News-1---Salabani-Villegers

ସୀମାନିର୍ଦ୍ଧାରଣକୁ ନେଇ ପଞ୍ଚାୟତବାସୀଙ୍କ ମଧ୍ୟରେ ବିବାଦ

45

ଆନନ୍ଦପୁର,୧୫ା୩(ଆପ୍ର):ଆନନ୍ଦପୁରବ୍ଲକ୍ ଅନ୍ତର୍ଭୁକ୍ତ ଶାଳବଣି ଓ ମୋଚିନ୍ଦା ଗ୍ରାମପଞ୍ଚାୟତରେ ଅବସ୍ଥିତ ପୋଖରୀର ସୀମାନିର୍ଦ୍ଧାରଣକୁ ନେଇ ଉଭୟ ଗ୍ରାମପଞ୍ଚାୟତର ଅଧିବାସୀଙ୍କ ମଧ୍ୟରେ ବିବାଦ ସୃଷ୍ଟିହୋଇଥିଲା । ପୋଖରୀ ନିଲାମଧାରୀ ପଞ୍ଚାୟତବାସୀଙ୍କ ସହାୟତାରେ ଗୁରୁବାର ଆନନ୍ଦପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକତ୍ରିତ ହୋଇ ଅଭିଯୋଗଫର୍ଦ୍ଦ ଦାଖଲ କରିଥିବା ଜଣାପଡିଛି । ଉପଜିଲ୍ଲାପାଳ ଶ୍ରୀ ନିତ୍ୟାନନ୍ଦ ବାରିକ ଅଭିଯୋଗଫର୍ଦ୍ଦକୁ ଗ୍ରହଣ କରି ଆଗାମୀ ୧୫ଦିନ ମଧ୍ୟରେ ସୀମାନିର୍ଦ୍ଧାରଣର ସମାଧାନ କରାଯିବାକୁ ପ୍ରତିଶୃତି ଦେବାପରେ ଗ୍ରାମବାସୀ ପ୍ରତ୍ୟାବର୍ତନ କରିଥିଲେ । ସୂଚନାନୁଯାୟୀ ଉଭୟ ଶାଳବଣି ଓ ମୋଚିନ୍ଦାମୌଜା ପୂର୍ବରୁ ଗୋଟିଏ ପଞ୍ଚାୟତର ଅଧିନସ୍ଥ ଥିଲେ । ମାତ୍ର ସରକାରଙ୍କ ନୂତନ ପଞ୍ଚାୟତ ଗଠନ ପ୍ରକି୍ରୟାରେ ସମ୍ପୃକ୍ତ ପଞ୍ଚାୟତକୁ ଦୁଇଭାଗରେ ବିଭକ୍ତ କରାଯାଇ ଯଥାକ୍ରମେ ଶାଳବଣି ଓ ମୋଚିନ୍ଦା ଗ୍ରାମପଞ୍ଚାୟତ ଭାବେ ଗଠନ କରାଯାଇଥିଲା । ଏପରିକି ପଞ୍ଚାୟତରାଜ ବିଭାଗ ପକ୍ଷରୁ ଉଭୟ ପଞ୍ଚାୟତର ସୀମାନିର୍ଦ୍ଧାରଣ କରାଯାଇଥିଲେ ହେଁ, ସମ୍ପୃକ୍ତ ବିବାଦୀୟ ପୋଖରୀର ସୀମାନିର୍ଦ୍ଧାଣକୁ ନେଇ ଉଭୟ ପଞ୍ଚାୟତବାସିଙ୍କ ମଧ୍ୟରେ କଳହ ଲାଗିରହିଥିଲା । ବିବାଦୀୟ ପରିସ୍ଥିତି ମଧ୍ୟରେ ନିଜସ୍ୱସୈରାତ୍ ଆକଳନ ପୂର୍ବକ ୨୦୧୭/୧୮ ଅର୍ଥିକ ବର୍ଷ ପାଇଁ ଶାଳବଣି ପଞ୍ଚାୟତ ପକ୍ଷରୁ ସମ୍ପୃକ୍ତ ପୋଖରୀକୁ ନିଲାମ କରାଯାଇଥିଲା । ନିଲାମଧାରୀ ଉକ୍ତ ପୋଖରୀର ରାକ୍ଷଣାବେକ୍ଷଣ କରିବା ସହିତ ମାଛଚାଷ ପାଇଁ ଆବଶ୍ୟକୀୟ କାର୍ଯ୍ୟପନ୍ଥା ହାତକୁ ନେଇଥିଲେ । ମାତ୍ର ପ୍ରତିପକ୍ଷ ପଞ୍ଚାୟତବାସୀ ସମ୍ପୃକ୍ତ ବିବାଦୀୟ ପୋଖରୀରୁ ସମସ୍ତ ମାଛ ଜୋରଜବରଦସ୍ତ ଧରିନେଉଥିବା ଏବଂ ପୂର୍ବରୁ ଆନନ୍ଦପୁର ତହସିଲଦାରଙ୍କ ନିକଟରେ ଚିହ୍ନଟ ପ୍ରକି୍ରୟା ପାଇଁ ହୋଇଥିବା ଅବେଦନକୁ ମୋଚିନ୍ଦା ପଞ୍ଚାୟତବାସୀଙ୍କ ପକ୍ଷରୁ ସହଯୋଗ କରାଯାଉ ନଥିବା ନେଇ ଅଭିଯୋଗ ଫର୍ଦ୍ଦରେ ଉଲ୍ଲେଖ କରିଥିବା ଜଣାପଡିଛି । ଏଣୁ ଆନନ୍ଦପୁର ଉପଜିଲ୍ଲାପାଳ ନିରପେକ୍ଷ ତଦନ୍ତ ପୂର୍ବକ ସମ୍ପୃକ୍ତ ବିବାଦୀୟସ୍ଥଳକୁ ଚିହ୍ନଟ କରି ସ୍ଥାୟୀସମାଧାନର ବାଟ କାଢିବାକୁ ଶାଳବଣି ପଞ୍ଚାୟତବାସୀଙ୍କ ପକ୍ଷରୁ ଦାବି ହୋଇଥିବା ଜଣାପଡିଛି ।

ସେଆର କରନ୍ତୁ:



Powered by odothemes.com