ganjei

ଶେରଗଡ଼ ଟୋଲ୍ ଗେଟ୍ରୁ ଗଞ୍ଜେଇ ଜବଦ: ୨ ଅଟକ

17

ବାହାନଗା,୧୫ା୪(ଆପ୍ର): ଖନ୍ତାପଡ଼ା ପୁଲିସ ସର୍ଚ୍ଚ ଅପରେସନ ଜରିଆରେ ଶେରଗଡ଼ ଟୋଲଗେଟ ନିକଟରୁ ଏକ ଇନୋଭା ଗାଡ଼ିରୁ ବିପୁଳ ପରିମାଣର ଗଞ୍ଜେଇ ଜବଦ କରିଛି । ଜବଦ ଗଞ୍ଜେଇର ଆନୁମାନିକ ୨କ୍ୱିଣ୍ଟାଲ ବଜାର ମୂଲ୍ୟ ୧୦ଲକ୍ଷରୁ ଊଦ୍ଧ୍ୱର୍ ହେବ ବୋଲି ପ୍ରାଥମିକ ଆକଳନ କରାଯାଇଛି । ଖନ୍ତାପଡ଼ା ପୁଲିସ ଇନୋଭା ଡ୍ରାଇଭର ସହ ଅନ୍ୟଜଣେ ଚାଲାଣକାରୀକୁ ଅଟକ ରଖିôଥିôବା ଜଣାପଡ଼ିଛି । ସୂଚନାନୁସାରେ ଖନ୍ତାପଡ଼ା ପୁଲିସ ବିଶେଷ ସୂତ୍ରରୁ ଗଞ୍ଜେଇ ଭୁବନେଶ୍ୱରରୁ ବାଲେଶ୍ୱର ଅଭିମୁଖେ ଚାଲାଣ ହେଉଥିବା ସୁରାକ ପାଇଥିଲା । ଏନେଇ ଥାନା ଆଇଆଇସି କୃଷ୍ଣଚନ୍ଦ୍ର ପଲେଇଙ୍କ ନେତୃତ୍ୱରେ ଏସ୍ଆଇ ଗଣେଷ ଚନ୍ଦ୍ର ତ୍ରିପାଠୀ ଓ ସେରଗଡ଼ ଫାଣ୍ଡି ଅଧିକାରୀ ଏଏସ୍ଆଇ ଅଭିମନୁ୍ୟ ଦାସ ଏକ ପୁଲିସ ଟିମ୍ ସାଧା ପୋଷାକରେ ସେରଗଡ଼ ଟୋଲଗେଟ ନିକଟରେ ଜଗି ରହିଥିଲା । ଅପରାହ୍ନ ୫.୩୦ଟା ସମୟରେ ସିଲଭର ରଙ୍ଗର ଇନୋଭା(ଓଆର ୦୨ବିଏକ୍ସ-୪୭୪୮)କାର୍ ଗେଟ ନିକଟରେ ଟୋଲ ଦେବା ପାଇଁ ଅଟକି ଥିôଲା । ତେବେ ପୂର୍ବପ୍ରସ୍ତୁତି ଅନୁୟାୟୀ ପୁଲିସ ଟିମ୍ ଇନୋଭାକୁ ଘେରିଯାଇ ଯାଞ୍ଚ କରିବାରୁ ସେଥିରେ ବିପୁଳ ପରିମାଣର ଗଞ୍ଜେଇ ପ୍ୟାକେଟ ରହିଥିôବା ଜଣାପଡ଼ିଥିଲା । ତୁରନ୍ତ ଗାଡ଼ିର ଡ୍ରାଇଭର ଓ ସହଯୋଗୀକୁ ପୁଲିସ କାବୁକରିବା ସହ ଗାଡ଼ି ସହ ଗଞ୍ଜେଇକୁ ଜବଦ କରିଥିଲା । ଖବର ପାଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବି. ଯୁଗଳ କିଶୋର କୁମାର, ଏସ୍ଡିପିଓ ପ୍ରଭାସ ଚନ୍ଦ୍ର ପାଲ ଓ ମାଜିଷ୍ଟ୍ରେଟ ରେମୁଣା ଅତିରିକ୍ତ ତହସିଲଦାର ରାଧାକାନ୍ତ ବାରିକ ଟୋଲ୍ ଗେଟ୍ ନିକଟରେ ପହଞ୍ଚି ଥିଲେ । ଇନୋଭା ଭିତରୁ ବଡ଼ ପ୍ୟାକେଟ ୨୧ଟି ଓ ସାନ ପ୍ୟାକେଟ ୩୮ଟି ମୋଟ ୫୯ପ୍ୟାକେଟ ଗଞ୍ଜେଇ ଜବତ ହୋଇଥିଲା । ଯାହାର ଆନୁମାନିକ ବଜାର ମୂଲ୍ୟ ୧୦ଲକ୍ଷ ଟଙ୍କା ହେବ ବୋଲି ପ୍ରାଥମିକ ଆକଳନ କରାଯାଇଛି । ଅଟକ ଡ୍ରାଇଭର ଖନ୍ତାପଡ଼ାଥାନା ପଞ୍ଚାଗଡ଼ର ହରିଶ ନାୟକଙ୍କ ପୁଅ ମୁକ୍ତିକାନ୍ତ(୩୫) ଓ ବାଲେଶ୍ୱର ଟାଉନଥାନା ଅଧିନ ଗଡ଼ଗଡ଼ିଆ ଅଞ୍ଚଳର ଅଫଜଲ ଅଲ୍ଲି ପୁଅ ରେହେମଦ(୨୨) ବୋଲି ଜଣାପଡିଛି । ଖବର ଲେଖାହେବା ବେଳକୁ ଜବତ ଗଞ୍ଜେଇ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିିରେ ଓଜନ ଚାଲିଥିଲା ।




Powered by odothemes.com