cngress

ରାସ୍ତାକୁ ଓହ୍ଲାଇଲା ଯୁବ କଂଗ୍ରେସ

40

ଭୁବନେଶ୍ୱର(ବୁ୍ୟରୋ): ତୈଳଦର ବୃଦ୍ଧିକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି । ଗତକାଲି ବିଜୁ ଯୁବ ଓ ଛାତ୍ର ଜନତା ଦଳ ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପ୍ରେ ଜନଜାଗରଣ ସୃଷ୍ଟି କରାଯାଇଥିବା ବେଳେ ରବିବାର ସମାନ ପ୍ରସଙ୍ଗକୁ ନେଇ ରାସ୍ତାକୁ ଓହ୍ଲାଇଥିଲା ଯୁବ କଂଗ୍ରେସ । ପେଟ୍ରୋଲ ପମ୍ପ୍ରେ ଲାଗିଥିବା ହୋର୍ଡ଼ିଂ ଓ ପୋଷ୍ଟରରୁ ମୋଦିଙ୍କ ଫଟୋକୁ ପ୍ରଦେଶ କଂଗ୍ରେସ କର୍ମୀମାନେ ଚିରିଦେଇଥିଲେ । ପ୍ରଦେଶ ଯୁବ କଂଗ୍ରେସ ସଭାପତି ଲୋକନାଥ ମହାରଥିଙ୍କ ନେତୃତ୍ୱରେ ଏକ ବିଶାଳ ରାଲି ପ୍ରଦେଶ ଯୁବ କଂଗ୍ରେସ କାର୍ଯ୍ୟାଳୟରୁ ବାହାରି ରାଜଭବନ ଛକ ପେଟ୍ରୋଲ ଟାଙ୍କି ଏବଂ ଡେଲ୍ଟା ଛକ ପେଟ୍ରୋଲ ଟାଙ୍କି ପର୍ଯ୍ୟନ୍ତ ଯାଇଥିଲା । ଡେଲଟା ଛକ ପେଟ୍ରୋଲ ଟାଙ୍କି ଠାରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିପାଇଁ ଦାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଫଟୋ ଟାଙ୍କିର ହଟାଇବା ପାଇଁ ଦାବି କରାଯାଇଥିଲା । ସେଠାରେ ବିକ୍ଷୋଭରତ ପ୍ରଦେଶ ଯୁବ କଂଗ୍ରେସ ସଭାପତି ଏବଂ ଭୁବନେଶ୍ୱର ଲୋକସଭା ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ର, ପ୍ରଦେଶ ଯୁବ କଂଗ୍ରେସ ସଂପାଦକ, ସେକ୍ ଅମିର ମହମ୍ମଦ, ସ୍ୱରୂପ ଦାସ, ଶାଗର ପଟ୍ଟନାୟକ, ପ୍ରଶାନ୍ତ ସାହୁଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଶ୍ରୀ ମହାରଥି କହିଛନ୍ତି ଯେ, ପେଟ୍ରୋଲ ଓ ଡିଜେଲ ଉପରେ ଅତିରିକ୍ତ ଟିକସ୍ ଲଗାଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସାଧାରଣ ଜନତାଙ୍କୁ ଲୁଟୁଛନ୍ତି । ତୈଳଦର ହ୍ରାସପାଇଁ ମୋଦି ସରକାରଙ୍କ ଆନ୍ତରିକତା ନାହିଁ । କେବଳ ସାଧାରଣ ଲୋକଙ୍କ ଆଗରେ ଭେଳିକି କରୁଛନ୍ତି । ଯୁବ କଂଗ୍ରେସ ସବୁ ଟାଙ୍କିରୁ ‘ଦର ବୃଦ୍ଧିର ପ୍ରତୀକ ମୋଦି’ଙ୍କ ଫଟୋ ହଟାଇବା ପାଇଁଦାବି କରିଥିଲା । ଲୋକଙ୍କୁ ହନ୍ତସନ୍ତ କରୁଥିବା ପ୍ରଧାନମନ୍ତ୍ରୀଙ୍କ ଫଟୋ କେଉଁ ନ୍ୟାୟରେ ତେଲ ଟାଙ୍କିରେ ପ୍ରଦର୍ଶିତ ହେବ । ଏହା କେବଳ ହିଟଲରୀ ଶାସନର ଅନୁକରଣ । ‘ଜନପ୍ରିୟ’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ପ୍ରଦର୍ଶିତ ହୋଇପାରେ ମାତ୍ର ଜନ ଉତ୍ପୀଡ଼ନ କାର୍ଯ୍ୟରେ ଯୋରଜବରଦସ୍ତ ମୋଦିଙ୍କ ଫଟୋ ରଖିବାର ଅର୍ଥ କ’ଣ? ଉଭୟ ମୋଦି ଏବଂ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତେଲ ଲୁଟେରା ବୋଲି ସାଧାରଣ ଜନତା ଅନୁଭବ କଲେଣି । ୨୦୧୪ ମସିହାରେ ଅଶୋଧିତ ତେଲଦର ବ୍ୟାରେଲ ପିଛା ୧୧୩ ଡଲାର ଥିବାବେଳେ ପେଟ୍ରୋଲ ଲିଟର ୭୩ ଟଙ୍କା ଥିଲା । ଏହାପରେ ଅଶୋଧିତ ତେଲଦର ମୋଦି ସରକାର ଅମଳରେ ବ୍ୟାରେଲ ପିଛା ୫୦ ଡଲାର ଏପରିକି ୨୯ଡଲାର ହେଲାପରେ ବି ପେଟ୍ରୋଲ ଓ ଡିଜେଲ ଦରକୁ ସେହି ଅନୁପାତରେ କମାଯାଇନାହିଁ । ତେଣୁ ଆଗାମୀ ଦିନରେ ସମଗ୍ର ରାଜ୍ୟରେ ଏହି ପୋଷ୍ଟର ଚିରା ଅଭିଯାନ ଜାରି ରହିବ ବୋଲି ଶ୍ରୀ ମହାରଥି କହିଛନ୍ତି । ଅନ୍ୟପକ୍ଷରେ ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, କଂଗ୍ରେସ ହେଉଛି ବିଜେଡିର ଆଶାବାଡି । ଆଉ ଏବେ ଶାସକ ବିଜେଡି ସହ କଂଗ୍ରେସ ଦଳ ସାମିଲ ହୋଇ ରାଜ୍ୟ ସରକାରଙ୍କ ନିଦେ୍ର୍ଦଶରେ କାର୍ଯର୍୍ୟ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ବାସ୍ତବ ତଥ୍ୟ ଜାଣି ସୁଦ୍ଧା ଶାସକ ବିଜେଡିର ନିଦେ୍ର୍ଦଶରେ କଂଗ୍ରେସ ଯୁବକମର୍ମୀମାନେ ଆଜି ପେଟ୍ରୋଲ ଟାଙ୍କି ଆଗରେ ଲାଗିଥିବା ପୋଷ୍ଟରଗୁଡ଼ିକ ଚିରିବା ଅତ୍ୟନ୍ତ ଲଜ୍ଜାଜନକ ଏବଂ ନିନ୍ଦନୀୟ ଘଟଣା ବୋଲି ଶ୍ରୀ ସମୀର ମହାନ୍ତି କହିଛନ୍ତି । ସେହିପରି ସରକାରୀ ଦଳ ମୁଖ୍ୟ ସଚେତକ ଅମର ଶତପଥୀ ବିଜେପିର ଅଭିଯୋଗକୁ ଖଣ୍ଡନ କରିବା ତାଙ୍କ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ବିଜେଡି କଂଗ୍ରେସ ମିଶି ଆନେ୍ଦାଳନ କରିନାହିଁ । ବିଜେଡି ତୈଳଦର ବୃଦ୍ଧିକୁ ନେଇ ପ୍ରଥମେ ଶାନ୍ତିପୂର୍ଣ୍ଣ ଆନେ୍ଦାଳନ କରିଥିଲା । ଏହାକୁ ଦେଖି କଂଗ୍ରେସ ଆଜି ବିକ୍ଷୋଭ କରିଛି । ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି, ସମାନ ପ୍ରସଙ୍ଗକୁ ନେଇ ବିଜେଡି ଆନେ୍ଦାଳନ କରିଥିଲା । ହେଲେ ତାଙ୍କର କର୍ମୀଙ୍କୁ ଗରିଫ ନକରି ଆଜି ଯୁବ କଂଗ୍ରେସ କର୍ମୀମାନଙ୍କୁ ଗିରଫ କରିବା ପୁଲିସ୍ର ପାତରଅନ୍ତର ନୀତିକୁ ଦର୍ଶାଉଛି ।

ସେଆର କରନ୍ତୁ:



Powered by odothemes.com