budget

ଟିକସମୁକ୍ତ ରାଜସ୍ୱ ବଳକା ବଜେଟ୍

103

ବ୍ୟୟ ଅଟକଳ ୧ ଲକ୍ଷ ୨ଠ ହଜାର ୨୮ କୋଟି
ଭୁବନେଶ୍ୱର, ୨୩ା୩(ବୁ୍ୟରୋ): ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ସରକାର ୨୦୧୮-୧୯ ଆର୍ଥôକବର୍ଷ ଲାଗି ଟିକସମୁକ୍ତ, ବିକାଶମୁଖୀ ଓ ଜନକଲ୍ୟାଣକାରୀ ବଜେଟ୍ ଆଗତ କରିଛନ୍ତି । ବଜେଟ୍ରେ ପୁଞ୍ଜିନିବେଶ, ଅଭିବୃଦ୍ଧି, ବିକାଶ, ଭିତ୍ତିଭୂମି, ଉନ୍ନୟନ ଉପରେ ଗୁରୁତ୍ୱାରୋପ କରାଯାଇଛି । ଗତବର୍ଷ ବଜେଟ୍ ତୁଳନାରେ ଏଥର ବଜେଟ୍ ଅଟକଳରେ ୧୨.୩% ବୃଦ୍ଧି କରାଯାଇ ୧ ଲକ୍ଷ ୨୦ ହଜାର ୨୮ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ହିସାବ ଅନୁଯାୟୀ ବର୍ଷ ଶେଷକୁ ସରକାରଙ୍କ ରାଜସ୍ୱ ବଳକା ୯୯୮୦ କୋଟି ହେବାକୁ ଥିବାବେଳେ ବିତ୍ତିୟନିଅଣ୍ଟ ୧୫୫୨୧ କୋଟି ଟଙ୍କାରେ ପହଞ୍ଚôବ । ୨୦୧୮-୧୯ ପାଇଁ ସରକାର ନିଜସ୍ୱ ରାଜସ୍ୱରୁ ୬୫୧୩୫.୯୩ କୋଟି ଟଙ୍କା ସଂଗ୍ରହ କରିବେ ବୋଲି ଆକଳନ କରିଥିବାବେଳେ କେନ୍ଦ୍ରୀୟ ଟିକସରୁ ରାଜ୍ୟର ଅଂଶ ବାବଦରେ ୩୬୫୮୫.୯୩ କୋଟି, ଅଣଟିକସ ରାଜସ୍ୱରୁ ୩୫୦୬୪.୦୭ କୋଟି, କେନ୍ଦ୍ରୀୟ ଅନୁଦାନ ବାବଦରେ ୨୪୭୬୪.୭ କୋଟି, ଋଣ ଆଦାୟ ବାବଦରେ ୧୫୦ କୋଟି ଓ ବିଭିନ୍ନ ସୂତ୍ରରୁ ୧୮୬୧୭ କୋଟି ଟଙ୍କା ଋଣ କରିବେ ବୋଲି ଯୋଜନା କରିଛନ୍ତି । ସେହିଭଳି ବଜେଟ୍ରେ ପୁଞ୍ଜି ସମ୍ପତ୍ତି ରକ୍ଷଣାବେକ୍ଷଣ ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି । ବର୍ଷ ଶେଷକୁ ଋଣଭାର ସାମଗ୍ରୀକ ଘରୋଇ ଉତ୍ପାଦ (ଜିଏସ୍ଡିପି)ର ୬.୪% ଓ ୧୮.୪% ରହିବ ବୋଲି ସରକାର ଆଶା ରଖିଛନ୍ତି । ଆଜି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ବିଧାନସଭାରେ ୨୦୧୮-୧୯ ଆର୍ଥôକ ବର୍ଷ ଲାଗି ବଜେଟ୍ ଉପସ୍ଥାପନ କରିଥିଲେ । ବଜେଟ୍ ଅଭିଭାଷଣ ରଖି ଶ୍ରୀ ବେହେରା କହିଥିଲେ ଯେ ୨୦୦୭-୦୮ରେ ରାଜ୍ୟ ଯୋଜନା ଅଟକଳ ୫୧୦୫ କୋଟି ଥିବାବେଳେ ୧୦ ବର୍ଷ ଅର୍ଥାତ୍ ୨୦୧୭-୧୮ରେ ଏହା ୧୧ଗୁଣରୁ ଅଧିକ ବୃଦ୍ଧି ପାଇଁ ୫୭୮୦୦ କୋଟି ଟଙ୍କାରେ ପହଞ୍ଚôଛି । ସେହିଭଳି ପୁଞ୍ଜି ଅଟକଳର ୨୦୦୭-୦୮ରେ ୨୮୪୩ କୋଟି ଥିବାବେଳେ ୨୦୧୭-୧୮ରେ ତାହା ୨୦୭୭୪ କୋଟିକୁ ବୃଦ୍ଧି ପାଇଛି । ଯାହା ଜିଏସ୍ଡିପିର ୫% ଅଟେ । ୨୦୧୮-୧୯ରେ ପ୍ରଶାସନିକ ବ୍ୟୟ ଅଟକଳ ୫୦,୭୬୧ କୋଟି ଟଙ୍କା କରାଯାଇଥିବାବେଳେ ସମ୍ପୂର୍ଣ୍ଣ ଯୋଜନା କାର୍ଯ୍ୟକ୍ରମର ବ୍ୟୟ ଅଟକଳ ୬୭ ହଜାର କୋଟି ଟଙ୍କା, ବିପର୍ଯ୍ୟୟ ମିଶନ ପାଣ୍ଠିରୁ ଖର୍ଚ୍ଚ ପାଇଁ ୧୮୬୫ କୋଟି ଓ ରାଜ୍ୟ ସରକାରଙ୍କ ଦ୍ୱାରା ହସ୍ତାନ୍ତର ହେଉଥିବା ଅର୍ଥର ଖର୍ଚ୍ଚ ୫୪୦୨ କୋଟି ଟଙ୍କା ବ୍ୟୟ କରାଯିବ ବୋଲି ଆକଳନ କରାଯାଇଛି । ବଜେଟ୍ରେ ପ୍ରଥମଥର ପାଇଁ କାର୍ଯ୍ୟକ୍ରମ ଖର୍ଚ୍ଚର ପରିମାଣ ୬୨ ହଜାର କୋଟି ଟଙ୍କା ଅଟକଳ କରାଯାଇଛି, ଯାହା ସମ୍ପୂର୍ଣ୍ଣ ବଜେଟ୍ ଆକାରର ଅଧାରୁ ଅଧିକ । ବଜେଟ୍ରେ କୃଷି ଓ ଆନୁସଙ୍ଗିକ କ୍ଷେତ୍ର ଲାଗି ୧୬,୭୬୫ କୋଟି ଟଙ୍କା ଆକଳନ ହୋଇଥିବାବେଳେ ଶିକ୍ଷା ଓ ଦକ୍ଷତା କ୍ଷେତ୍ର ପାଇଁ ୧୯,୬୭୮ କୋଟି, ସ୍ୱାସ୍ଥ୍ୟ ପାଇଁ ୬,୧୬୦ କୋଟି, ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ ଲାଗି ୩ ହଜାର କୋଟି, ଅନୁସୂଚିତ ଜାତି ଓ ଜନଜାତିଙ୍କ ଯୋଜନା ଲାଗି ୨୨,୬୮୪ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ୨୧ ଜିଲ୍ଲାରେ ୧୬୦ ଆଦର୍ଶ ବିଦ୍ୟାଳୟ ଚାଲୁ ରହିଛି । ସେହିଭଳି ଉନ୍ନୟନ ଖର୍ଚ୍ଚ ମୋଟ୍ ବଜେଟ୍ ଅଟକଳର ୭୦%ରୁ ଅଧିକ । ଟିକସ ଓ ରାଜ୍ୟ ଜିଏସ୍ଡିପି ଅନୁପାତରେ ୨୦୧୮ ପାଇଁ ବଜେଟ୍ ଅଟକଳ ପ୍ରସ୍ତୁତ କରାଯାଇଛି । ଏହା ଏକ ରାଜସ୍ୱ ବଳକା ବଜେଟ୍ ହୋଇଥିବାବେଳେ ଜିଏସ୍ଡିପିର ୨.୨୫%କୁ ନିର୍ଦ୍ଧାରଣ ହୋଇଛି । ବିତ୍ତୀୟ ନିଅଣ୍ଟ ଘରୋଇ ଉତ୍ପାଦର ଧାର୍ଯ୍ୟ ଲକ୍ଷ ୩.୫% ମଧ୍ୟରେ ସୀମିତ ରହିବ ବୋଲି ମନ୍ତ୍ରୀ କହିଛନ୍ତି । ଶ୍ରୀ ବେହେରା କହିଛନ୍ତି ଯେ ସରକାର ଆରମ୍ଭ କରିଥିବା ନୂଆ ଯୋଜନା ‘ଆମ ଗାଁ ଆମ ବିକାଶ’ ପାଇଁ ୧୨୫୦ କୋଟି ଟଙ୍କା, କୃଷକଙ୍କ କଲ୍ୟାଣ ଲାଗି ଯୋଜନାରେ ୨୫୦ କୋଟି, କୃଷି ଯୋଜନାରେ ୫୦ କୋଟି, ମୁଖ୍ୟମନ୍ତ୍ରୀ ଚକ୍ଷୁ ଯନô କାର୍ଯ୍ୟକ୍ରମ ‘ସୁନେତ୍ର’ ଯୋଜନାରେ ୮୭ କୋଟି, ପରିଷ୍କାର ପରିଚ୍ଛନାତ ପାଇଁ ଆରମ୍ଭ ହୋଇଥିବା ନୂଆ ଯୋଜନା ‘ନିର୍ମଳ’ରେ ୭୦ କୋଟି, ଡିଜିଟାଲ୍ ହେଲ୍ଥ କାର୍ଯ୍ୟକ୍ରମ ‘ନବରଙ୍ଗପୁର ମଡେଲ୍ ଆଧାରରେ’ ୧୦ କୋଟି, ନିଦାନ ଯୋଜନାରେ ବିନା ମୂଲ୍ୟରେ ସ୍ୱାସ୍ଥ୍ୟ ସେବା ଲାଗି ୯୦ କୋଟି, ‘ଆମ ଘରେ ଏଲ୍ଇଡି ଲାଇଟ୍’ କାର୍ଯ୍ୟକ୍ରମ ପାଇଁ ୧୩୨ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଏହି ଯୋଜନାରେ ପ୍ରତ୍ୟକ ଗରିବ ପରିବାରଙ୍କୁ ୪ଟି ଏଲ୍ଇଡି ଲାଇଟ୍ ଯୋଗାଇ ଦିଆଯିବ । ହସ୍ତଶିଳ୍ପ ବିକାଶ ଓ ସମୃଦ୍ଧି ସମିତି ପାଇଁ ୨୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ମୁଖ୍ୟମନ୍ତ୍ରୀ ମେଧାବୃତ୍ତି ଅଧିନରେ ୪୦ ହଜାର ସଫଳ ଛାତ୍ରଛାତ୍ରୀଙ୍କୁ ବୃତ୍ତି ପ୍ରଦାନ କରାଯିବ । ପ୍ରତ୍ୟକ ସଫଳ ଛାତ୍ରଛାତ୍ରୀଙ୍କୁ ଏକକାଳୀନ ୫ ହଜାର ଟଙ୍କା ଦିଆଯିବ । ସର୍ବୋତ୍ତମ ମାଟି୍ରକ୍ ପରୀକ୍ଷାରେ ଭଲ ଫଳ ପ୍ରଦର୍ଶନ କରିଥିବା ପ୍ରତି ବ୍ଲକ୍ର ୩ଟି ସ୍କୁଲ୍ର ଶିକ୍ଷକମାନଙ୍କୁ ନଗଦ ୧ ଲକ୍ଷ ଟଙ୍କା ପ୍ରଦାନ କରାଯିବ । ରାଜ୍ୟର ସମସ୍ତ ୩୦ ଜିଲ୍ଲାର ୩୪୪ କେନ୍ଦ୍ରରେ ମୁକ୍ତ ବିଦ୍ୟାଳୟ ପ୍ରତିଷ୍ଠାନ ଆରମ୍ଭ ହୋଇଛି । ‘ମୋ ସ୍କୁଲ୍’ ଅଭିଯାନ ପାଇଁ ୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବାବେଳେ ଦକ୍ଷତା ବିକାଶ ଲାଗି ୨୮୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ମୁଖ୍ୟମନ୍ତ୍ରୀ ନିଯୁକ୍ତି ଯୋଜନାରେ ଆଗାମୀ ଆର୍ଥôକ ବର୍ଷରେ ଅଢେଇ ଲକ୍ଷ ଯୁବକ ଯୁବତୀଙ୍କ ବିଭିନ୍ନ ବିଭାଗ ମାଧ୍ୟମରେ ଦକ୍ଷତା ବିକାଶ ପ୍ରଶିକ୍ଷଣ ନିମନ୍ତେ ଯୋଜନା ହାତକୁ ନିଆଯାଇଛି । ଶିଶୁ-ମାତୃ ମୃତୁ୍ୟ ହାରର ସମ୍ପୂର୍ଣ୍ଣ ନିରାକରଣ ଯୋଜନାରେ ୫୨ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବାବେଳେ ମାଗଣା ଡାଇଲୋସିସ୍ ପାଇଁ ଆରମ୍ଭ ହୋଇଥିବା ‘ସହାୟ’ ଯୋଜନାରେ ୩୦୪ କୋଟି ଟଙ୍କା, ‘ବସୁଧା’ ଯୋଜନାରେ ଗ୍ରାମାଞ୍ଚଳ ଜଳଯୋଗାଣ ଲାଗି ହଜାରେ କୋଟି ଓ ସହରାଞ୍ଚଳ ଜଳ ଯୋଗାଣ ପାଇଁ ୩୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ୨୦୧୯ ସୁଦ୍ଧା ସମସ୍ତଙ୍କୁ ପକ୍କା ଘର ଦେବା ଲାଗି ସରକାର ଘୋଷଣା କରିଥିବା ପ୍ରତିଶ୍ରୁତି ପାଇଁ ୩୫୯୨ କୋଟି ଟଙ୍କା ବରାଦ କରାଯାଇଥିବାବେଳେ ବସ୍ତିବାସିନ୍ଦାଙ୍କୁ ଘର ଦେବା ପାଇଁ ୪୦୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ମହିଳା ଓ ଶିଶୁଙ୍କ ବିକାଶ ପାଇଁ ୩୪୪୭ କୋଟି ଟଙ୍କା ବ୍ୟୟବରାଦ ହୋଇଥିଲାବେଳେ ସ୍ୱାୟତ ଶାସନ ସଂସ୍ଥାଗୁଡିକୁ ଅର୍ଥ ହସ୍ତାନ୍ତର ପାଇଁ ୧୭୦୯ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଦିବ୍ୟାଂଗଙ୍କ ପାଇଁ ୨୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବାବେଳେ କିନ୍ନର ଓ ଅନ୍ୟ ଦୁର୍ବଳ ଶ୍ରେଣୀଙ୍କ ଲାଗି ବଜେଟ୍ରେ ବ୍ୟୟବରାଦ ହୋଇଛି । ଗୃହ ଓ ନଗର ଉନ୍ନୟନ ବିଭାଗର ବ୍ୟୟ ଅଟକଳକୁ ୫୧୬୨ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି । ୨୦୧୮ ଡିସେମ୍ବର ସୁଦ୍ଧା ସବୁ ବାସଗୃହକୁ ବିଜୁଳି ଯୋଗାଇବା ଲକ୍ଷ୍ୟରେ ୫୩୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବାବେଳେ ୨୪ ଘଣ୍ଟିଆ ନିରବଚ୍ଛିନ୍ନ ବିଦୁ୍ୟତ୍ ସେବା ଯୋଗାଣ ନିମନ୍ତେ ରାଜ୍ୟ ରାଜଧାନୀ ଅଞ୍ଚଳ ବିଦୁ୍ୟତ୍ ସରବରାହ ଉନ୍ନତି ପ୍ରଣାଳୀରେ ୧୨୫ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ୧୭ ମାଓବାଦୀ ଉପଦ୍ରୁତ ଜିଲ୍ଲା ଅଧୀନରେ ଥିବା ୧୪୨ ଅଗମ୍ୟ ବିଚ୍ଛିନ୍ନାଞ୍ଚଳ ସଂଯୋଗୀକରଣ ପାଇଁ ବିଚ୍ଛିନ୍ନ ଗ୍ରାମାକୁ ସଂଯୋଗୀକରଣ ଯୋଜନା ଆରମ୍ଭ କରାଯାଇଛି । ଏଥିରେ ୧୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ରେଳ ପ୍ରକଳ୍ପ ବ୍ୟୟ ଲାଗି ଆଗାମୀ ବଜେଟ୍ରେ ସର୍ବାଧିକ ୪୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବାବେଳେ ଆଭ୍ୟନ୍ତରିଣ ନିରାପତ୍ତା ଓ ନ୍ୟାୟିକ ପ୍ରଶାସନ ପାଇଁ ୫୨୭୪ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ‘ଗ୍ରୀନ୍ ମହାନଦୀ ମିଶନ’ ନାମରେ ଏକ ନୂଆ ଯୋଜନା ଆରମ୍ଭ ହୋଇଛି ଯେଉଁଥିରେ ଜନପ୍ରତିନିଧି ଓ ଅଂଶୀଦାରମାନଙ୍କର ବହୁଳ ଯୋଗଦାନ ରହିବ । ଏଥିଲାଗି ଏମ୍ଜିନରେଗା ଯୋଜନା ଅନ୍ତର୍ଗତ ସଂଯୋଜନ ବ୍ୟତୀତ ୩୦ କୋଟି ଟଙ୍କାର ବ୍ୟୟବରାଦ ପ୍ରସ୍ତାବ ରଖାଯାଇଛି । ସେହିଭଳି ପୁରୀଠାରେ ଏକ ବାଲୁକା କଳା ସଂଗ୍ରାହଳୟ ପ୍ରତିଷ୍ଠା ପାଇଁ ୨ କୋଟି ଟଙ୍କାର ଅର୍ଥ ବ୍ୟବସ୍ଥା କରାଯାଇଛି । ଓଡିଆ ଭାଷା ଓ ସଂସ୍କୃତିର ବିକାଶ ପାଇଁ ଐତିହ୍ୟ କ୍ୟାବିନେଟ୍ ଗଠନ ହୋଇଛି । ଅତିବଡି ଜଗନ୍ନାଥ ଦାସଙ୍କ ଜନ୍ମ ଦିବସ ପାଳନ ଓ କପିଳେଶ୍ୱରପୁର ସାତଲହଡି ମଠର ପୁନରୁଦ୍ଧାର ପାଇଁ କୋଟିଏ ଟଙ୍କା ବ୍ୟୟବରାଦ କରାଯାଇଛି । କ୍ରୀଡା ଭିତ୍ତିଭୂମି ଉନ୍ନୟନ ଓ ପରିଚାଳନା କରିବାକୁ ‘ସ୍ୱର୍ଣ୍ଣ’ ନିମନ୍ତେ ୧୦୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ବିଜୁ ଯୁବ ବାହିନୀ ପାଇଁ ୧୦୩ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ବିଜୁ କନ୍ଧମାଳ ଓ ଗଜପତି ଯୋଜନା ପାଇଁ ୨୯ କୋଟି ଟଙ୍କାର ପ୍ରସ୍ତାବ ରଖାଯାଇଥିବାବେଳେ ସ୍ୱତନ୍ତ୍ର ସମସ୍ୟା ପାଣ୍ଠି ଲାଗି ୪୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

ସେଆର କରନ୍ତୁ:



Powered by odothemes.com