16-3-2018=5

ଓବିସି/ଏସ୍ଇବିସି ଛାତ୍ରଙ୍କ ଲାଗି ୧ଠଠ ହଷ୍ଟେଲ୍

54

ଆମ ଗାଁ ଆମ ବିକାଶରେ ୨୮ ପ୍ରକଳ୍ପ ମଞ୍ଜୁର
ଭୁବନେଶ୍ୱର, ୧୬ା୩(ବୁ୍ୟରୋ): ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ନବରଙ୍ଗପୁରର ବୁର୍ଜା ପଞ୍ଚାୟତର ୧୦, ବାଲେଶ୍ୱରର ଜାମକୁଣ୍ଡାର ୬, ସୋନପୁରର ଦିଗଶିରାର ୬ ଓ ପୁରୀର କନ୍ଦାଗୁଡା ପଞ୍ଚାୟତର ୬ ପ୍ରକଳ୍ପ ପାଇଁ ୧ କୋଟି ୫୮ ଲକ୍ଷ ଟଙ୍କାର ୨୮ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ଏହି ଅବସରରେ ଗ୍ରାମ ବିକାଶ କାର୍ଯ୍ୟକ୍ରମର ସଫଳତା ପାଇଁ ଶ୍ରୀ ପଟ୍ଟନାୟକ ଲୋକଙ୍କ ସହଯୋଗ ଲୋଡିବା ସହ ମଞ୍ଜୁର ହୋଇଥିବା ପ୍ରକଳ୍ପଗୁଡିକର କାର୍ଯ୍ୟକୁ ଶୀଘ୍ର ଓ ଭଲଭାବେ ସାରିବା ପାଇଁ ପରାମର୍ଶ ଦେଇଥିଲେ । ସେହିଭଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଓବିସି/ଏସ୍ଇବିସି ଛାତ୍ରଙ୍କ ଲାଗି ୧୦୦ ଶଯ୍ୟା ବିଶିଷ୍ଟ ୧୦୦ ହଷ୍ଟେଲ୍ ନିର୍ମାଣ କରାଯିବ ବୋଲି ଘୋଷଣା କରିଛନ୍ତି । ରାଜ୍ୟର ୧୪ ମୁଖ୍ୟ ଶିକ୍ଷା କେନ୍ଦ୍ରରେ ଏହି ହଷ୍ଟେଲ୍ ପ୍ରତିଷ୍ଠା ହେବ । ଏଥିଲାଗି ୧୮୫ କୋଟି ଟଙ୍କା ଖର୍ଚ୍ଚ ହେବ । ଯେଉଁ ଅଭିଭାବକମାନଙ୍କର ବାର୍ଷିକ ଆୟ ୧ ଲକ୍ଷ ଟଙ୍କାରୁ କମ୍ ସେମାନେ ଉଚ୍ଚଶିକ୍ଷା ପାଇଁ ଯଦି କୌଣସି ସରକାରୀ ଅନୁଦାନପ୍ରାପ୍ତ ଓ ଘରୋଇ ସଂସ୍ଥାରେ ପାଠ ପଢୁଥାନ୍ତି, ସେମାନେ ଏଥିରେ ରହିବାକୁ ଯୋଗ୍ୟ ବିବେଚିତ ହେବେ । ମେଧା ଭିତ୍ତିରେ ଛାତ୍ରଙ୍କୁ ଚୟନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଭିଡିଓ କନ୍ଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ପଞ୍ଚାୟତଗୁଡିକର ସରପଞ୍ଚମାନଙ୍କୁ ସେମାନଙ୍କ ଗାଁର ବିକାଶ ସମ୍ପର୍କରେ ଉପସ୍ଥାପନ କରିବାକୁ କହିଥିଲେ । ସେମାନଙ୍କଠାରୁ ପଞ୍ଚାୟତ ଭିତ୍ତିଭୂମି ବିକାଶ ପାଇଁ ଆସିଥିବା ପ୍ରସ୍ତାବଗୁଡିକର ବିଚାର କରି ତୁରନ୍ତ ମଞ୍ଜୁରୀ ପ୍ରଦାନ କରିଥିଲେ । ଗାଁର ଉନ୍ନତି ଲାଗି ମୁଖ୍ୟମନ୍ତ୍ରୀଙ୍କର ଏହି ଅଭିନବ ପ୍ରୟାସକୁ ସ୍ଥାନୀୟ ବାସିନ୍ଦା ଧାନ୍ୟବାଦ ଜଣାଇଥିଲେ । ସୂଚନାଯୋଗ୍ୟ, ମାର୍ଚ୍ଚ ୫ ତାରିଖରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ପ୍ରତି ସପ୍ତାହର ବୁଧବାର ଓ ଶୁକ୍ରବାର ବିଭିନ୍ନ ପଞ୍ଚାୟତର ଜନସାଧାରଣଙ୍କୁ ଭେଟି ସେମାନଙ୍କ ଗାଁର ବିକାଶ ସମ୍ପର୍କରେ ଆଲୋଚନା କରୁଛନ୍ତି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ସଚିବ, ଉନ୍ନୟନ କମିଶନର, ଜଳସମ୍ପଦ ବିଭାଗ ପ୍ରମୁଖ ସଚିବ, ପଞ୍ଚାୟତିରାଜ ପ୍ରମୁଖ ସଚିବ, କ୍ରୀଡା ବିଭାଗ ସଚିବ ଓ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ଉପସ୍ଥିତ ଥିଲେ ।

ସେଆର କରନ୍ତୁ:



Powered by odothemes.com