LINGARAJ-MANDIRA-RU-ARAMBHA-HELA-MAHANADI-BACHAO-ANDOLAN-SAHA-DASTAKHAT-AVIJAN--==-(5)

ସିଜେଆଇଙ୍କ ଉଦେ୍ଦଶ୍ୟରେ ୧ଲକ୍ଷ ଦସ୍ତଖସ୍ତ ଅଭିଯାନ

494

କଲ୍ମା ବ୍ୟାରେଜ୍ ସବୁ ଗେଟ୍ ବନ୍ଦର ପ୍ରତିବାଦ
ଭୁବନେଶ୍ୱର(ବୁ୍ୟରୋ): ଛତିଶଗଡ଼ ମହାନଦୀ ଉପର ମୁଣ୍ଡରେ ବ୍ୟାରେଜ୍ ନିର୍ମାଣ ଯୋଗୁ ଓଡ଼ିଶାରେ ମହାନଦୀର ଜଳ ଶୁଷ୍କ ହେବାରେ ଲାଗିଛି । ଛତିଶଗଡ଼ ସକରାର କଲ୍ମା ବ୍ୟାରେଜ୍ ଗେଟ୍ ଗୁଡ଼ିକ ବନ୍ଦ କରିଦେଇଛନ୍ତି । ହୀରକୁଦ୍ ଡ୍ୟାମ୍କୁ ଆଉ ପାଣି ଆସୁନି । ଫଳରେ ଜଳସେଚନ ଓ ବିଦୁ୍ୟତ୍ ଶକ୍ତି ଉତ୍ପାଦନରେ ଗଭୀର ଭାବେ ପ୍ରଭାବ ପଡ଼ିବ । ଏପରିକି ମେ’ ମାସରେ ପାନୀୟ ଜଳର ସଙ୍କଟ ମଧ୍ୟ ଉକ୍ରଟ ହେବ । ଏହାର ସମାଧାନ ପାଇଁ ଟ୍ରିବୁ୍ୟନାଲ ଗଠିତ ହୋଇଥିଲେ ମଧ୍ୟ ସର୍ତ୍ତବଳୀ ପ୍ରକାଶ ପାଇନି । କେନ୍ଦ୍ର ସକରାର ନୀରବ ସମର୍ଥନ ଦେଇ ଏହାର କାର୍ଯ୍ୟକାରିତାରେ ଅହେତୁକ ବିଳଭ୍ୱ କରୁଛନ୍ତି । ଏହାର ବିରୋଧରେ ମହାନଦୀ ବଞ୍ଚାଅ ଆନେ୍ଦାଳନ ପକ୍ଷରୁ ୧ଲକ୍ଷ ଦସ୍ତଖସ୍ତ ଅଭିଯାନ ଆରମ୍ଭ ହୋଇଛି । ମଙ୍ଗଳବାରଠାରୁ ଏହି ଅଭିଯାନ ଲିଙ୍ଗରାଜ ମନ୍ଦିର ନିକଟରୁ ଆରମ୍ଭ କରାଯାଇଛି । ବୁଧବାର କଲ୍ମା ବ୍ୟାରେଜ୍ରୁ ଆରମ୍ଭ ହୋଇ ୧୫ ତାରିଖରେ ପୁରୀରେ ସମାପନ କରାଯିବ ବୋଲି ମହାନଦୀ ବଞ୍ଚାଅ ଆନେ୍ଦାଳନ ପକ୍ଷରୁ ସୂଚନା ଦିଆଯାଇଛି । ସୁଦର୍ଶନ ଦାସ କହିଛନ୍ତି ଯେ, ଟି୍ରବୁ୍ୟନାଲ୍ ତା’ର ଚୂଡ଼ାନ୍ତ ରାୟ ପ୍ରକାଶ କରିବା ପର୍ଯ୍ୟନ୍ତ ଛତିଶଗଡ଼ର ନିର୍ମିତ ବ୍ୟାରେଜ୍ ଗୁଡ଼ିକୁ କାର୍ଯ୍ୟକ୍ଷମ ନକରିବା ଆବଶ୍ୟକତା ରହିଛି । ସେଥିପାଇଁ ମହାନଦୀ ବଞ୍ଚାଅ ଆନେ୍ଦାଳନ ସୁପ୍ରିମ୍କୋର୍ଟ ପ୍ରଧାନ ବିଚାରପତି (ସିଜେଆଇ)ଙ୍କୁ ୧ଲକ୍ଷ ଦସ୍ତଖସ୍ତ ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିବ । ଏତ୍ଦବ୍ୟତୀତ ରାଜ୍ୟ ସରକାର ମଧ୍ୟ ସୁରକ୍ଷା ଦେବା କ୍ଷେତ୍ରରେ ଉପଯୁକ୍ତ ପଦକ୍ଷେପ ନେବା ଦରକାର । ମହାନଦୀ କୂଳେ କୂଳେ ୧ କୋଟି ଗଛ ଲଗାଇବେ ବୋଲି ଓଡ଼ିଶା ସକରାର ନିଷ୍ପତ୍ତି ନେଇଛନ୍ତି । ଛତିଶଗଡ଼ରୁ ନିର୍ଗତ କଲ୍ମା ବ୍ୟାରେଜ୍ଠାରୁ ଆସନ୍ତାକାଲିଠାରୁ ଏହି ଯାତ୍ରା ବାହାରି ଙଟ୍ଟଲି, ବରଗଡ଼, ବୁର୍ଲା, ସମ୍ବଲପୁର, ସୋନପୁର, ବୌଦ୍ଧ, ଆଠମଲ୍ଲିକ, ନରସିଂହପୁର, ବଡ଼ମ୍ବା, କଣ୍ଟିଲୋ, କରବର, ବୈଦଶ୍ୱର, ବାଙ୍କି, ଆଠଗଡ଼, କଟକ, କୁଜଙ୍ଗ, ପାରାଦୀପ, ନିମାପଡ଼ା ହୋଇ ମହାନଦୀ କୂଳେ କୂଳେ ଆସନ୍ତା ୧୫ ତାରିଖରେ ପୁରୀର ସିଂହଦ୍ୱାର ନିକଟକରେ ସମାପ୍ତ ହେବ । ଏହି ଯାତ୍ରା ସମୟରେ ସୁପ୍ରିମ୍କୋର୍ଟ ପ୍ରଧାନ ବିଚାରପତିଙ୍କ ଉଦେ୍ଦଶ୍ୟରେ ପ୍ରସ୍ତୁତ ଦାବିପତ୍ରରେ ଦସ୍ତଖସ୍ତ ସଂଗ୍ରହ ସହିତ ବିଭିନ୍ନ ସ୍ଥାନରେ ସଭା ସମିତି, ପଦଯାତ୍ରା, ପଥପ୍ରାନ୍ତ ସଭା ଆଦି ଅନୁଷ୍ଠିତ ହେବ ବୋଲି ଶ୍ରୀ ଦାସ କହିଛନ୍ତିି ।

ସେଆର କରନ୍ତୁ:



Powered by odothemes.com