DSC_1445

ସଂସ୍କୃତି ଓ ପରମ୍ପରାକୁ ସମ୍ମାନ ଦେଲେ ଜାତି ଆଗେଇବ

56

ରାଜ୍ୟସ୍ତରୀୟ ଓଡ଼ିଆ ନବବର୍ଷ ମହୋତ୍ସବ ଆରମ୍ଭ
ଭୁବନେଶ୍ୱର(ବୁ୍ୟରୋ): ଯିଏ ଯାହାର ସଂସ୍କୃତି ଓ ପରମ୍ପରାକୁ ଯେତେ ସମ୍ମାନ ଦିଏ, ସେ ଜାତି ସେତିକି ଆଗେଇଥାଏ । ଆଜି କେବଳ ଓଡ଼ିଶା ନୁହେଁ ଅନ୍ୟ ରାଜ୍ୟମାନଙ୍କରେ ମଧ୍ୟ ନବବର୍ଷ ପାଳିତ ହେଉଛି । ଓଡ଼ିଆ ଭାଷା ଏକ ମହାନ୍ ଭାଷା । ଏହାର ନିଜସ୍ୱ ଶବ୍ଦକୋଷରେ ପ୍ରାୟ ୩ ଲକ୍ଷ ଶବ୍ଦ ରହିଛି । ଏଥିସହ ଓଡ଼ିଆ ଲୋକ ଭାରି ସ୍ୱାଭିମାନୀ । ଓଡ଼ିଶାର ମହାନ୍ ସାଂସ୍କୃତିକ ପରମ୍ପରା, ପର୍ବପର୍ବାଣୀ ଓ ପିଠାପଣାର ସ୍ୱତନ୍ତ୍ର ପରିଚୟ ରହିଛି ବୋଲି ବହୁ ବିଶିଷ୍ଟ ବ୍ୟକ୍ତି ମତପ୍ରକାଶ କରିଛନ୍ତି । ଶନିବାର ସନ୍ଧ୍ୟାରେ ଉକ୍ରଳ ମଣ୍ଡପରେ ରାଜ୍ୟସ୍ତରୀୟ ଓଡ଼ିଆ ନବବର୍ଷ ମହୋତ୍ସବ ଉଦ୍ଘାଟିତ ହୋଇଯାଇଛି । ଏହି ଅବସରରେ ଅର୍ଥ ଓ ଅବକାରୀ ମନ୍ତ୍ରୀ ଶଶିଭୂଷଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସାଂସଦ ଡ. ପ୍ରସନ୍ନ ପାଟ୍ଟଶାଣୀ, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ମେୟର ଅନନ୍ତ ନାରାୟଣ ଜେନା, ପଦ୍ମଭୂଷଣ କବି ରମାକାନ୍ତ ରଥ, ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ଏବଂ ବିଶିଷ୍ଟ ସାହିତିକା ତଥା ଅଭିନେତ୍ରୀ ମାଳବିକା ରାୟ ଯୋଗଦେଇ ଓଡ଼ିଆ ନୂଆ ବର୍ଷର ଅଭିନନ୍ଦନ ଜଣାଇବା ସହ ଓଡ଼ିଶାର ଗର୍ବଗୌରବର ଗାଥା ତଥା ଓଡ଼ିଆର ମହାନ୍ ସଂସ୍କୃତି ବିଷୟରେ ଅବତାରଣା କରିଥିଲେ । ସଂସ୍କୃତି ବିଭାଗ ସଚିବ ମନୋରଞ୍ଜନ ପାଣିଗ୍ରାହୀ ସ୍ୱାଗତ ଭାଷଣ ଓ ସଭା ପରିଚାଳନା କରିଥିଲେ । ବିଭାଗୀୟ ନିଦେ୍ର୍ଦଶକ ବିଜୟ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ପ୍ରକାଶିତ ୨ଟି ପୁସ୍ତକ ‘ଅଦୃଶ୍ୟ ହାତ’ ଓ ‘କବି ଖଗେଶ୍ୱର ସେଠ୍’ ଲୋକାର୍ପିତ ହୋଇଥିଲା । ଓଡ଼ିଶା ଲଳିତ କଳା ଏକାଡେମୀ ଦ୍ୱାରା ଆୟୋଜିତ ଚିତ୍ରକଳା ପ୍ରଦର୍ଶନୀ ଏବଂ ମୃତ୍ତିକାଶିଳ୍ପୀ ଶିବିର ଉଦ୍ଘାଟିତ ହୋଇଥିଲା । ଶାଶ୍ୱତୀ ସାମାଜିକ ଓ ସାଂସ୍କୃତିକ କେନ୍ଦ୍ର ଦ୍ୱାରା ପ୍ରାରମ୍ଭରେ ‘ବନେ୍ଦ ଉକ୍ରଳ ଜନନୀ’ ଗାନ କରାଯାଇଥିଲା । ପରେପରେ ନିରଞ୍ଜନ ରାଉତ ଓ ସାଥୀ କଳାକାରଙ୍କ ଦ୍ୱାରା ଓଡ଼ିଶା ନୃତ୍ୟ ପରିବେଷିତ ହୋଇଥିଲା । କେନ୍ଦୁଝରରୁ ଆସିଥିବା ଦୋଳଗୋବିନ୍ଦ ଓ ସାଥୀ କଳାକାର ଲୋକନୃତ୍ୟ (ଝୁମର) ପରିବେଷଣ କରିଥିଲେ । ପରେ ଚର୍ଚ୍ଚିତ କଣ୍ଠଶିଳ୍ପୀ ବର୍ଣ୍ଣାଳୀ ହୋତାଙ୍କ ସଂଗୀତ ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ୍ ଯୋଗାଇଥିଲା ।




Powered by odothemes.com