2

ବିଜେଡି କାର୍ଯ୍ୟକାରିଣୀ ବୈଠକ

45

ତାଳଚେର, ୧୦ା୪(ଆପ୍ର): ତାଳଚେର ନଗର ବିଜୁ ଜନତା ଦଳ ପକ୍ଷରୁ ଗୋପବନ୍ଧୁ ଟାଉନ୍ହଲ୍ ଠାରେ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ତଥା ବିଜେଡ଼ିର ଅନୁଗୋଳ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରତାପ ଜେନା ମୁଖ୍ୟଅତିଥି ଭାବେ ଯୋଗଦେଇ ସହରାଞ୍ଚଳରେ ବିଜୁ ଜନତା ଦଳର ସଂଗଠନକୁ ସୁଦୃଢ଼ କରିବା ସହିତ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ସମ୍ପର୍କରେ ସଚେତନ କରାଇବା ନେଇ କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ । କେନ୍ଦ୍ର ବିଜେପି ସରକାର ବେକାରୀ ସମସ୍ୟାକୁ ଦୂର କରିପାରୁ ନଥିଲା ବେଳେ ପେଟ୍ରୋଲ୍ ଦର ବୃଦ୍ଧି କରାଇ ସାଧାରଣ ଲୋକଙ୍କୁ ହନ୍ତସନ୍ତ କରୁଛି ବୋଲି ଅଭିଯୋଗ କରିଥିଲେ । ଓଡ଼ିଶାରେ ରାଜ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବହୁ ଉନ୍ନୟନମୂଳକ ଯୋଜନା କାର୍ଯ୍ୟ କରୁଥିଲା ବେଳେ ରାଜ୍ୟର ବିକାଶରେ ଯୁବକଙ୍କର ସହଯୋଗ ଏକାନ୍ତ କାମ୍ୟ ବୋଲି ପ୍ରକାଶ କରିଥିଲେ । ପ୍ରତି ୱାର୍ଡର ବିକାଶ ପାଇଁ ନବୀନ ସରକାର ୨୫ ଲକ୍ଷ ଟଙ୍କା ଲେଖାଏଁ ଆର୍ଥôକ ଅନୁଦାନ ପ୍ରଦାନ କରିଛନ୍ତି ଏବଂ ପ୍ରତି ୱାର୍ଡରେ ୫୦ ଜଣ ଲେଖାଏଁ କର୍ମୀ ଥିବା ବେଳେ ପ୍ରତି କର୍ମୀ ୨୦ ଜଣ ଭୋଟରଙ୍କୁ ଭେଟି ସେମାନଙ୍କର ସମସ୍ୟାକୁ ବୁଝିବା ସହିତ ସମାଧାନ କରିପାରିଲେ ଆଗାମୀ ନିର୍ବାଚନ ବୈତରଣୀ ସୁରୁଖୁରୁରେ ପାର ହୋଇପାରିବେ ବୋଲି ଶ୍ରୀ ଜେନା ପ୍ରକାଶ କରିଥିଲେ । ଏଥିରେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ଯୋଗଦେଇ ବିଜୁ ଜନତା ଦଳର ଭବିଷ୍ୟତ ଉଜ୍ଜ୍ୱଳମୟ ଏବଂ ରାଜ୍ୟବାସୀ ବିଜେଡ଼ି ପ୍ରତି ସେମାନଙ୍କର ଆଶୀର୍ବାଦ ଖୋଲାଖୋଲି ଭାବେ ଦେଇ ଆସୁଛନ୍ତି ବୋଲି କହିଥିଲେ । ରାଜ୍ୟର ଦ୍ରୁତ ପ୍ରଗତି ଦିଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭଲ କାମ କରି ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ପୁରସ୍କୃତ ହୋଇଛନ୍ତି । ଯାହାକି ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ବିଧାୟକ ଶ୍ରୀ ପ୍ରଧାନ କହିଥିଲେ । ଏହି ବୈଠକରେ ତାଳଚେର ପୌରପରିଷଦ ନଗରପାଳ ପବିତ୍ର ଭୂତିଆ କହିଲେ ଯେ, ତାଳଚେର ମୁ୍ୟନିସିପାଲିଟିର ବିଭିନ୍ନ ୱାର୍ଡରେ ଦ୍ରୁତ ବିକାଶ ଦିଗରେ କାର୍ଯ୍ୟ ତାର ଅବ୍ୟାହତ ରଖିବା ସହ ଆଗାମୀ ଦିନରେ ଉଚ୍ଚକୋଟୀର ସହରରେ ପରିଣତ କରିବା ଯୋଜନା ରହିଛି । ନଗର ବିଜେଡ଼ି ସଭାପତି ଆସିଫ୍ ଖାନ୍, ବ୍ଲକ୍ ସଭାପତି ନିରଞ୍ଜନ ପ୍ରଧାନ, ଓକିଲ ସଂଘର ସଭାପତି ସନ୍ତୋଷ ସାହୁ, ଉପନଗରପାଳ ପ୍ରେମଲତା ମିଶ୍ର, ପର୍ଯ୍ୟବେକ୍ଷକ ମହେନ୍ଦ୍ର ବସ୍ତିଆ, ବରିଷ୍ଠ ନେତା ବାନାମ୍ବର ଭୂତିଆ, ଯୁବନେତା ଶୋଭେନ୍ କୁମାର ମିଶ୍ରଙ୍କ ସମେତ ବିଜେଡ଼ିର ସମସ୍ତ କାଉନ୍ସିଲର ଓ ଦଳୀୟ ନେତା ଉପସ୍ଥିତ ଥିଲେ ।

ସେଆର କରନ୍ତୁ:



Powered by odothemes.com