NABANIRMAN-KRUSAKA-SANGATHANA-RA-DHARANA-STALARE-RAJYA-SARAKAR--PATHAETHIBA-PRATINIDHINKN-SAHA-ALOCHANA-(4)

ମେ ୫ ଯାଏ ଦେଲା ସମୟ

74

ନରମିଲା ନବନିର୍ମାଣ କୃଷକ ସଂଗଠନ
ଭୁବନେଶ୍ୱର(ବୁ୍ୟରୋ): ୧୦ଦିନ ପରେ ଅନଶନରୁ ଓହରିଛି ନବନିର୍ମାଣ କୃଷକ ସଂଗଠନ । ବୁଧବାର ସରକାରଙ୍କ ପକ୍ଷରୁ ଚାରିଜଣିଆ ପ୍ରତିନିଧିଦଳ ସମୀର ଦାଶ, ରବି ମହାପାତ୍ର, ଦିବ୍ୟସିଂହ ମିଶ୍ର ଓ ପ୍ରଶାନ୍ତ ମୁଦୁଲି ଆନେ୍ଦାଳନ ସ୍ଥଳରେ ପହଞ୍ଚି ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାରଙ୍କ ସହ ଆଲୋଚନା କରିବା ପରେ ଆନେ୍ଦାଳନ ସ୍ଥଗିତ ଘୋଷଣା କରିଛି ସଂଗଠନ । ଚଳିତ ଅଧିବେଶନରେ ଅର୍ଥମନ୍ତ୍ରୀଙ୍କ ନେତୃତ୍ୱରେ ଏକ ମନ୍ତ୍ରୀସ୍ତରୀୟ କମିଟି ଗଠନ ସହିତ ପେନ୍ସନ ପ୍ରସଙ୍ଗରେ ହାଉସ୍ରେ ପ୍ରସ୍ତାବ ଆଗତ ହେବ ବୋଲି ବିଧାୟକ ଦଳ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା । ମେ ୫ ତାରିଖ ସୁଦ୍ଧା ସରକାର ଦେଇଥିବା ପ୍ରତିଶ୍ରୁତି ପାଳନ କରୁଛନ୍ତି କି ନାହିଁ ତାହା ଦେଖିଲା ପରେ ଆଗାମୀ କାଯ୍ୟପନ୍ଥା ସ୍ଥିର କରିବ ସଂଗଠନ । ଅକ୍ଷୟ କୁମାର କହିଛନ୍ତି, ଯଦି ସରକାର ଦେଇଥିବା ପ୍ରତିଶ୍ରୁତି ନରଖନ୍ତି ତେବେ ତିନିମାସ ପରେ ପୁଣି ଆନେ୍ଦାଳନକୁ ଓହ୍ଲାଇବେ ଚାଷୀ । ୩ ଲକ୍ଷ କୃଷକଙ୍କୁ ନେଇ ବିଧାନସଭା ଘେରିବା ସହିତ ଆଇନ ଅମାନ୍ୟ ଆନେ୍ଦାଳନ କରାଯିବ ବୋଲି ଧମକ ଦିଆଯାଇଛି । ୩୬ଲକ୍ଷ ଚାଷୀ ପରିବାର ପାଇଁ ମାସକୁ ୫ହଜାର ହିସାବରେ ପେନ୍ସନ୍ ବାବଦକୁ ୨୧,୬୦୦କୋଟି ଟଙ୍କା ବଜେଟରେ ପାରିତ କରିବାକୁ ଦାବି ରହିଥିଲା ସଂଗଠନ । ଅକ୍ଷୟ କୁମାରଙ୍କ ନେତୃତ୍ୱରେ ଲୋୟର ପିଏମ୍ଜିରେ ଅନଶନରେ ବସିଥିଲେ ୩ ଶହରୁ ଊଦ୍ଧ୍ୱର୍ ଚାଷୀ । ପ୍ରାୟ ୩୫ ଜଣ ଅନଶନସ୍ଥଳରେ ଅସୁସ୍ଥ ହୋଇ ହସ୍ପପିଟାଲରେ ଭର୍ତ୍ତ ହେବା ପରେ ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ବିଧାନସଭା ଘେରିବାକୁ ମଙ୍ଗଳବାର ଧମକ ଦିଆଯାଇଥିଲା । ଅନଶନସ୍ଥଳରେ ରାଜ୍ୟର ବିଭନ୍ନ ପ୍ରାନ୍ତରୁ ଆସିଥିବା ହଜାର ହଜାର ଚାଷୀ ଏକାଠି ହେବା ପରେ ଉଦ୍ବୋଧନ ଦେଇ ଅକ୍ଷୟକୁମାର କହିଲେ, ସରକାର ଯଦି ଚାଷୀ ଆନେ୍ଦାଳନକୁ ଏତେ ଭୟ କରୁଛନ୍ତି ତେବେ ଚାଷୀମାନଙ୍କ ଦାବୀ ପୂରଣ ପାଇଁ କାହିଁକି ଅର୍ଥର ବ୍ୟବସ୍ଥା କରୁନାହାଁନ୍ତି । ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ କହିଲେ ଯେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏକତରଫା ଶାସନ ଚଳାଇଛନ୍ତି । ରାଜ୍ୟର ସମସ୍ତ ଆୟ ଓ ରାଜସ୍ୱ ଭାଗେ ଲୋକଙ୍କୁ ଦରମା, ପେନ୍ସନ ଦେଲେ ୭୦ଭାଗ ଚାଷୀଙ୍କ କିଭଳି ବିକାଶ ହେବ ବୋଲି ସେ ପ୍ରଶ୍ନ ଉଠାଇଥିଲେ ।
ବୁଧବାର ସମାବେଶରେ ବିପ୍ଲବୀ କବି ରବୀନ୍ଦ୍ର ସାହୁ, ସ୍ନେହାଂଶୁ ଜେନା, ଅଶୋକ ଜେନା ପ୍ରମୁଖ ଉପସ୍ଥିତ ଥିବା ବେଳେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନ୍ଗୋ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତି୍ରପାଠୀ, ସ୍ତମ୍ଭକାର ତୁଷାରକାନ୍ତ ପ୍ରମୁଖ ଯୋଗଦେଇ ଚାଷୀଙ୍କ ଦାବୀକୁ ସମର୍ଥନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉମାକାନ୍ତ ଭାରତ, ନିମାଇଁ ରାୟ, ରଶ୍ମିରଞ୍ଜନ ସ୍ୱାଇଁ, ମନୱାର ଅଲ୍ଲୀ, ପ୍ରଦୀପ ଦାସ, ଦୁର୍ଗାପ୍ରସାଦ ଦାସ, ଦୁର୍ଗାଚରଣ ସ୍ୱାଇଁ, ସଚିନମୟ ମହାପାତ୍ର, ଶୁଭେନ୍ଦୁ ମଲ୍ଲିକ, ତି୍ରଲୋଚନା ପଣ୍ଡା, ସୁବାସ ପଣ୍ଡା, ସୁରେନ୍ଦ୍ର ନାଥ ମହାରଣା, ମଧୁମିତା ସାମଲ, ବିଳାସିନୀ ମହାନ୍ତି, ମମତା ନାଥ, ସଂଗ୍ରାମ କିଶୋର, ଭବାନୀ ସାହୁ, ସନାତନ ଭୋଇ ପ୍ରମୁଖ ସାମିଲ୍ ହୋଇଥିଲେ ।

ସେଆର କରନ୍ତୁ:



Powered by odothemes.com