monkey

ଶିଶୁପୁତ୍ରକୁ ଉଠାଇନେଲା ମାଙ୍କଡ଼

37

କଟକ/ବାଙ୍କୀ,୩୧ା୩(ବୁ୍ୟରୋ): ପୂର୍ବରୁ କେବେ ଘଟିନଥିବା ଘଟଣା ଆଜି ବାଙ୍କୀ ଅନ୍ତର୍ଗତ ତାଳବସ୍ତ ପାଟଣା ସାହିରେ ଘଟିଛି । ଅଗଣାରେ ଶୋଇଥିବା ୧୫ଦିନର ଶିଶୁପୁତ୍ରକୁ ମଶାରୀ ଭିତରରୁ ଉଠାଇ ନେଇ ଏକ ମାଙ୍କଡ଼ ଜଙ୍ଗଲ ଭିତରକୁ ଚାଲିଯାଇଛି । ପୂରା ଦିନ ୩୦ଜଣିଆ ବନକର୍ମଚାରୀ ଟିମ୍, ସ୍ଥାନୀୟ ଲୋକଙ୍କ ସହ ପରିବାର ଲୋକେ ଖୋଜାଖୋଜି କରି ନା’ ମାଙ୍କଡ଼ର ନାହିଁ ଶିଶୁପୁତ୍ରର ଟେର୍ ପାଇଛନ୍ତି । ତେବେ ଶୁଶୁପୁତ୍ରକୁ ପାଇବା ପାଇଁ ବାପା ରାମକୃଷ୍ଣ ନାୟକ ଓରଫ କାଠିଆ ଗ୍ରାମର ମହାବୀର ମନ୍ଦିରରେ ଅଧିଆ ପଡ଼ିଥିବା ବେଳେ ମା’ କାନ୍ଦିକାନ୍ଦି ବାରମ୍ବାର ମୁର୍ଚ୍ଛା ଯାଉଛନ୍ତି । ତେଣୁ ତାଙ୍କୁ ବାଙ୍କି ମୁଖ୍ୟଚିକିତ୍ସାଳୟରେ ଭର୍ତି କରାଯାଇଛି । ଏନେଇ ନାୟକ ଦମ୍ପତି ତାଳବସ୍ତ ଫାଣ୍ଡିରେ ମାଙ୍କଡ଼ ନାଁରେ ଏତଲା ଦେଇଛନ୍ତି । ସୂଚନା ମୁତାବକ, ବାଙ୍କୀ ଥାନା ଅନ୍ତର୍ଗତ ତାଳବସ୍ତ ପାଟଣା ସାହିର ରାମକୃଷ୍ଣ ନାୟକ ଓରଫ କାଠିଆଙ୍କ ପତ୍ନୀ ୧୫ଦିନର ଶିଶୁପୁତ୍ର ସହ ଅଗଣାରେ ଶୋଇଥିଲେ । ସକାଳ ପ୍ରାୟ ୬ଟାରେ ସେ ବିଛଣା ଛାଡ଼ିଥିବା ବେଳେ ଶିଶୁପୁତ୍ରଟି ଏକୁଟିଆ ମଶାରୀ ଭିତରେ ଶୋଇଥିଲା । ଶିଶୁପୁତ୍ର ପାଖରେ କେହି ନଥିବାର ସୁଯୋଗ ନେଇ ଏକ ମାଙ୍କଡ଼ ମଶାରୀ ଭିତରୁ ତାକୁ ଟେକି ନେଇଥିଲା । ଏହା ଦେଖି ଶ୍ରୀମତୀ ନାୟକ ଚିକ୍ରାର କରିବାରେ ଶ୍ରୀ ନାୟକ ଓ ସ୍ଥାନୀୟ ଲୋକେ ମାଙ୍କଡ଼ ପଛରେ ଦୌଡ଼ିଥିଲେ ଶିଶୁକୁ ଉଦ୍ଧାର କରିବାକୁ । ହେଲେ ସେତବେଳକୁ ମାଙ୍କଡ଼ ଶୁଶୁକୁ ଧରି ଚମ୍ପଟ ମାରି ସାରିଥିଲା । ଏନେଇ ଖବରପାଇ ୩୦ଜଣ ବନ କର୍ମଚାରୀ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହ ମିଶି ଖୋଜାଖୋଜି ଆରମ୍ଭ କରିଥିଲେ । ମାତ୍ର ସମ୍ପୁର୍ଣର୍ ଦିନ ତମାମ ଖୋଜାଖୋଜି କରି ସନ୍ଧ୍ୟା ସୁଦ୍ଧା ନିରାଶ ହୋଇ ଫେରିଛନ୍ତି । ସବୁଠାରୁ ଗୁରୁତ୍ୱପୁର୍ଣ୍ଣ କଥା ଶିଶୁପୁତ୍ରଟି ସମୟପୂର୍ବରୁ ଜନ୍ମ ହୋଇଥିବାରୁ ପାଟି କରିବାକୁ ଅକ୍ଷମ ଅଟେ । ଯେଉଁଥି ପାଇଁ ସେ ଚିକିତ୍ସିତ ହେଉଥିବା ପରିବାର ପକ୍ଷରୁ ସୂଚନା ମିଳିଛି । ତେବେ ଏନେଇ ନାୟକ ଦମ୍ପତି ତାଳବସ୍ତ ଫାଣ୍ଡିରେ ମାଙ୍କଡ଼ ନାଁରେ ଏତଲା ଦେଇଥିବା ଜଣାପଡ଼ିଛି ।




Powered by odothemes.com