baripada

ଜଳିଗଲା ବାୟୁସେନା ପ୍ରଶିକ୍ଷଣ ବିମାନ

37

ବାରିପଦା,୨୦ା୩(ଆପ୍ର): ବାୟୁସେନାର ଏକ ପ୍ରଶିକ୍ଷଣ ବିମାନ ଆଜି ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ୍ ନିକଟସ୍ଥ ସୁବର୍ଣ୍ଣରେଖା ନଦୀ ତପାଘାଟ ବାଲି ପଠାରେ ଖସିପଡିଛି । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବିମାନଟି ଉଡୁଥିବା ଅବସ୍ଥାରେ ଅଚାନକ ନିଆଁ ଲାଗିଯାଇଥିଲା । ଉପସ୍ଥିତ ବୁଦ୍ଧି ଖଟାଇ ପାଇଲଟ୍ ଉକ୍ତ ବିମାନକୁ ନଦୀର ବାଲିପଠାକୁ ଖସାଇଥିଲେ । ନିଜେ ପାରାଚୁଟ୍ରେ ଓହ୍ଲାଇ ଥିଲେ ହେଁ ଗୁରୁତର ଆହତ ହୋଇଛନ୍ତି । ଆଜି ପୂର୍ବାହ୍ନ ପ୍ରାୟ ୧୨ଟାରେ ପଶ୍ଚିମବଙ୍ଗ ଖଡ଼ଗପୁର ନିକଟ କଲେଇକୁଣ୍ଡା ବାୟୁସେନା ଘାଟିର ଏକ ପ୍ରଶିକ୍ଷଣ ବିମାନ ଆକାଶରେ ଉଡ଼ୁଥିବା ଅବସ୍ଥାରେ ଆକସ୍ମିକ ଅଗ୍ନିକାଣ୍ଡ ଘଟିଥିଲା । ଉକ୍ତ ଅଗ୍ନିକାଣ୍ଡ ବିଷୟରେ ପାଇଲଟ ନଜରକୁ ଆସିବା ପରେ ତାଙ୍କର ଉପସ୍ଥିତି ବୁଦ୍ଧି ବଳରେ ବିମାନକୁ ମୟୂରଭଞ୍ଜ ଜିଲ୍ଲାର ଝାଡ଼ଖଣ୍ଡ ସୀମାନ୍ତ ସାରସକଣା ବ୍ଲକର ଶୀର୍ଷା ମେରୁମଠ ପାଶ୍ୱର୍ ଦେଇ ପ୍ରବାହିତ ସୁବର୍ଣ୍ଣରେଖା ନଦୀର ତପାଘାଟ ବାଲି ପଠାରେ ଖସାଇବାରେ ସଫଳ ହେବା ସାଂଗକୁ ନିଜେ ବସିଥିବା ସିଟର ବୋତାମକୁ ଦବାଇ ପାରାଚୁ୍ୟଟ ସହାୟତାରେ ବିମାନରୁ ଅଲଗା ହେବାରେ ସଫଳ ହୋଇଥିଲେ । ମାତ୍ର ଏଥିରେ ପାଇଲଟ ଅରବିନ୍ଦ ଯୋଶୀ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ସ୍ଥାନୀୟ ଜନତା ତୁରନ୍ତ ଚିକିତ୍ସା ଯୋଗାଇଦେବା ନିମନ୍ତେ ୧୦୮ ଆମ୍ବୁଲାନ୍ସ ସହାୟତାରେ ଝାଡ଼ଖଣ୍ଡ ରାଜ୍ୟର ବହରାଗୁଡ଼ା ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ଦୁର୍ଘଟଣା ଗ୍ରସ୍ତ ବିମାନଟି ଖଣ୍ଡ ବିଖଣ୍ଡିତ ଅବସ୍ଥାରେ ନଦୀ ବାଲିରେ ଖସିପଡ଼ି ପ୍ରାୟ ୧୦/୧୫ ଫୁଟ ଗର୍ତ୍ତ କରି ଏକ ଛୋଟ ଜଳାଶୟ ସୃଷ୍ଟି କରାଇ ଦେଇଥିଲା । ବିମାନରେ ରହିଥିବା ଇନ୍ଧନ କିଛି ସମୟ ଜଳିବାରେ ଲାଗି ଥିଲା । ଏହା ପ୍ରଚାରିତ ହେବା ପରେ ହଜାର ହଜାର ସଂଖ୍ୟାରେ ଜନସାଧାରଣ ଘଟଣାସ୍ଥଳରେ ଆସି ଉପସ୍ଥିତ ହୋଇଥିଲେ । ଖବର ପାଇ କଲେଇକୁଣ୍ଡାରୁ ବାୟୁ ସେନାର ଏକ ଟିମ ହେଲିକେପ୍ଟର ଯୋଗେ ଘଟଣାସ୍ଥଳରେ ଆସି ପହଞ୍ଚô ବିମାନର ଯନ୍ତ୍ରାଂଶକୁ ନିଜ ହେପାଜତକୁ ନେବା ସହ ତଦନ୍ତ ଆରମ୍ଭ କରିଥିଲେ । ପରେ ଆହତ ପାଇଲଟ ଅରବିନ୍ଦ ଯୋଶୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଦେଖିଥିଲେ ।




Powered by odothemes.com