bharat-band

ବଢ଼ିଲା ଜାତିଆଣ ବିବାଦ

53

ଭାରତ ବନ୍ଦ ବେଳେ ଗୋଷ୍ଠୀ ସଂଘର୍ଷ, ୧୧ ଆହତ
ନୂଆଦିଲ୍ଲୀ/ଭୁବନେଶ୍ୱର, ୧୦ା୪(ବୁ୍ୟରୋ): ଜାତିଭିତ୍ତିକ ସଂରକ୍ଷଣକୁ ବିରୋଧ କରି ଆଜି ଦିଆଯାଇଥିବା ଭାରତ ବନ୍ଦ ଡାକରାରେ କେତେକ ରାଜ୍ୟରେ ହିଂସାକାଣ୍ଡ ଘଟିଛି । ବିହାରରେ ଏହି ବନ୍ଦ ପାଳନ ବେଳେ ହିଂସାରେ ୧୨ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଓଡିଶାରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ବଲାଙ୍ଗୀର, ବାରିପଦା, ଭୁବନେଶ୍ୱରରେ ବନ୍ଦ ସମର୍ଥକମାନେ ରାସ୍ତାରୋକ କରିଥିଲେ । ବିଶେଷକରି ବାରିପଦାରେ ବନ୍ଦକୁ ଅଦ୍ଭୂତପୂର୍ବ ସମର୍ଥନ ମିଳିଥିବା ଲକ୍ଷ୍ୟ କରାଯାଇଛି । ଜାତିଆଣକୁ ନେଇ ଏପ୍ରିଲ ମାସରେ ଦୁଇଦୁଇ ଥର ବନ୍ଦ ଡାକରା ଦିଆଯାଇଛି । ଏପ୍ରିଲ ୨ରେ ସୁପ୍ରିମ୍କୋର୍ଟ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ଉପରେ ହେଉଥିବା ଅତ୍ୟାଚାର ମାମଲାରେ ପୁଲିସ୍ ତଦନ୍ତ ବିନା କୌଣସି ସରକାରୀ କର୍ମଚାରୀଙ୍କୁ ଗିରଫ କରାଯାଇପାରିବନାହିଁ ବୋଲି ଦେଇଥିବା ରାୟ ବିରୋଧରେ ବନ୍ଦ ପାଳନ କରାଯାଇଥିଲା । ଏହି ସମୟରେ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଉତ୍ତର ପ୍ରଦେଶରେ ବ୍ୟାପକ ହିଂସା ଘଟି ୮ ଜଣ ଦଳିତ ମୃତୁ୍ୟବରଣ କରିଥିଲେ । ଏହାର ସପ୍ତାହ ପରେ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ସଂରକ୍ଷଣ ଉଚ୍ଛେଦ ଦାବିରେ ଆଜି ବନ୍ଦ ଡାକରା ଦିଆଯାଇଥିଲା । ତେବେ କୌଣସି ସଂଗଠନ ଏହି ବନ୍ଦ ଡାକରା ଦେଇନଥିଲେ । ସୋସିଆଲ୍ ମିଡିଆରେ ବିଭିନ୍ନ ଗ୍ରୁପ୍ ପକ୍ଷରୁ ଏହି ଆହ୍ୱାନ ଦିଆଯାଇଥିଲା । ଏହାକୁ ଭିତ୍ତିକରି କେନ୍ଦ୍ର ସରକାର ମଧ୍ୟ ସତର୍କ ସୂଚନା ଜାରି କରିଥିଲେ । କୌଣସି ଜିଲ୍ଲାରେ ଯଦି ହିଂସାକାଣ୍ଡ ଘଟେ ସମ୍ପୃକ୍ତ ଅଧିକାରୀ ଦାୟୀ ରହିବେ ବୋଲି ନିଦେ୍ର୍ଦଶନାମା ଜାରି କରିଥିଲେ । ଆଜି ପାଟ୍ନାରେ ବନ୍ଦ ସମର୍ଥକମାନେ ରାସ୍ତାକୁ ଓହ୍ଲାଇଥିଲେ । ସେମାନେ ରାସ୍ତାରୋକ କରିବା ସହ ସଂରକ୍ଷଣ ଉଚ୍ଛେଦ କରିବା ପାଇଁ ଦାବି କରିଥିଲେ । ବିଭିନ୍ନ ଦୋକାନକୁ ସେମାନେ ବନ୍ଦ କରିବା ସହ ରେଳଯାତ୍ରାରେ ବାଧା ସୃଷ୍ଟି କରିଥିଲେ । ବନ୍ଦ ସମର୍ଥକଙ୍କ ଯୋଗୁଁ ରେଳ ଓ ବସ୍ ଚଳାଚଳ ବ୍ୟାହାତ ହୋଇଥିଲା । ପାଟ୍ନା, ବେଗୁସରାଇ, ଲଖିସରାଇ, ମୁଜାଫରନଗର, ଭୋଜପୁର, ଶେଖପୁରା, ନାୱଡା ଓ ଦରଭଙ୍ଗାରେ ଶତାଧିକ ଲୋକ ରାସ୍ତା ବନ୍ଦ କରିବା ସହ ଟ୍ରେନ୍ ଚଳାଚଳରେ ବାଧା ସୃଷ୍ଟି କରିଥିଲେ । ସେହିଭଳି ଉତ୍ତର ପ୍ରଦେଶରେ ବନ୍ଦ ଦୃଷ୍ଟିରୁ ଇଣ୍ଟରନେଟ୍ ସେବାକୁ ବନ୍ଦ କରିଦିଆଯାଇଥିଲା । ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍କୁଲ୍ଗୁଡିକ ବନ୍ଦ କରିବା ପାଇଁ ନିଦେ୍ର୍ଦଶ ଦିଆଯାଇଥିଲା । ଉତ୍ତରାଖଣ୍ଡରେ ମଧ୍ୟ ଜିଲ୍ଲା ପ୍ରଶାସନ ଶୋଭାଯାତ୍ରାକୁ ନିଷିଦ୍ଧ ଘୋଷଣା କରିଥିଲା । ମଧ୍ୟ ପ୍ରଦେଶରେ ଗତ ସପ୍ତାହରେ ହୋଇଥିବା ଭାରତ ବନ୍ଦରେ ୮ ଲୋକଙ୍କ ମୃତୁ୍ୟ ହୋଇଥିବାରୁ ଏଠାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା । ବିପୁଳ ଜନସମାବେଶକୁ ପୁଲିସ୍ ୧୨ ଜିଲ୍ଲାରେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ନିଷିଦ୍ଧ କରିଥିଲା । ତେବେ ଗୋୱାଲର ଓ ଚମ୍ବଲ ଅଞ୍ଚଳରେ ହିଂସା ଆଶଙ୍କାରେ ୬ ହଜାର ପୁଲିସ୍ ବାହିନୀ ମୁତୟନ କରାଯିବା ସହ ଇଣ୍ଟରନେଟ୍ ସେବାକୁ ଅଚଳ କରାଯାଇଥିଲା । ରାଜସ୍ଥାନରେ ଅନୁରୂପ ପଦକ୍ଷେପ ନିଆଯାଇଥିଲା ।
ଓଡ଼ିଶାର ବିଭିନ୍ନ ସ୍ଥାନରେ ଆଂଶିକ ପ୍ରଭାବ ଦେଖିବାକୁ ମିଳିଛି । ମିଳିତ କ୍ରିୟାଅନୁଷ୍ଠାନ କମିଟି ପକ୍ଷରୁ ଏହି ଡାକରା ଦିଆଯାଇଥିବା ଜଣାପଡିଛି । ବିଭିନ୍ନ ଗୋଷ୍ଠୀ ବଜାର ଓ ରାସ୍ତାଘାଟରେ ପିକେଟିଂ କରିବା ଦ୍ୱାରା କେତେକ ସ୍ଥାନରେ ଗାଡିମଟର, ଦୋକାନବଜାର, ସ୍କୁଲ ଆଦି ବନ୍ଦ ରହିଥିଲା । ତେବେ ଏହି ବନ୍ଦ ପ୍ରଭାବରେ ଟ୍ରେନ୍ ଚଳାଚଳରେ ମଧ୍ୟ ବିଳମ୍ବ ଘଟିଛି । ଆନେ୍ଦାଳନକାରୀମାନେ ପ୍ଲାକାର୍ଡ ଧରି ଷ୍ଟେସନରେ ବିକ୍ଷୋଭ କରିଥିଲେ । ଫଳରେ ଏହି ସମୟରେ ଯିବାକୁ ଥିବା ଟ୍ରେନଗୁଡ଼ିକ କିଛି ସମୟ ପାଇଁ ଅଟକି ରହିଥିଲା । ଏହି ବନ୍ଦର ପ୍ରଭାବ ଭୁବନେଶ୍ୱର, ବଲାଙ୍ଗିର, ବାରିପଦା, କଳାହାଣ୍ଡି, କାମାକ୍ଷାନଗର, ରାୟଗଡା, ମୟୂରଭଞ୍ଜ, ନୂଆପଡା ଆଦିରେ ଦେଖବାକୁ ମିଳିଥିଲା । ଭୁବନେଶ୍ୱରରେ ରୁଦ୍ର ସେନାର କର୍ମୀମାନେ ସିଆରପି ଛକରେ ବିଦ୍ରୋହ କରିବା ବେଳେ ପୁଲିସ ଦ୍ୱାରା ୬କର୍ମୀ ଗିରଫ ହୋଇଛନ୍ତି । ଭାରତବବନ୍ଦକୁ ନେଇ ନୂଆପଡା ଖଡିଆଳରେ ୨ପକ୍ଷ ମଧ୍ୟରେ ମୁହାଁମୁହିଁ ଦେଖିବାକୁ ମିଳିଥିଲା । ସପକ୍ଷ ଓ ବିପକ୍ଷବାଦୀଙ୍କ ମଧ୍ୟରେ ଟେକାପଥର ମାଡ ହୋଇଥିଲା । ସେଥିପାଇଁ ପୁଲିସ ଫୋର୍ସ ମୁତୟନ କରାଯିବା ସହ ପୁଲିସକୁ ମୃଦୁ ଲାଠିଚାଳନା କରିବାକୁ ପଡିଥିଲା । ଭାରତ ବନ୍ଦ ପାଇଁ ବିପିୟୁଟି ଅଧୀନରେ ଥିବା ୮୮ଟି ସେଣ୍ଟରରେ ପରୀକ୍ଷା ବାତିଲ । ଆଜି ବିଭିନ୍ନ ବର୍ଗର ୫୫ଟ ବିଷୟରେ ପରୀକ୍ଷା ହୋଇଥାଆନ୍ତା । ଆସନ୍ତା ୧୨ରୁ ୨୦ମଧ୍ୟରେ ପୁନଃ ପରୀକ୍ଷା ପାଇଁ ଭିସିଙ୍କ ପ୍ରସ୍ତୁତି ଚାଲିଛି ।

ସେଆର କରନ୍ତୁ:



Powered by odothemes.com