୧୫ରେ ମହାନଦୀ ଲାଗି ମହାସମ୍ମିଳନୀ | ସର୍ବସାଧାରଣ ଖବରକାଗଜ
BJD-PRESS-MEET-AT-PARTY-OFFICE-(3)

୧୫ରେ ମହାନଦୀ ଲାଗି ମହାସମ୍ମିଳନୀ

45

କେନ୍ଦ୍ର ସରକାରଙ୍କ ଦୋମୁହାଁ ନୀତିର ପ୍ରତିବାଦ କଲା ବିଜେଡି
ଭୁବନେଶ୍ୱର(ବୁ୍ୟରୋ): ମହାନଦୀର ଜଳ ପ୍ରବାହ ଶୁଷ୍କ ହେବାରେ ଲାଗିଛି । ଏହାର ପ୍ରଭାବ ଚଳିତ ରବି ଫସଳ ଉପରେ ସିଧାସଳଖ ପଡ଼ିଛି । ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ନିଦେ୍ର୍ଦଶକୁ କେନ୍ଦ୍ର ସରକାର ବିଳମ୍ବ କରିବା ସହ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି । କେନ୍ଦ୍ର ସରକାର ଟ୍ରିବୁ୍ୟନାଳ୍ ଗଠନ ଦିଗରେ ଏପର୍ଯ୍ୟନ୍ତ ଭିତ୍ତିଭୂମି ଯୋଗାଇ ଦେଉନାହାନ୍ତି । ପୁଣି ଛତିଶଗଡ଼ ସରକାର ଓଡ଼ିଶା ବିରୋଧରେ ଚକ୍ରାନ୍ତ କରୁଛନ୍ତି । କଟା ଘା’ରେ ଚୂନ ମାରିଲା ଭଳି ଇବ୍‌ ଉପନଦୀ ମୈନୀ ଉପରେ ଛତିଶଗଡ଼ ସରକାର ବନ୍ଧ ନିର୍ମାଣ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏହି ନିର୍ମାଣ କାର୍ଯ୍ୟକୁ କେନ୍ଦ୍ର ସରକାର ନୀରବ ସମର୍ଥନ କରୁଛନ୍ତି । ଯାହାର ପ୍ରଭାବ ଇବ୍ ନଦୀର ଜଳ ପ୍ରବାହ ହ୍ରାସ ପାଇବା ସହ ତଳିଆ ଅଞ୍ଚଳର ଲୋକେ ପ୍ରଭାବିତ ହେବେ ବୋଲି ବିଜେଡି ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି । ଅନ୍ୟପକ୍ଷରେ ଦଳର ସାଧରଣ ସମ୍ପାଦକ ସଂଜୟ ଦାସବର୍ମା କହିଛନ୍ତି ଯେ କେନ୍ଦ୍ର ଜଳ ସମ୍ପଦ ବିଭାଗ ଟ୍ରିବୁ୍ୟନାଲ ଗଠନ ପାଇଁ ଯେଉଁ ଟର୍ମସ ଅଫ୍ ରେଫରେନ୍ସ(ସର୍ତ୍ତାବଳୀ)ଘୋଷଣା କରିଛନ୍ତି, ତାହା ରାଜ୍ୟ ସକରାରଙ୍କ ହସ୍ତଗତ ହୋଇନାହିଁ । ଟି୍ରବୁ୍ୟନାଲ୍ର ସର୍ତ୍ତାବଳୀ ନଦେଇ ଆନ୍ତଃରାଜ୍ୟ ବୈଠକ ଡକିବା ଆଉ ଏକ ଷଡ଼ଯନ୍ତ୍ର । ମହାନଦୀର ସୁରକ୍ଷା ଓ ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ଆସନ୍ତା ୧୫ ତାରିଖରେ ଭୁବନେଶ୍ୱରସ୍ଥିତ ରାଜ୍ୟ କାର୍ଯ୍ୟାଳୟଠାରେ ବିଜେଡିର ମହାସମ୍ମିଳନୀ ଅନୁଷ୍ଠିତ ହେବ । ଏଥିରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ଲାଗି ରଣକୌଶଳ ପ୍ରସ୍ତୁତ କରାଯିବ ବୋଲି ଶ୍ରୀ ଦାସବର୍ମା ସୂଚନା ଦେଇଛନ୍ତି । ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଦାସବର୍ମା କହିଛନ୍ତି ଯେ ୩ ଜାନୁଆରୀ ୨୦୧୮ରେ ଜଷ୍ଟିସ୍‌ ୱାଗଡ଼େ ଏବଂ ଜଷ୍ଟିସ୍‌ ନାଗେଶ୍ୱର ରାଓଙ୍କ ଖଣ୍ଡପୀଠ ନିଦେ୍ର୍ଦଶ ଦେଲେ ମାସକ ଭିତରେ ଟ୍ରିବୁ୍ୟନାଲ୍‌ ଗଠନ କରିବାକୁ । କିନ୍ତୁ କେନ୍ଦ୍ର ସରକାର ଟି୍ରବୁ୍ୟନାଲ୍‌ ଗଠନ କରିବାକୁ ପ୍ରକ୍ରିୟା ଆରମ୍ଭ କଲେ ୧୨ ମାର୍ଚ୍ଚ ୨୦୧୮ରେ । ଏଭଳି ସ୍ଥିତିରେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ରାଜ୍ୟସଭାରେ ଏକ ପ୍ରଶ୍ନ କରିଥିଲେ ଯେ ଏହି ଟି୍ରବୁ୍ୟନାଲ୍‌ ଗଠନର ପ୍ରକ୍ରିୟା କେଉଁ ସ୍ଥାନରେ ଅଛି? ୨୬ ମାର୍ଚ୍ଚ ୨୦୧୮ରେ କେନ୍ଦ୍ରମନ୍ତ୍ରୀ ଜଣାଇଲେ ଟର୍ମସ୍‌ ଅଫ୍‌ ରେଫରେନ୍ସ(ସର୍ତ୍ତାବଳୀ)ସମ୍ପର୍କରେ ପଦକ୍ଷେପ ନିଆଯାଇଛି । କିନ୍ତୁ ଦୁଃଖର କଥା, ଯେଉଁ ଟର୍ମସ୍‌ ଅଫ୍‌ ରେଫରେନ୍ସ କଥା କେନ୍ଦ୍ରମନ୍ତ୍ରୀ କହୁଥିଲେ, ସେ ସଂପର୍କରେ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଅବଗତ କରିନାହାନ୍ତି । ବର୍ତ୍ତମାନ ଆଉ ଗୋଟିଏ ସନେ୍ଦହ ଉପୁଜିଲାଣି, କେନ୍ଦ୍ର ଜଳ ସଂପଦ ବିଭାଗ ଆନ୍ତଃରାଜ୍ୟ ବୈଠକ ପାଇଁ ଡାକିଛନ୍ତି । ସେଥିରେ ଉଲ୍ଲେଖ କରାଯାଇଛି ଯେ ମହାନଦୀ ଅବବାହିକାରେ ଓଡ଼ିଶା ଓ ଛତିଶଗଡ଼ର ବିଭିନ୍ନ ଆନ୍ତଃରାଜ୍ୟ ସମସ୍ୟାକୁ ନେଇ ଏପ୍ରିଲ ୧୨ ତାରିଖରେ ନୂଆଦିଲ୍ଲୀରେ ସିଡବ୍ଲୁ୍ୟସି ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ଆଲୋଚନା ହେବ । ଆଉ ଗୋଟିଏ ଚିଠି ୩ ଏପ୍ରିଲ ୨୦୧୮ରେ ଆସି ପହଞ୍ଚôଛି ସେହି କେନ୍ଦ୍ର ଜଳ ସଂପଦ ବିଭାଗ ପକ୍ଷରୁ ମୁଖ୍ୟ ଶାସନ ସଚିିବଙ୍କୁ ଯେ କେନ୍ଦ୍ର ଜଳ ସଂପଦ ମନ୍ତ୍ରୀ ୫ଟି ରାଜ୍ୟକୁ ଏହି ଜଳ ସମସ୍ୟା ବିଷୟରେ ଆଲୋଚନା କରିବାକୁ ଚିଠି କରିଛନ୍ତି । ଏ ସମସ୍ତ କଥାକୁ ନେଇ ବିଜୁ ଜନତା ଦଳ ଚଳିିତ ମାସ ୧୫ ତାରିଖ ଦିନ ରାଜ୍ୟ ଦଳୀୟ କାର୍ଯ୍ୟାଳୟରେ ସମ୍ମିଳନୀ କରିବ ଓ ସେଥିରେ ମହାନଦୀ ଅବବାହିକାରେ ଥିବା ୧୫ଟି ଜିଲ୍ଲାର ରାଜ୍ୟ ମନ୍ତ୍ରୀ ପରିଷଦର ସଦସ୍ୟ, ବିଜୁ ଜନତା ଦଳର ସାଂସଦ, ବିଧାୟକ, ଜିଲ୍ଲା ସଭାପତି, ଜିଲ୍ଲା ପରିଷଦ ଅଧ୍ୟକ୍ଷ, ବ୍ଲକ ଓ ନଗର ସଭାପତି ଏବଂ ବ୍ଲକ ଓ ପୌରାଞ୍ଚଳ ଅଧ୍ୟକ୍ଷ, ଯୁବ-ଛାତ୍ର-ମହିଳା ରାଜ୍ୟ ସଭାପତି ଏବଂ ବିଜୁ ଜନତା ଦଳ ରାଜ୍ୟ କର୍ମକର୍ତ୍ତା ପ୍ରମୁଖଙ୍କ ଉପସ୍ଥିତିରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯିବ ବୋଲି ଶ୍ରୀ ଦାସବର୍ମା କହିଛନ୍ତି । ସେହିଭଳି ଦଳର ଉପସଭାପତି ଦେବୀ ପ୍ରସାଦ ମିଶ୍ର କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଟାଳଟୁଳ ନୀତି ଚାଲିଥିବା ବେଳେ ୨୩ ଜାନୁଆରୀ ୨୦୧୮ରେ ଜଷ୍ଟିସ୍‌ ୱାଗଡ଼େ ଏବଂ ଜଷ୍ଟିସ୍‌ ନାଗେଶ୍ୱର ରାଓଙ୍କ ଖଣ୍ଡପୀଠ ନିଦେ୍ର୍ଦଶକ୍ରମେ ଦେଲେ ମାସକ ଭିତରେ ଟ୍ରିବୁ୍ୟନାଲ୍‌ ଗଠନ କରିବାକୁ । କିନ୍ତୁ ଟି୍ରବୁ୍ୟନାଲ୍‌ ଗଠନ ହେବାରେ ତ ବିଳମ୍ବ ହେଲା, ତା’ସହିତ ଟର୍ମ ଅଫ୍‌ ରେଫରାନ୍ସ ଏ ପର୍ଯ୍ୟନ୍ତ ପହଞ୍ଚôନାହିଁ, ଯାହାକୁ ରାଜ୍ୟର ମୁଖ୍ୟ ଶାସନ ସଚିବ ଦାୟିତ୍ୱ ତୁଲାଇଥାନ୍ତେ । ଯଦି ଆପଣ ଦେଖିବେ, ବର୍ତ୍ତମାନ ସୁଦ୍ଧା ଅଣମୌସୁମୀ ଜଳପ୍ରବାହ ୪୦ ପ୍ରତିଶତ ହ୍ରାସ ପାଇଛି । ମହାନଦୀ ଅବବାହିକାରେ ଥିବା ୧୫ଟି ଜିଲ୍ଲାରେ ଉକ୍ରଟ ଜଳାଭାବ ଦେଖାଦେଲାଣି । ଏପରିକି ରବି ଋତୁରେ ଚାଷୀ ଜମିକୁ ଠିକ୍‌ ଭାବେ ଜଳସେଚିତ କରାଯାଇପାରୁ ନାହିଁ । ୫ବର୍ଷର ହାରାହାରି ଡେଲ୍‌ଟା ଷ୍ଟେଜ୍‌-୧ରେ ୫୬.୬% ହ୍ରାସ ପାଇଥିବାବେଳେ ଷ୍ଟେଜ୍‌ -୨ରେ ୧୪% ଏବଂ ହାରାହାରି ୩୧.୬% ହ୍ରାସ ପାଇଛି । ବିଦୁ୍ୟତ ଉତ୍ପାଦନ କ୍ଷେତ୍ରରେ ମଧ୍ୟ ୨୦% ହ୍ରାସ ପାଇଛି । ଚାଷବାସ ଉଚ୍ଛନ୍ନ ହୋଇଥିବା ବେଳେ ଜୀବନଜୀବିକା ଉକ୍ରଟ ରୂପ ଧାରଣା କରିଥିବା ଜଣାପଡୁଛି । ପୂର୍ବରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଅନେକଥର ଏହା ଅବଗତ କରିଛନ୍ତି, ଏ ସଂକ୍ରାନ୍ତରେ ବିଧାନସଭାରେ ମଧ୍ୟ ପ୍ରସ୍ତାବ ଗ୍ରହଣ ହୋଇଛି । ଦଳମତ ନିର୍ବିଶେଷରେ ସମସ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନକ୍ରମେ ଏହି ଜନଆନେ୍ଦାଳନରେ ସାମିଲ ହୋଇଛନ୍ତି । ଏନ୍‌ଜିଟି ମଧ୍ୟ ଛତିଶଗଡ଼କୁ ଚେତାବନୀ ଶୁଣାଇଛନ୍ତି ଏବଂ ଆଉ କୌଣସି ନିର୍ମାଣ ମହାନଦୀ ଉପରେ ନକରିବାକୁ କହିଛନ୍ତି । ଦଳର ସାଧାରଣ ସଂପାଦକ ଅତନୁ ସବ୍ୟସାଚୀ ନାୟକ କେନ୍ଦ୍ରର ଟାଳଟୁଳ ନୀତିକୁ ତୀବ୍ର ସମାଲୋଚନା କରିବା ସହିତ ଏହା ବିରୋଧରେ ସ୍ୱର ଉତ୍ତୋଳନ କରାଯିବ ବୋଲି କହିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଂପାଦକ ବିଜୟ ନାୟକ ଉପସ୍ଥିତ ଥିଲେ ।




Powered by odothemes.com