Accident-Photo

୩ଘଣ୍ଟା ଯାଜପୁର-କୁଆଖିଆ ରାସ୍ତା ବନ୍ଦ

178

ଯୁବତୀଙ୍କ ମୁଣ୍ଡରେ ଟ୍ରକ୍ ଚଢ଼ିଗଲା
କୁଆଖିଆ(ଆପ୍ର): ଆଜି ମଧ୍ୟାହ୍ନ ୧୨ଟା ସମୟରେ ଜଣେ ଯୁବତୀ ଟ୍ରକ୍ ଚକା ତଳେ ·ପି ହୋଇ ପ୍ରାଣ ହରାଇଛନ୍ତି । ଘଟଣାସ୍ଥଳରେ ଶବକୁ ରଖି ଉତ୍ତ୍ୟକ୍ତ ସ୍ଥାନୀୟ ଲୋକେ କୁଆଖିଆ ଯାଜପୁର ରାସ୍ତାକୁ ୩ଘଣ୍ଟା ଧରି ଅଚଳ କରିଥିଲେ । ପ୍ରକାଶ ଯେ ଧର୍ମଶାଳା ଥାନା ଅରାବଳ ଗାଁର ଶିଶିର ଭୋଇଙ୍କ ଝିଅ ମନୀଷା ଭୋଇ (୨୩) ତାଙ୍କ ଭିଣୋଇ ଘର ଝାଲପଡାକୁ ଆସିଥିଲେ । ଭିଣୋଇ ସହିତ ହରିପୁର ବଜାରକୁ ଆସି ବାଇକ୍ରେ ଫେରୁଥିବାବେଳେ କବୀରପୁର ସରସ୍ୱତୀ ଶିଶୁ ମନ୍ଦିର ନିକଟରେ ଥିବା ସ୍ପିଡ୍ ବ୍ରେକର୍ ହମ୍ପସ୍ ପାର ହେବା ପରେ ବାଇକ୍ରୁ ଖସିପଡ଼ିଥିଲେ । ଏହି ସମୟରେ ପଛରେ ଆସୁଥିବା ଏକ ଟ୍ରକ୍ ମନିଷାଙ୍କ ମୁଣ୍ଡ ଉପରେ ଚଢ଼ିଯାଇଥିଲା । ଘଟଣା ସ୍ଥଳରେ ହିଁ ମନିଷାଙ୍କ ମୃତୁ୍ୟ ହୋଇଥିଲା । ଶତାଧିକ ଲୋକ ଘଟଣାସ୍ଥଳରେ ଜମା ହୋଇ ଉଭୟ ପଟରେ ରାସ୍ତା ବନ୍ଦ କରିଥିଲେ । ଘଟଣାସ୍ଥଳରେ ଯାଜପୁର ସଦର ପୁଲିସ, ଯାଜପୁର ତହସିଲଦାର ଲକ୍ଷ୍ମୀନାରାୟଣ ମିଶ୍ର ଓ ଡିଏସ୍ପି ପ୍ରଶାନ୍ତ ମଲ୍ଲ ପହଞ୍ଚô ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା । ଯୁବତୀଙ୍କ ପରିବାରବର୍ଗଙ୍କୁ ରେଡକ୍ରସ୍ ପକ୍ଷରୁ ସଙ୍ଗେ ସଙ୍ଗେ ୧୦ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ଆବଶ୍ୟକୀୟ ପଦକ୍ଷେପ ନିଆଯାଇ ମୃତଯୁବତୀଙ୍କ ପରିବାରଙ୍କୁ ବୀମା କ୍ଷତିପୂରଣ ପ୍ରଦାନରେ ସହଯୋଗ କରାଯିବ ବୋଲି ଡିଏସ୍ପି ଶ୍ରୀ ମଲ୍ଲ ଲୋକମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଦୁର୍ଘଟଣା ଘଟାଇଥିବା ହାଇୱାକୁ ସଦର ପୁଲିସ ଜବତ କରିଛି । ବହୁ ପରିମାଣର ଓ ଅଧିକ ଉଚ୍ଚର ହମ୍ପ୍ସ୍ ନିର୍ମାଣ ଯୋଗୁ ଦୁର୍ଘଟଣା ବାରମ୍ବାର ଘଟୁଥିବାରୁ ହମ୍ପସ୍ଗୁଡିକର ଉଚ୍ଚତା କମ୍ କରିବାକୁ ଦାବି ହୋଇଛି ।




Powered by odothemes.com