ମାଉସୀମା’ରେ ରୁକୁଣା ରଥ | ସର୍ବସାଧାରଣ ଖବରକାଗଜ
MAUSIMA-RE-LAGILA-LINGARAJ-NKN-RUKUNA-RATHA-(2)

ମାଉସୀମା’ରେ ରୁକୁଣା ରଥ

29

ଭୁବନେଶ୍ୱର, ୨୫ା୩ (ବୁ୍ୟରୋ): ରୁକୁଣା ରଥ ଆଜି ମାଉସୀମା’ ମନ୍ଦିର ନିକଟରେ ପହଞ୍ଚôଛି । ଗତକାଲି ଦଉଡ଼ି ଛିଣ୍ଡିବା ଯୋଗୁ ରଥ ଅଧାବାଟରେ ଅଟକି ରହିଥିଲା । ଅଶୋକାଷ୍ଟମୀରୁ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଆରମ୍ଭ ହୋଇଥାଏ । ଗତକାଲି ରଥଟଣା ଆରମ୍ଭ ହୋଇ ମାଉସୀମା’ ମନ୍ଦିର ନିକଟରେ ପହଞ୍ଚôବାର କାର୍ଯ୍ୟକ୍ରମ ଥିଲେ ହେଁ ଦଉଡ଼ି ଛିଣ୍ଡିବା ଯୋଗୁ ପହଞ୍ଚô ପାରିନଥିଲା । ଆଜି ପୁନର୍ବାର ରଥଟଣା ଆରମ୍ଭ ହୋଇଥିଲା । ହଜାର ହଜାର ଶ୍ରଦ୍ଧାଳୁ ରଥକୁ ଟାଣି ମାଉସୀମା’ ମନ୍ଦିର ନିକଟକୁ ନେଇଯାଇଥିଲେ । ଆଜି ମଧ୍ୟ ପୁଣି ଏକ ଅଘଟଣ ଘଟିଥିଲା । ବଢ଼େଇବାଙ୍କ ଛକ ନିକଟରେ ରଥ ଡାହୁକ ନୃସିଂହ ଚରଣ ଖୁଣ୍ଟିଆ ରଥ ତଳକୁ ଖସିପଡ଼ିଥିଲେ । ସେଠାରେ ରଥ ପ୍ରାୟ ୧୫ ମିନିଟ୍ ଅଟକି ରହିଥିଲା । ତେବେ ଡାହୁକ ନିଜକୁ ସୁସ୍ଥ ଅନୁଭବ କରିବା ପରେ ପୁନର୍ବାର ରଥକୁ ଚଢ଼ିଥିଲେ ଓ ଏହାପରେ ରଥଟଣା ଆରମ୍ଭ ହୋଇଥିଲା । ସେଠାରେ ୪ ଦିନ ଅବସ୍ଥାନ ପରେ ପ୍ରଭୁ ଲିଙ୍ଗରାଜ ନିଜ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ । ଲିଙ୍ଗରାଜଙ୍କର ଏହି ରଥଯାତ୍ରାରେ ପ୍ରବଳ ଜନସମାଗମ ହୋଇଥିଲା । ଭିଡ଼କୁ ନିୟନ୍ତ୍ରଣ କରିବା ଲାଗି ପ୍ରଶାସନ ପକ୍ଷରୁ ବ୍ୟାପକ ବନେ୍ଦାବସ୍ତ କରାଯାଇଥିଲା ।




Powered by odothemes.com