JALESWAR-PAIKASIDA-PANCHAYAT-RA-CHASA-JAMIRE-KRUSHI-ADHIKARI

ନିମ୍ନମାନର ବିହନ ବ୍ୟବହାର କରି ଚାଷୀ କ୍ଷତିଗ୍ରସ୍ତ

41

ଦଲାଲ ଓ କୃଷି ଅଧିକାରୀଙ୍କୁ ଦାୟୀ କଲେ ଚାଷୀ
ଜଳେଶ୍ୱର,୧୧ା୪(ଆପ୍ର): ଜଳେଶ୍ୱର ବ୍ଲକ ପାଇକସିଦା ପଞ୍ଚାୟତର ବିଭିନ୍ନ ରାଜସ୍ୱ ଗ୍ରାମରେ କୃଷି ଓ ବିହନ ନିଗମର ସ୍ୱୀକୃତୀପ୍ରାପ୍ତ ବିହନ ବିତରକ ଡିଲରଙ୍କ ଦ୍ୱାରା ଯୋଗାଇ ଦିଆଯାଇଥିବା ରବି ଧାନ କିସମ-୧୦୧୦ ବିହନକୁ ବ୍ୟବାହାର କରି ଚାଷୀ ବହୁ କ୍ଷତି ଗ୍ରସ୍ତର ସମ୍ମୁଖୀନ ହୋଇଛନ୍ତି । ଚାଷ କରିବାର ୩ ମାସ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଉକ୍ତ ଧାନଗଛ ଗୁଡ଼ିକରେ ଧାନକେଣ୍ଡା ଦେଖିବାକୁ ମିଳୁନାହିଁ । ଚାଷୀ ବ୍ୟାଙ୍କ ଋଣ ତଥା ହାତଉଧାରି କରି ମଜୁରୀ, ସାର ଔଷଧ ଓ ପାଣି କିଣି ଚାଷ କରି ନିଜ ପରିବାରର ପ୍ରତିପୋଷଣ କରିବାର ଆଶା ରଖିଥିଲେ ମଧ୍ୟ ଧାର୍ଯ୍ୟ ସମୟରେ ଧାନ ନଫଳିବାରୁ ଚାଷୀଙ୍କ ଅପୁରଣିୟ କ୍ଷତି ହୋଇଛି । ତେଣୁ ବିହନ ଯୋଗାଇ ଦେଇଥିବା ବିତରକ ତଥା ଏଥିରେ ସମ୍ପୃକ୍ତ ଥିବା କୃଷି ବିଭାଗର ଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼ ଆଇନ୍ଗତ କାର୍ଯ୍ୟାନୁଷ୍ଠାନ ଓ କ୍ଷତିଗ୍ରସ୍ତ ଚାଷୀଙ୍କୁ ଉଚିତ୍ କ୍ଷତିପୂରଣ ତୁରନ୍ତ ଯୋଗାଇଦେବା ପାଇଁ ଚାଷୀ ବିଜୟ ବାଗ୍, ଜୟନ୍ତ ପାଳଙ୍କ ସମେତ ବହୁଚାଷୀ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ ଦେଇଥିଲେ । ଯାହାକୁ ନେଇ ଜିଲ୍ଲାପାଳଙ୍କ ନିଦେ୍ର୍ଦଶ କ୍ରମେ ଜଳେଶ୍ୱର ସହକାରୀ କୃଷି ଅଧିକାରୀ ଶରତଚନ୍ଦ୍ର ସେଠୀ, କୃଷି ଓଭରସିଓର ବଟକୃଷ୍ଣ ବାରିକ ପ୍ରମୁଖ ବୁଧବାର ପାଇକସିଦା ପଞ୍ଚାୟତର ବିଭିନ୍ନ ଚାଷ ଜମି ଗୁଡ଼ିକୁ ଯାଇ କ୍ଷେତ୍ର ପରିଦର୍ଶନ କରି ଅଭିଯୋଗର ସତ୍ୟତା ଥିବା ଜାଣି ପାରଛନ୍ତି । କୃଷି ବିଜ୍ଞାନ କେନ୍ଦ୍ର, ବିହନ ଉତ୍ପାଦନ କେନ୍ଦ୍ର ଓ ଉପ କୃଷି ନିଦେ୍ର୍ଦଶକ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀଙ୍କ ଏକ ଟିମ୍ ଅଧିକ ଅନୁସନ୍ଧାନ କରି କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦେବାପାଇଁ ଆକଳନ କରିବା ନିମନ୍ତେ ଏକ ରିପୋର୍ଟ ପ୍ରସ୍ତୁତ କରିଦେବୁ ବୋଲି ଉକ୍ତ ଅଧିକାରୀ କହିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ଜଳେଶ୍ୱର କୃଷି ଜିଲ୍ଲା ଅଞ୍ଚଳରେ ଏହିଭଳି ବାରମ୍ବାର ଘଟଣା ଘଟିଆସୁଛି । କେବଳ ନିମ୍ନମାନର ବିହନ ନୁହେଁ ବରଂ ନିମ୍ନ ମାନର ସାର, କୀଟନାଶକ ଔଷଧ ବିକ୍ରୟ ତଥା ଯୋଗାଣକୁ ନେଇ ଚାଷୀ ବହୁ କ୍ଷତିଗ୍ରସ୍ତର ଶିକାର ହେଉଥିବା ବେଳେ ଦଳାଲ ଓ କୃଷି ଅଧିକାରୀ ମାଲାମାଲ ହେବାରେ ଲାଗିଛନ୍ତି । ପରୋକ୍ଷରେ ରାଜ୍ୟ ସରକାର ଚାଷୀଙ୍କୁ କ୍ଷତିପୂରଣ ରାଶି ପ୍ରଦାନ କରି ଅଯଥାରେ ଖର୍ଚ୍ଚାନ୍ତ ହେବାରେ ଲାଗିଛନ୍ତି ବୋଲି ବୁଦ୍ଧିଜିବୀ ପ୍ରକାଶ କରିଛନ୍ତି ।

ସେଆର କରନ୍ତୁ:



Powered by odothemes.com