hindola-nac-ra-bijayee-bjd-counceller--prathi-o-prathini-mane-daliya-karjyalaya-re-sambardhita-heba-pare-naveen-niwas-re-cm-nku-krutagyanta-janauchanti---(10)

୧୩ କାଉନ୍ସିଲ୍ରଙ୍କୁ ରାଜ୍ୟ କାର୍ଯ୍ୟାଳୟରେ ସମ୍ବର୍ଦ୍ଧନା

41

ହିନେ୍ଦାଳ ଏନ୍‌ଏସିର ବିଜୟୀ ବିଜେଡି ପ୍ରାର୍ଥୀ ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ନେଲେ
ଭୁବନେଶ୍ୱର (ବୁ୍ୟରୋ): ଅତାବିରା ଓ ହିନେ୍ଦାଳ ଏନ୍‌ଏସି ନିର୍ବାଚନରେ ବିଜେଡି ବିପୁଳ ବିଜୟ ଲାଭ କରିଛି । ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ବଳିଷ୍ଠ ଓ ସ୍ୱଚ୍ଛ ନେତୃତ୍ୱ ଯୋଗୁ ଅତାବିରାରେ ସବୁ ୱାର୍ଡରେ ବିଜେଡି ଜିତିଥିଲା ବେଳେ ବିରୋଧୀ ଦଳଗୁଡିକ ମୂଳପୋଛ ହୋଇଯାଇଛନ୍ତି । ହିନେ୍ଦାଳରେ ମଧ୍ୟ ୧୬ଟି ୱାର୍ଡରୁ ୧୩ଟି ୱାର୍ଡରେ ବିଜେଡି ପ୍ରାର୍ଥୀ ବିଜୟଲାଭ କରିଛନ୍ତି । ବିଜୟୀ କାଉନ୍‌ସିଲରମାନେ ସେଠାରୁ ଏକ ବିରାଟ ଶୋଭାଯାତ୍ରାରେ ନବୀନ ନିବାସ ଯାଇ ନବୀନ ପଟ୍ଟନାୟକଙ୍କୁ ଭେଟି ଆଶୀର୍ବାଦ ନେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୟୀ କାଉନ୍‌ସିଲରଙ୍କ ଗହଣରେ କହିଥିଲେ ଯେ, ଏପରି ବିପୁଳ ବିଜୟ ଲାଗି ଅତାବିରା ଓ ହିନେ୍ଦାଳ ଜନସାଧାରଣଙ୍କୁ ମୁଁ ଧନ୍ୟବାଦ ଜଣାଉଛି । ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଆମେ ସର୍ବଦା ଚେଷ୍ଟିତ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି । ଏଥିରେ ହିନେ୍ଦାଳ ଏନ୍‌ଏସିର ହଜାର ହଜାର ଦଳୀୟ କର୍ମୀ ଓ ଦଳର ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ । ଏହି ଅବସରରେ ହିନେ୍ଦାଳ ଏନ୍‌ଏସିର ୧୩ଜଣ କାଉନ୍‌ସିଲରଙ୍କୁ ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ସମ୍ବର୍ଦ୍ଧିତ କରାଯାଇଛି । କାର୍ଯ୍ୟକ୍ରମରେ ଦଳର ଉପ-ସଭାପତି ଦେବୀ ପ୍ରସାଦ ମିଶ୍ର, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଢେଙ୍କାନାଳ ଜିଲ୍ଲା ସଭାପତି ଡ. ନୃସିଂହ ସାହୁ, ବିଧାୟିକା ସୀମାରାଣୀ ନାୟକ, ବିଧାୟକ ସୁଶାନ୍ତ ବେହେରା, ବ୍ରଜକିଶୋର ପ୍ରଧାନ, ସାଂସଦ ଅନୁଭବ ମହାନ୍ତି, ଜିଲ୍ଲା ପର୍ଯ୍ୟବେକ୍ଷକ ରଘୁନାଥ ମହାନ୍ତି, ଦଳର ସାଧାରଣ ସଂପାଦକ ସୁଧୀର ସାମଲ, ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା, ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ, ଛାତ୍ର ବିଜେଡି ସଭାପତି ରାଣାପ୍ରତାପ ପାତ୍ର, ଉପଦେଷ୍ଟା ଚିନ୍ମୟ ସାହୁ, ହିନେ୍ଦାଳ ଏନ୍‌ଏସିର ନବନିର୍ବାଚିତ ୧୩ଜଣ କାଉନ୍‌ସିଲର, ହିନେ୍ଦାଳ ନିର୍ବାଚନ ଦାୟିତ୍ୱରେ ଥିବା ସମସ୍ତ ଦଳୀୟ କର୍ମକର୍ତ୍ତାଙ୍କ ସମେତ ୩୦୦୦ରୁ ଊଦ୍ଧ୍ୱର୍ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।




Powered by odothemes.com