deler-sangha

ଆର୍ଟିଓ ଅଫିସ୍ରେ ହାତାହାତି ଆର୍ସିକାର୍ଡ ଦେବାକୁ ଦାବି

147

ଅନୁଗୁଳ,୧୧ା୪(ଆପ୍ର): ଗ୍ରାହକଙ୍କ ସୁବିଧା ପାଇଁ ଆରଟିଓ ଅଫିସରୁ ହାତାହାତି ଆର୍ସିକାର୍ଡ ଦେବାକୁ ଦାବିିକଲା ଅନୁଗୁଳ ଜିଲ୍ଲା ଅଟୋମୋବାଇଲ ସଂଘ । ଏଥିସହ ଡିଲରମାନେ ଟ୍ରନ୍ସପୋର୍ଟ ଡିପାର୍ଟମେଣ୍ଟ ପାଇଁ ଅଧିକ କର୍ମଚାରୀ ନିୟୋଜିତ କରୁଥିବା ଯୋଗୁଁ ସେମାନଙ୍କୁ ସେଥିପାଇଁ କିଛି ପେ ଆଉଟ୍ର ବନେ୍ଦାବସ୍ତ ମଧ୍ୟ ଦାବି କରାଯାଇଛି । ତତ୍ସହିତ ଅନୁଗୁଳ ଓ ତାଳଚେରରେ ପୋର୍ଟାଲ ହବ୍ କରାଯାଉ ଯାହାଫଳରେ କି ସ୍ପିଡ୍ ପୋଷ୍ଟ ଡାକ ମିଳିବାର ଅଯଥା ଡେରି ହେବନାହିଁ ବୋଲି ସରକାରଙ୍କ ନିକଟରେ ଦାବି କରାଯାଇଛି । ଗ୍ରାହକମାନେ ଚାହିଁଲେ ନିଜେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରୁ ଆରସି ବୁକ୍ ସଂଗ୍ରହ କରିବାର ସୁବିଧା ମଧ୍ୟ ପ୍ରଚଳନ କରାଯାଉ ବୋଲି ଦାବି କରାଯାଇଛି । ପରିବହନ ବିଭାଗର ବାରମ୍ବାର ବଦଳୁଥିବା କାର୍ଯ୍ୟ ବ୍ୟବସ୍ଥାକୁ ନେଇ ଅନୁଗୁଳ ଜିଲ୍ଲା ଅଟୋମୋବାଇଲ ସଂଘ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛି ବୋଲି ସଂଘ ପକ୍ଷରୁ ପ୍ରକାଶ କରାଯାଇଛି । ଏହି ସମସ୍ୟା ଓ ଏହାର ସମାଧାନ ପାଇଁ ବିଭିନ୍ନ୍ ଦାବି ରାଜ୍ୟ ସରକାରଙ୍କ ପାଖରେ ସଂଘ ଉପସ୍ଥାପନା କରିବ ବୋଲି ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ ଜଣାଯାଇଛି । ସଂଘ ସଭାପତି ଅମ୍ବିକା ପ୍ରସାଦ ଭଟ୍ଟ ଏବଂ ସାଧାରଣ ସଂପାଦକ କ୍ଷୀରୋଦ କୁମାର ପଟ୍ଟନାୟକ ଏହି ସାମ୍ବାଦିକ ସମ୍ମିଳନୀରେ ଡିଲରମାନେ କିପରି ଭାବେ ପରିବହନ ବିଭାଗର ଅବହେଳାରୁ ଗ୍ରାହକଙ୍କର ଆକ୍ରୋଶର ଶୀକାର ହେଉଛନ୍ତି ତାହା ବିସ୍ତୃତ ଭାବେ ଜଣାଇଥିଲେ । ପରିବହନ ବିଭାଗ ଦ୍ୱାରା ଯେଉଁ କାର୍ଯ୍ୟଗୁଡିକ ଡିଲରମାନେ କରୁଛନ୍ତି ପ୍ରକୃତରେ ତାହା ପରିବହନ ବିଭାଗ କରିବା କଥା, କିନ୍ତୁ ବାଧ୍ୟ ହୋଇ ଡିଲରମାନେ ଏହି କାଗଜପତ୍ର କରୁଛନ୍ତି । ଏହା ପରେ ମଧ୍ୟ ଗାଡି ନମ୍ବର ମାସ ମାସ ମିଳୁ ନାହିଁ । ଗ୍ରାହକଙ୍କଠାରୁ ପୋଷ୍ଟାଲ ଚାର୍ଜ ସରକାରଙ୍କର ଟ୍ରାନସପୋର୍ଟ ଡିପାର୍ଟମେଣ୍ଟ ନେଇଛି । ଏହି ସର୍ତ୍ତଅନୁଯାୟୀ ଆର୍ସି ବହି ପୋଷ୍ଟାଲରେ ଗ୍ରାହକଙ୍କ ନିକଟରେ ପହଞ୍ଚିବା କଥା । ତାହା ହୋଇପାରୁନାହିଁ । ଯଦ୍ୱାରା ଗ୍ରାହକମାନେ ଡିଲରଙ୍କୁ ଅସଦ ବ୍ୟବହାର ଦେଖାଉଛନ୍ତି । ସଂଘ କହିବା ଅନୁସାରେ ଭାରତର ଅନ୍ୟରାଜ୍ୟ ଭଳି ଆମ ରାଜ୍ୟରେ ଡିଲର ଅନଲାଇନ ରେଜିଷ୍ଟ୍ରେସନ୍ ହେବା ଦରକାର ଏହା ଦ୍ୱାରା ଡିଲରସିପ୍ରୁ ରେଜିଷ୍ଟ୍ରେସନ ନମ୍ବର ପାଇପାରିବେ । ଟ୍ରାନ୍ସପୋର୍ଟ ଡିପାର୍ଟମେଣ୍ଟ ଦ୍ୱାରା ରେଜିଷ୍ଟ୍ରେସନ୍ ପାଇଁ ୧ ଦିନରୁ ବଢ଼ାଇ ୩ ଦିନକୁ କରାଯିବା ଏବଂ ଅନୁଗୁଳ, ତାଳଚେରର ପୋଷ୍ଟାଲ ହବ୍ କରାଗଲେ ଯାହାଦ୍ୱାରା ଡାକରେ ଆର୍ସି ମିଳିବା ବିଳମ୍ବ ହେବ ନାହିଁ ବୋଲି ପ୍ରକାଶ କରିଛି । ବୈଠକରେ ସଂଘର ଉପଦେଷ୍ଟା ଅଶୋକ ମାଣ୍ଡୋଠିଆ, ସନ୍ତୋଷ ରାଉତ, ସଂପାଦକ ଅନିଲ ରାଉତ, ସୁରଜ ତୁଲସିଆନ୍, ସନ୍ତୋଷ ଅଗ୍ରୱାଲ, ବିକି ଅଗ୍ରୱାଲ, ମନୋଜ ଗୁପ୍ତା ପ୍ରମୁଖ ଉପସ୍ଥିତ ଥିଲେ ।




Powered by odothemes.com