Prakalpa-adhapantaria

ପାଣି ମୁନେ୍ଦ ପାଇଁ ଡହଳବିକଳ

40

ପ୍ରକଳ୍ପ ଅଧପନ୍ତରିଆ
ବଡ଼ଚଣା(ଆପ୍ର) : ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ୍ ପଶ୍ଚିମାଞ୍ଚଳରେ ଏବେ ପାନୀୟଜଳ ଉତ୍କଟାଭାବ ଦେଖାଦେଇଛି । ଦୁଇଦୁଇ ଥର ପଞ୍ଚାୟତ ସମିତି ବୈଠକରେ ପାନୀୟଜଳ ସମସ୍ୟା ନେଇ ପଞ୍ଚାୟତର ପ୍ରତିନିଧି ମାନେ ହୋ ହାଲ୍ଲା କରିଥିଲେ ସୁଦ୍ଧା ଏହି ସମସ୍ୟାର ଅନ୍ତ ଘଟିନାହିଁ । ପଶ୍ଚିମ ବଡ଼ଚଣା ଭୁଷଣ୍ଡପୁର ପଞ୍ଚାୟତର ଲୋକେ ପାନୀୟଜଳ ମୁନେ୍ଦ ପାଇବା ପାଇଁ ଡହଳବିକଳ ହେଉଛନ୍ତି । ପଞ୍ଚାୟତର ରାଣୀବନ୍ଦି ଓ ଖଣ୍ଡିଆବନ୍ଧି ଗ୍ରାମରେ ଅଧିକାଶଂରେ ଆଦିବାସୀ ସମ୍ପ୍ରଦାୟର ଲୋକେ ବାସ କରନ୍ତି । ରାଣୀବନ୍ଦି ଗାଁରେ ଥିବା ଏକମାତ୍ର ପୋଖରୀ ଉପରେ ଗ୍ରାମବାସୀ ନିର୍ଭରଶୀଳ । ଯେଉଁଠି ଗାଇଗୋରୁ ଠୁ ଆରମ୍ଭ କରି ମଣିଷ ପର୍ଯ୍ୟନ୍ତ ଏହି ପୋଖରୀ ପାଣିରେ ତୃଷ୍ଣା ମେଣ୍ଟାଇଥାନ୍ତି । ପୋଖରୀର ପୁନରୁଦ୍ଧାର ନହେବାରୁ ଏହା ପୋତି ହେବା ସହ ଦୂଷିତ ହେବାକୁ ବସିଲାଣି । ଯେଉଁ ଅଳ୍ପ ପାଣି ଅଛି ତାହା ନିତ୍ୟ ବ୍ୟବହାର ଓ ପାନୀୟଜଳ ପାଇଁ ଅନୁପଯୁକ୍ତ । ୨୦୧୬-୧୭ ଆର୍ଥିକ ବର୍ଷରେ ପୋଖରୀର ପୁନଃ ଉଦ୍ଧାର ପାଇଁ ବ୍ଲକ୍ ପ୍ରଶାସନ ତରଫରୁ କିଛି ଅର୍ଥ ମଞ୍ଜୁର କରାଯାଇ ଅଧପନ୍ତରିଆ କାମ ହୋଇଥିଲା । ଗାଁ ମଝିରେ ଏକ ପାନୀୟଜଳ ପ୍ରକଳ୍ପ ଅଧପନ୍ତରିଆ ଅବସ୍ଥାରେ ପଡ଼ିରହିଛି । ଫଳରେ ଗ୍ରାମବାସୀ ଏହାର ସୁଫଳ ପାଇପାରୁ ନାହାନ୍ତି । ବିଭାଗ ଠିକାଦାରୀ ସଂସ୍ଥା ଦ୍ୱାରା ଏକମାତ୍ର ପ୍ରକଳ୍ପଗୃହ ଓ ବୋରିଂ କରି ତାର କାର୍ଯ୍ୟ ଶେଷ କରିଛି । କିନ୍ତୁ ପ୍ରକଳ୍ପ ସ୍ଥାନଠାରୁ ଗାଁ ଭିତରକୁ ପାଇପ ବିଛାଇବା କାର୍ଯ୍ୟ ଆରମ୍ଭ ନହେବାରୁ ପାନୀୟଜଳ ସମସ୍ୟା ଉତ୍କଟରୂପ ଧାରଣ କରିଛି । ଗାଁରେ ଥିବା ଦୁଇଟି ନଳକୂପ ମଧ୍ୟ ଅଚଳ ଅବସ୍ଥାରେ ପଡିରହିଛି । ଏ ନେଇ ଜଣେ ଠିକାଦାରଙ୍କୁ ପଚାରିବାରୁ ଏହି ପ୍ରକଳ୍ପ କାର୍ଯ୍ୟ କରିଥିଲେ ମଧ୍ୟ ଚଳନ୍ତି ବିଲ୍ ନପାଇବାରୁ କାର୍ଯ୍ୟଟି ଅସପୁର୍ଣ୍ଣ ଭାବେ ପଡ଼ିରହିଥିବା କହିଛନ୍ତି । ଏଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାସହ ତୁରନ୍ତ କାମକୁ ସମ୍ପୂର୍ଣ୍ଣ କରିବାକୁ ସାଧାରଣରେ ଦାବି ହୋଇଛି ।

ସେଆର କରନ୍ତୁ:



Powered by odothemes.com