News-1

ମାତୃଭାଷା ସୁରକ୍ଷା ପାଇଁ ଅଙ୍ଗୀକାରବଦ୍ଧ ହେବାକୁ ଆହ୍ୱାନ

197

ଓଡ଼ିଶା ଦିବସ ପାଳନ ପ୍ରସ୍ତୁତି
କେନ୍ଦୁଝର,୨୧ା୩(ଆପ୍ର): କେନ୍ଦୁଝର ଜିଲ୍ଲା ସଦର ମହକୁମାରେ ୮୩ ତମ ଓଡ଼ିଶା ଦିବସ ପାଳନ ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ସ୍ଥିର କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ଡ଼ଃ ଭକ୍ତଚରଣ ପ୍ରଧାନଙ୍କ ଅଧ୍ୟକ୍ଷତାରେ ବୁଧବାର ପୂର୍ବାହ୍ନରେ ସ୍ଥାନୀୟ ଦରବାରହଲ୍ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଡ଼ଃ ପ୍ରଧାନ ଉଦ୍ବୋଧନ ଦେଇ ଆଗାମୀ ଓଡ଼ିଶା ଦିବସକୁ ଉତ୍ସାହ, ଉଦ୍ଦୀପନା ଓ ଓଡ଼ିଆ ଭାବନା ସହ ମହାସମାରୋହରେ ପାଳନ କରିବା ନିମନ୍ତେ ସମସ୍ତଙ୍କର ସକ୍ରିୟ ସହଯୋଗ କାମନା କରିଥିଲେ । ଜିଲ୍ଲାପରିଷଦ ଅଧ୍ୟକ୍ଷା କମଳିନୀ ପାତ୍ର ପ୍ରସ୍ତୁତି ବୈଠକରେ ଉଦ୍ବୋଧନ ଦେଇ ପ୍ରତ୍ୟେକ ଓଡ଼ିଆ ଏହି ଦିବସ ପ୍ରତି ଆବେଗ ଓ ଭାବପ୍ରବଣତା ରଖି ଓଡିଶା ଦିବସ ପାଳନ କରିବା ସହିତ ନିଜ ମାତୃଭାଷାର ସୁରକ୍ଷା ନିମନ୍ତେ ଅଙ୍ଗୀକାରବଦ୍ଧ ହେବାକୁ ଆହ୍ୱାନ ଜଣାଇଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସଞ୍ଜୀବ ବାରିକ ସମସ୍ତଙ୍କୁ ସ୍ୱାଗତ ସମ୍ଭାଷଣ କରିବା ସହ କାର୍ଯ୍ୟକ୍ରମର ରୂପରେଖ ସମ୍ପର୍କରେ ଆଲୋକପାତ କରିଥିଲେ ଏବଂ କାର୍ଯ୍ୟସୂଚୀ ଅନୁଯାୟୀ ଆଲୋଚନା ଆରମ୍ଭ କରିଥିଲେ । ବୈଠକର ନିଷ୍ପତ୍ତି ଅନୁଯାୟୀ ଚଳିତ ମାର୍ଚ୍ଚ ୨୪ ତାରିଖ ପୂର୍ବାହ୍ନ ୧୦ ଘଟିକା ସମୟରେ ମୋଚିବନ୍ଧ ହାଇସ୍କୁଲ୍ରେ ଓଡିଆ ଭାଷାରେ ମହାବିଦ୍ୟାଳୟ ଓ ଉଚ୍ଚବିଦ୍ୟାଳୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ଏବଂ ଉକ୍ରଳ ବନ୍ଦନା ଉପରେ ଆଧାରିତ ଉଚ୍ଚବିଦ୍ୟାଳୟସ୍ତରୀୟ ସଙ୍ଗୀତ ପ୍ରତିଯୋଗିତା, ମାର୍ଚ୍ଚ ୨୬ପୂର୍ବାହ୍ନ ୧୦ ଘଟିକା ସମୟରେ ମୁ୍ୟନିସିପାଲିଟି କଲ୍ୟାଣ ମଣ୍ଡପ ଠାରେ ଉଚ୍ଚ ବିଦ୍ୟାଳୟସ୍ତରୀୟ ଚିତ୍ରକଳା ପ୍ରତିଯୋଗିତା ଓ ନବମ ଶ୍ରେଣୀଠାରୁ ମହାବିଦ୍ୟାଳୟ ପର୍ଯ୍ୟନ୍ତ ଛାତ୍ରୀଙ୍କ ମଧ୍ୟରେ ଝୋଟି ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏତଦ୍ବ୍ୟତୀତ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ଉଚ୍ଚ ବିଦ୍ୟାଳୟମାନଙ୍କର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକ୍ତୃତା ଓ ସଙ୍ଗୀତ ପ୍ରତିଯୋଗିତା ଆୟୋଜନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । କୃତୀ ପ୍ରତିଯୋଗୀଙ୍କୁ ଓଡ଼ିିଶା ଦିବସ ପାଳନ ଅବସରରେ ଏପ୍ରିଲ୍ ୦୧ ତାରିଖ ସନ୍ଧ୍ୟାରେ ନଗର ଭବନ ଠାରେ ଆୟୋଜିତ ହେବାକୁ ଥିବା ଜିଲ୍ଲାସ୍ତରୀୟ ସମାରୋହରେ ପୁରସ୍କୃତ କରାଯିବ ।
ଓଡିଶା ଦିବସ ପାଳନ ଅବସରରେ ଏପ୍ରିଲ୍ ୧ ତାରିଖ ପ୍ରତୁ୍ୟଷରେ ବନେ୍ଦ ଉକ୍ରଳ ଜନନୀ ବନ୍ଦନା ପ୍ରଚାର, ସକାଳେ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରଭାତଫେରୀ, ସକାଳ ଘ ୭.୩୦ ମିନିଟ୍ ସମୟରେ ସହରରେ ଅବସ୍ଥାପିତ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବ । ପୂର୍ବାହ୍ନ ୧୦ଘଟିକାରେ ନଗର ଭବନରେ ୧୮ବର୍ଷ ବୟସରୁ ଊଦ୍ଧ୍ୱର୍ ବ୍ୟକ୍ତିଙ୍କ ମଧ୍ୟରେ “ଆମେ ଓ ଆମ ମାତୃଭାଷା” ଶୀର୍ଷକ ଉପରେ ବକ୍ତୃତା ପ୍ରତିଯାଗିତା ଆୟୋଜନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଅପରାହ୍ନ ଘ ୨.୩୦ ମି. ସମୟରେ ନଗର ଭବନ ଠାରେ କବିତା ପାଠୋତ୍ସବ, ସନ୍ଧ୍ୟା ୬ ଘଟିକା ସମୟରେ ସାଧାରଣ ସଭା ଓ ପୁରସ୍କାର ବିତରଣ ଉତ୍ସବ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ଜିଲ୍ଲାର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ, ବାଣିଜି୍ୟକ ପ୍ରତିଷ୍ଠାନ, ଶିଳ୍ପାନୁଷ୍ଠାନରେ ଯଥାଶୀଘ୍ର ଓଡିଆ ଭାଷାରେ ନାମଫଳକ ଲେଖିବା ପାଇଁ ବୈଠକରେ ଅନୁରୋଧ କରାଯାଇଛି । ଓଡିଶା ଦିବସ ଅବସରରେ ସନ୍ଧ୍ୟାରେ ସରକାରୀ ଓ ବେସରକାରୀ କୋଠାବାଡି ତଥା ବାଣିଜି୍ୟକ ଅନୁଷ୍ଠାନର କୋଠାବାଡିରେ ରଙ୍ଗୀନ ଆଲୋକ ସଜ୍ଜା, ପାନୀୟ ଜଳ ବ୍ୟବସ୍ଥା, ନିରବଛିନ୍ନ ବିଦୁ୍ୟତ ଯୋଗାଣ, ଟ୍ରାଫିକ ନିୟନ୍ତ୍ରଣ, ଆଶୁ ଚିକିସôା, ଆଇନ ଶୃଙ୍ଖଳା ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ବୈଠକରେ ଆଲୋଚନା କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଏସ୍ଡିପିଓ ଶ୍ରୀହର୍ଷ ମିଶ୍ର, ପି.ଏ. ଆଇଟିଡିଏ, କେନ୍ଦୁଝର ସମ୍ବିତ୍ ନାୟକ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିଦେ୍ର୍ଦଶକ(ଅର୍ଥ) ସନ୍ତୋଷ ମହାପାତ୍ରଙ୍କ ସମେତ ଜିଲ୍ଲାସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ, ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ, ଗଣମାଧ୍ୟମର ପ୍ରତିନିଧି, ବିଭିନ୍ନ ଶିକ୍ଷାନୁଷ୍ଠାନର କର୍ମକର୍ତ୍ତା, ସ୍ୱେଚ୍ଛାସେବୀ ସଂଗଠନ ଓ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ଯୋଗ ଦେଇଥିଲେ ।




Powered by odothemes.com