nadibandha

ନଦୀବନ୍ଧ ଅସମ୍ପୂର୍ଣ୍ଣ, କେରଜାଙ୍ଗବାସୀ ହନ୍ତସନ୍ତ

19

ଛେଣ୍ଡିପଦା,୧୫ ।୪(ଆପ୍ର): ଛେଣ୍ଡିପଦା ବ୍ଲକ୍ କେରଜାଙ୍ଗ ଗ୍ରାମର ୩ପାଶ୍ୱର୍ ଦେବଗଡ଼ ଜିଲ୍ଲାର ରିଆମାଳ ବ୍ଲକ୍ ଅଞ୍ଚଳ ଭିତରେ ଥିବାବେଳେ ପଞ୍ଚାୟତକୁ ସଂଯୋଗ କରିବାକୁ ଥିବା ଟିକିରା ନଦୀ ପ୍ରତିବନ୍ଧକ ହୋଇ ରହିଛି । ନଦୀ କୂଳରେ ଗ୍ରାମଟି ଥିବାରୁ ବର୍ଷା ଦିନେ ଗ୍ରାମରେ ପାଣି ପଶିଯାଇ ଗ୍ରାମର ଚତୁଃପାଶ୍ୱର୍କୁ ଘେରି ରଖିଥାଏ । ଯାହାଦ୍ୱାରାକି ଗ୍ରାମବାସୀ ପ୍ରତ୍ୟେକ ବର୍ଷ ବର୍ଷାଦିନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୁଅନ୍ତି । ତେବେ ଏଥିରୁ ରକ୍ଷା ପାଇବା ନିମନ୍ତେ ବହୁ ଅଭିଯୋଗ ସତ୍ତ୍ୱେ ପ୍ରଶାସନ ପକ୍ଷରୁ ଗ୍ରାମକୁ ପାଣି ନପଶିବା ପାଇଁ ନଦୀ କୂଳରେ ଏକ ମାଟିବନ୍ଧ ନିର୍ମାଣ କରାଗଲା । କିନ୍ତୁ ବଡ଼ ପରିତାପର ବିଷୟ ନା ନଦୀବନ୍ଧ ସଂପୂର୍ଣ୍ଣ ହେଲା ନା ଗ୍ରାମରୁ ପାଣି ନିଷ୍କାସନ ହେଲା ଏ ନେଇ ଗ୍ରାମବାସୀ ପୁଣି ଚିନ୍ତାରେ ରହିଛନ୍ତି । ନଦୀ ବନ୍ଧକୁ ଠିକାଦାର ସଂପୂର୍ଣ୍ଣ ନକରି ମାଟି ପକାଇ ଦେଇ ପୂର୍ଣ୍ଣାଙ୍ଗ କାର୍ଯ୍ୟ ସମାପ୍ତ ନକରି ପଳାଇଯାଇଛି । ତେଣୁ ଅଳ୍ପ ବର୍ଷାରେ ବନ୍ଧ ରାସ୍ତା କାଦୁଅ ହେଉଥିବାରୁ ସେଥିରେ ଯାତାୟାତ ହୋଇପାରୁ ନାହିଁ । ଏପରିକି ମାଟି ବନ୍ଧର ପ୍ରକୃତ ସ୍ଥାନରେ ଗ୍ରାମରୁ ପାଣି ନିଷ୍କାସନ ପାଇଁ ନଦୀକୁ ନିଷ୍କାସିତ କଲଭଟ ନିର୍ମାଣ କରାନଯାଇ ଗ୍ରାମ ଠାରୁ ଦୂରରେ ନିର୍ମାଣ ହେଉଥିବାରୁ ଗ୍ରାମରୁ ପାଣି ନିଷ୍କାସନ ହୋଇପାରିବ ନାହିଁ । ତେଣୁ ଗ୍ରାମପାଇଁ ପୁଣି ବଡ଼ ବିପଦ ରହିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଠିକାଦାର ନିମ୍ନମାନର କାର୍ଯ୍ୟକରି ଛୁ ମାରିଛି । ମାଟି ରାସ୍ତାରେ କାଦୁଅ ହେବା ଦ୍ୱାରା ଗାଁ ରାସ୍ତାରେ ବାହାରି ହେଉନାହିଁ କି ଗ୍ରାମକୁ ବାହାରୁ ମଧ୍ୟ ଯାଇ ହେଉନାହିଁ । ତେଣୁ ପ୍ରଶାସନ ପକ୍ଷରୁ ତୁରନ୍ତ ଏହି କାର୍ଯ୍ୟକୁ ସଂପୂର୍ଣ୍ଣ କରାଯିବାପାଇଁ ଦାବି କରାଯାଉଛି । ଯଦି ଆଗାମୀ ଦିନରେ ଏକାର୍ଯ୍ୟ ସଂପୂର୍ଣ୍ଣ ନହୁଏ, କିମ୍ବା ଗ୍ରାମବାସୀ ଅସୁବିଧାର ସମ୍ମୁଖୀନ ହୁଅନ୍ତି ଗ୍ରାମବାସୀଙ୍କ ତରଫରୁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଆନେ୍ଦାଳନ କରାଯିବ ବୋଲି ନିଷ୍ପତ୍ତି ହୋଇଛି ।




Powered by odothemes.com