NEWS-PHOTO

ପଞ୍ଚମ ଦିନରେ ଗଣଧାରଣା

32

ତାଳଚେରରେ ନିର୍ମାଣ ଶ୍ରମିକଙ୍କ ଆନେ୍ଦାଳନ ତେଜିଲା
ତାଳଚେର,୬ା୪(ଆପ୍ର): ୭ ଦଫା ଦାବି ନେଇ ତାଳଚେରରେ ନିର୍ମାଣ ଶ୍ରମିକଙ୍କ ପକ୍ଷରୁ ଚାଲିଥିବା ଆନେ୍ଦାଳନ ଆଜି ପଞ୍ଚମ ଦିନରେ ପହଞ୍ଚôଥିଲା ବେଳେ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି । ଜିଲ୍ଲା ଶ୍ରମ ଅଧିକାରୀଙ୍କ ଆନେ୍ଦାଳନକାରୀଙ୍କ ପ୍ରତି ବେପରୁଆ ମନୋଭାବ ପୋଷଣ କରୁଥିବା ଅଭିଯୋଗ କରିବା ସହ ସେମାନଙ୍କ ଦାବିକୁ ଆଲୋଚନକୁ ନେଉନଥିବାରୁ ପାଲଲହଡ଼ା ବିକାଶ ମଞ୍ଚ ପକ୍ଷରୁ ଅଭିଯୋଗ କରାଯାଇଛି । ତାଳଚେର ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ଦିଆଯାଇଥିବା ଆନେ୍ଦାଳନ ପଞ୍ଚମ ଦିନରେ ପହଞ୍ଚିଥିଲେ ମଧ୍ୟ ଜିଲ୍ଲା ଶ୍ରମ ଅଫିସରଙ୍କ ପକ୍ଷରୁ ଅଦ୍ୟାବଧି କୌଣସି ପ୍ରତିଶ୍ରୁତି ମିଳିପାରି ନାହିଁ । ଫଳରେ ଶ୍ରମିକ ମହଲରେ ଉତ୍ତେଜନା ପ୍ରକାଶ ପାଇଛି । ସରକାର ଏପି୍ରଲ୍ ୨ ତାରିଖରୁ ରାଜ୍ୟବ୍ୟାପୀ ନିର୍ମାଣ ଶ୍ରମିକ ସେବା ସପ୍ତାହ ପାଳନ କରୁଛନ୍ତି । କିନ୍ତୁ ତାଳଚେର, ପାଲଲହଡ଼ା ଏବଂ କଣିହାଁ ବ୍ଲକର ହଜାର ହଜାର ନିର୍ମାଣ ଶ୍ରମିକ ଯୋଜନାରେ ମିଳୁଥିବା ବିଭିନ୍ନ ସହାୟତା ପାଇଁ ଦୀର୍ଘ ଦିନ ଧରି ଆବେଦନ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଶ୍ରମିକଙ୍କୁ କୌଣସି ସହାୟତା ମିଳି ନାହିଁ । ଶ୍ରମ ବିଭାଗର ଏପରି ମନମୁଖୀ କାମକୁ ଶ୍ରମିକ ନେତା ଅରେନ୍ ପାଣି, ଦେବାଶିଷ ଘୋଷ, ମନୋଜ ସାହୁ, ପ୍ରଶାନ୍ତ ସାହୁ, ସଦାନନ୍ଦ ଦେହୁରୀ ପ୍ରମୁଖ ନିନ୍ଦା କରିବା ସହ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ପାଲଲହଡା ବିକାଶ ମଞ୍ଚ ପକ୍ଷରୁ ଚାଲିଥିବା ସତ୍ୟାଗ୍ରହକୁ ସମର୍ଥନ ଜ୍ଞାପନ କରାଯାଇଛି । ଶ୍ରମ ବିଭାଗ ପକ୍ଷରୁ ଏହାର ତୁରନ୍ତ ସମାଧାନ ନକରାଗଲେ ନିର୍ମାଣ ଶ୍ରମିକ ମିଳିତ ମଞ୍ଚ ପକ୍ଷରୁ ଆଗାମୀ ଦିନରେ ଆନେ୍ଦାଳନକୁ ତୀବ୍ର କରାଯିବ ବୋଲି ଶ୍ରମିକ ନେତା ପ୍ରକାଶ କରିଛନ୍ତି ।

ସେଆର କରନ୍ତୁ:



Powered by odothemes.com