଟ୍ ଜବତ କରିବା ସହ ଜମାକାରୀ ବିଷ୍ନୁଙ୍କୁ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ବେଳେ ପୁଲିସ ଜାଲନୋଟ୍ କାରବାରର ମୁଖ୍ୟ କାର୍ପଟଦାରଙ୍କୁ ଧରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲା । ବିଷ୍ନୁଙ୍କ ବୟାନ ମୂଳେ ସିମୁଳିଆ ଥାନା ଇନସ୍ପେକ୍ଟର ସଞ୍ଜୟ କୁମାର ପରିଡ଼ା ପ୍ରଥମେ ବାସୁଦେବପୁର ଥାନା ଅନ୍ତର୍ଗତ ବେତଡ଼ା ବଜାରରେ ସତ୍ୟସାଇ ହୋମିଓ ସେବା ସଦନର ଡାକ୍ତର ସତ୍ୟରଞ୍ଜନଙ୍କୁ ଥାନାକୁ ଆଣି ପ୍ରାଥମିକ ତଦନ୍ତ କରିିଥିଲା । ସତ୍ୟରଞ୍ଜନଙ୍କ ଘର ସୋର ଥାନା ଅନ୍ତର୍ଗତ ତଳନଗର ପଞ୍ଚାୟତର ସୁନାରୀ ଗ୍ରାମରେ ବୋଲି ଜଣାପଡ଼ିଥିଲା । ସେ ବିଷ୍ନୁଙ୍କ ଠାରୁ ୧ଲକ୍ଷ ଟଙ୍କା ସୁଧକୁ ଆଣି ଟଙ୍କା ଫେରାଇଥିଲେ ବୋଲି ସିମୁଳିଆ ପୁଲିସ ନିକଟରେ ପ୍ରକାଶ କରିଛନ୍ତି । ଏହି ଘଟଣାରେ ସିମୁଳିଆ ଥାନାରେ ୬୩/୧୮ମୂଳେ ଏକ କେଶ ରୁଜୁ ହୋଇ ଏହି ଜାଲନେଟ କାରବାର ଷଡ଼ଯନ୍ତ୍ରର ମୁଖ୍ୟଅଭିଯୁକ୍ତଙ୍କୁ ଧରିବା ପାଇଁ ବାଲେଶ୍ୱର ଜିଲ୍ଲା ପୁଲିସ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ପ୍ରଥମେ ନୀଳଗିରି ଥାନା ଅଞ୍ଚଳର ଝରଣା ଘାଟି ଗ୍ରାମର ତାରାକାନ୍ତଙ୍କୁ ମୋବାଇଲ ଟ୍ରାକ୍ ମାଧ୍ୟମରେ ଧରିଥିଲେ ଓ ତା’ ନିକଟରୁ ୨ଟି ୨ହଜାର ଟଙ୍କିଆ ନକଲି ନୋଟ୍ ଜବତ କରିଥିଲେ । ପରେ ସହଦେବଖୁଣ୍ଟା ଥାନା ଅଞ୍ଚଳର କାଣ୍ଟାବାଙ୍କି ଗ୍ରାମରୁ ଶେଖ ରିଜିୱାନ ଓ ଶେଖ୍ ସଲିମଙ୍କୁ ଗିରଫ କରିବା ସହ ତାଙ୍କ୍ ନିକଟରୁ ଗୋଟିଏ ନମ୍ବର ବୀହିନ ପ୍ଲାଟିନା ଓ ଗୋଟିଏ ଟିଭିଏସ୍ ଆପାଚି ନଂ.ଓଡିଠ୧ୟୁ-୬୮୫୨କୁ ଜବତ କରିଥିଲେ । ମାତ୍ର ଏହି ଜାଲନୋଟ କାରବାରର ମୁଖ୍ୟଅଭିଯୁକ୍ତ କୁହାଯାଉଥିବା ମନୋରଞ୍ଜନକୁ ପୁଲିସ ଗିରଫ କରିବା ସହ ତାଙ୍କ ନିକଟରୁ ଏକ ଡିଜାୟାର୍ ନଂ. ଡିଏଲ୍ଠ୯ସିଏମ୍-୬୧୨୭କୁ ଜବତ କରିଥିଲେ । ଗାଡ଼ିରୁ ପୁଲିସ ୫୦ଟି ୨ହଜାର ଟଙ୍କିଆ ନୋଟ୍ ଯାହାର ମୂଲ୍ୟ ୧ଲକ୍ଷ ଟଙ୍କା ହେବ ଜବତ କରିଥିଲେ । ତେବେ ପୁଲିସ ଅଭିଯୁକ୍ତମାନଙ୍କୁ ସୋମବାର କୋର୍ଟ ଚାଲାଣ କରିବ ବୋଲି ଜଣାପଡ଼ିଛି । ଏହି ତଦନ୍ତରେ ସିମୁଳିଆ ଥାନା, ସଦର ଥାନା, ନିଳଗିରି ଥାନା, ନୀଳଗିରି ଏସ୍ଡିପିଓ, ରେମୁଣା ଥାନା ସହଯୋଗ କରିଥିଲେ ।




Powered by odothemes.com