korei--sarakari-jajana-aadhuala-re,,,,,,bina-phalaka-re-prakalpa

ବିନା ସୂଚନା ଫଳକରେ ଚାଲିଛି କାର୍ଯ୍ୟ

135

ସରକାରୀ ନିୟମକୁ ଫୁ’
ଯାଜପୁର (ଆପ୍ର): ଜିଲ୍ଲା ଅଧିନ କୋରାଇ ବ୍ଲକ୍ ବଡ଼ବିରୁହାଁ ପଞ୍ଚାୟତରେ ବହୁ ପ୍ରକଳ୍ପର କାର୍ଯ୍ୟ ଚଳିତ ଆର୍ଥର୍ିକ ବର୍ଷରେ କରାଯାଇଛି । ସେଥିମଧ୍ୟରୁ କିଛି ସମ୍ପୂର୍ଣ୍ଣ ହୋଇଥିଲାବେଳେ ଅନ୍ୟ କିଛି ଚାଲୁ ରହିଛି । ହେଲେ କୌଣସି ପ୍ରକଳ୍ପର ସୂଚନା ଫଳକ ନଥିବା ଅଭିଯୋଗ ହୋଇଛି । ସରକାରୀ ନିୟମକୁ ଉଲ୍ଲଂଘନ କରି ପଞ୍ଚାୟତରେ ମନମୁଖୀ କାର୍ଯ୍ୟ ହେଉଥିବାର ଅଭିଯୋଗ ହେଉଛି । ସୂଚନାନୁଯାୟୀ, ପଞ୍ଚାୟତରେ ଖେଳପଡିଆ ଉନ୍ନତିକରଣ, ଶିଶୁ ଉଦ୍ୟାନ ନିର୍ମାଣ, ଖରଜା ଗଡିଆ ଉନ୍ନତିକରଣ, ଖେଳପଡିଆ ପାଚେରୀ ନିର୍ମାଣ, ପଶୁ ଚିକିତ୍ସାଳୟା ରାସ୍ତା ନିର୍ମାଣ, ଶବଦାହ ଗୃହ ନିର୍ମାଣ ଆଦି କାର୍ଯ୍ୟ କରାଯାଉଥିବାବେଳେ ଏନେଇ କୌଣସି ପ୍ରକଳ୍ପରେ ସୂଚନା ଫଳକ ଲଗାଯାଇନାହିଁ । ଫଳରେ ପ୍ରକଳ୍ପଗୁଡିକ କେତେ ଟଙ୍କା ବିନିମୟରେ ଏବଂ କେଉଁ ବିଭାଗର ଅନୁଦାନରେ କରାଯାଉଛି, ସେନେଇ ସାଧାରଣରେ କୌଣସି ସୂଚନା ମିଳୁନାହିଁ । ଏନେଇ ସାଧାରଣଙ୍କ ମଧ୍ୟରେ ଭ୍ରମ ସୃଷ୍ଟି ହୋଇଥିବାବେଳେ କାର୍ଯ୍ୟରେ ଅନିୟମିତତା କରି ସରପଞ୍ଚ ଓ ଠିକାଦାର ଲକ୍ଷାଧିକ ଟଙ୍କା ଚଳୁ କରିଥିବା କୁହାଯାଉଛି । ତେବେ ବିନା ଫଳରେ ଲକ୍ଷାଧିକ ଟଙ୍କାର କାର୍ଯ୍ୟ କିପରି କରାଗଲା ଓ ଦାୟୀତ୍ୱରେ ଥିବା ପ୍ରଶାସନିକ ଅଧିକାରୀ ଏନେଇ କୌଣସି ପଦକ୍ଷେପ ନନେବାକୁ ନେଇ ଅନେକ ପ୍ରଶ୍ନ ଉଠିଛି । ଅଧିକାରୀଙ୍କୁ ହାତବାରିସୀ କରି ସରପଞ୍ଚ ସୁଲୋଚନା ପଣ୍ଡା ପଞ୍ଚାୟତବାସୀଙ୍କୁ ଭୁଆଁ ବୁଲାଉଥିବା ମଧ୍ୟ ଅଭିଯୋଗ ହୋଇଛି । ମାତ୍ର ଏହାକୁ ସରପଞ୍ଚଙ୍କ ପ୍ରତିନିଧି ବିନୋଦ ପଣ୍ଡା ଖଣ୍ଡନ କରିଛନ୍ତି । ଫଳକ ଅଛି ହେଲେ ଲଗାଯାଇନଥିବା ସେ କହିଛନ୍ତି । ତେବେ ପୂର୍ବରୁ ବେଆଇନ୍ କାର୍ଯ୍ୟ ହେଉଥିବାରୁ ଏବେବି ବେଆଇନ୍ କାର୍ଯ୍ୟ କରାଯିବା କେତେଦୂର ଯୁକ୍ତିଯୁକ୍ତ, ତାହା ବିଚାରସାପେକ୍ଷ ବୋଲି ଚର୍ଚ୍ଚା ହେଉଛି । ଏନେଇ କୋରାଇ ବିଡିଓ ହେମନ୍ତ ବିହାରୀଙ୍କୁ ପଚରାଯିବାରୁ ଯଦି ବିନା ଫଳକରେ କାର୍ଯ୍ୟ କରାଯାଇଥାଏ ତେବେ ସରପଞ୍ଚଙ୍କୁ ଜବାଦ ତଲବ ସହ ଆବଶ୍ୟକ ପଡିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।




Powered by odothemes.com