raghunath

ରଘୁଙ୍କ ଲେଉଟାଣି

37

ଉପସଭାପତି ସହ ପର୍ଯ୍ୟବେକ୍ଷକ ଦାୟିତ୍ୱ
ଭୁବନେଶ୍ୱର, ୧୬ା୩(ବୁ୍ୟରୋ): ଦୀର୍ଘଦିନର ବ୍ୟବଧାନ ପରେ ବିଜେଡିର ମୁଖ୍ୟସ୍ରୋତରେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ପୁଣି ସାମିଲ ହୋଇଛନ୍ତି । ତାଙ୍କୁ ରାଜ୍ୟ ଉପସଭାପତିଭାବେ ଦଳର ରାଜ୍ୟସଭାପତି ନବୀନ ପଟ୍ଟନାୟକ ନିଯୁକ୍ତି ଦେବା ସହ ଢେଙ୍କାନାଳ ଜିଲ୍ଲା ପର୍ଯ୍ୟବେକ୍ଷକଭାବେ ଦାୟିତ୍ୱ ଦେଇଛନ୍ତି । ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏକ ପ୍ରେସ୍ ବିଜ୍ଞପ୍ତିରେ ଏହି ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ, ଏକଦା ନବୀନ ପଟ୍ଟନାୟକଙ୍କର ମନ୍ତ୍ରିମଣ୍ଡଳରେ ରଘୁନାଥ ମହାନ୍ତି ଜଣେ ପ୍ରଭାବଶାଳୀ ମନ୍ତ୍ରୀ ଥିଲେ । ଖଣି, ଶିଳ୍ପ, ନଗର ଉନ୍ନୟନ, ସଂସଦୀୟ ବ୍ୟାପାର ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ଦାୟିତ୍ୱରେ ରହିଥିଲେ । ତେବେ ବୋହୂ ନିର୍ଯାତନା ମାମଲାରେ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ୍ ଦିଆଯାଇଥିଲା । ଏହାପରେ ବିଜେଡିର ମୁଖ୍ୟସ୍ରୋତରେ ତାଙ୍କୁ ଦେଖିବାକୁ ମିଳିନଥିଲା । ପୁନର୍ବାର ତାଙ୍କର ଲେଉଟାଣି ହୋଇଛି ।




Powered by odothemes.com