ବସ୍ତିବାସିନ୍ଦାଙ୍କୁ ମିଳିବ ଜମି ଅଧିକାର | ସର୍ବସାଧାରଣ ଖବରକାଗଜ
CHIEFM~1

ବସ୍ତିବାସିନ୍ଦାଙ୍କୁ ମିଳିବ ଜମି ଅଧିକାର

57

ଭୁବନେଶ୍ୱର, ୧୩ା୩(ବୁ୍ୟରୋ): ସହରାଞ୍ଚଳ ଭୂମିହୀନ ବସ୍ତିବାସିନ୍ଦାଙ୍କୁ ଗୃହ ଯୋଗାଇବା ନିମନ୍ତେ ସର୍ଭେ କାର୍ଯ୍ୟ ଆରମ୍ଭ କରାଯିବ । ରାଜ୍ୟ ସରକାରଙ୍କ ପକ୍ଷରୁ ହେବାକୁ ଥିବା ଏହି ସର୍ଭେ କାର୍ଯ୍ୟରେ ଟାଟା ଟ୍ରଷ୍ଟ ବୈଷୟିକ ସହାୟତା ପ୍ରଦାନ କରିବ । ଭୂମିହୀନଙ୍କୁ ଜମି ଅଧିକାର ପ୍ରଦାନ କରିବା ଲାଗି ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତି ଅନୁଯାୟୀ ଆଜି ଟାଟା ଟ୍ରଷ୍ଟ ସହ ଏହି ମର୍ମରେ ଏକ ବୁଝାମଣାପତ୍ର (ଏମ୍ଓୟୁ) ସ୍ୱାକ୍ଷରିତ ହୋଇଛି । ନୂଆପଡା, ହିନେ୍ଦାଳ, ଅତାବିରା ବ୍ୟତୀତ ଗଞ୍ଜାମ ଓ ପୁରୀ ଜିଲ୍ଲାର ୯ ପୌର ସଂସ୍ଥା ପରେ ଏବେ ରାଜ୍ୟର ଅନ୍ୟ ପୌରପାଳିକା ଓ ଏନ୍ଏସିରେ ଭୂମି ଅଧିକାର ପ୍ରମାଣପତ୍ର ବଣ୍ଟନ ଲାଗି ସର୍ଭେ କାର୍ଯ୍ୟ ଆରମ୍ଭ କରାଯିବ । ୧୧୯ ପୌରପାଳିକା ଓ ଏନ୍ଏସିର ୨୫୦୦ ବସ୍ତିରେ ରହୁଥିବା ପ୍ରାୟ ଅଢେଇ ଲକ୍ଷ ଲୋକ ଏହାଦ୍ୱାରା ଉପକୃତ ହେବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଟାଟା ଟ୍ରଷ୍ଟର ଶ୍ରୀ ଭେଙ୍କଟରମଣ ଏବଂ ଗୃହ ଓ ନଗର ଉନ୍ନୟନ ସଚିବ ମାଥିଭାତନ ଏହି ଏମ୍ଓୟୁରେ ସ୍ୱାକ୍ଷର କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଏହା ଏକ ଐତିହାସିକ ପଦକ୍ଷେପ । ୭ ମାସ ତଳେ ସହରାଞ୍ଚଳ ବସ୍ତିବାସିନ୍ଦାଙ୍କୁ ଜମି ଅଧିକାର ପ୍ରମାଣପତ୍ର ଦେବା ପାଇଁ ନିଷ୍ପତ୍ତି ହୋଇଥିଲା । ବାରମ୍ବାର ଉଚ୍ଛେଦକୁ ବନ୍ଦ କରିବା ଲାଗି ସରକାର ଏହି ପଦକ୍ଷେପ ନେଇଥିଲେ । ବସ୍ତିରେ ରହୁଥିବା ଲୋକ ବିନା ଭୟରେ ଓ ସୁରକ୍ଷିତଭାବେ ନିଜ ଜୀବୀକା ନିର୍ବାହ କରିବା ଲାଗି ଏହି ପଦକ୍ଷେପ ନିଆଯାଇଛି । ଟାଟା ଟ୍ରଷ୍ଟ ଏଥିଲାଗି ବୈଷୟିକ ସହାୟତା ଯୋଗାଇଦେବ । ଆଧୁନିକ ଜ୍ଞାନକୌଶଳ ପ୍ରୟୋଗ ଦ୍ୱାରା ସେମାନଙ୍କ ଜମି ବନେ୍ଦାବସ୍ତ କରାଯିବା ସହ ସମାନୁପାତ ଭାବରେ ଏହା ସେମାନଙ୍କୁ ପ୍ରଦାନ କରାଯିବ । ବସ୍ତିବାସିନ୍ଦାଙ୍କୁ ଜମି ଅଧିକାର ପ୍ରଦାନ କରାଗଲାପରେ ସେମାନଙ୍କୁ ନିଷ୍ପତ୍ତି ପ୍ରକ୍ରିୟାରେ ଭାଗିଦାରୀ କରାଯିବ । ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ନିଆଯାଇଥିବା ପଦକ୍ଷେପକୁ ମୁଁ ଅଭିନନ୍ଦନ ଜଣାଉଛି । ଟାଟା ଟ୍ରଷ୍ଟ ବୈଷୟିକ ସହାୟତା ଦେବ ଓ ଜିଲ୍ଲାପାଳମାନେ ସେମାନଙ୍କ ଅନ୍ୟାନ୍ୟ କାମ ସହ ଏହି କାମକୁ ସର୍ବାଧିକ ପ୍ରାଥମିକତା ଦେବାକୁ ନିଦେ୍ର୍ଦଶ ଦିଆଯାଇଛି । ଏହି ପଦକ୍ଷେପ ବସ୍ତିବାସିନ୍ଦାଙ୍କ ମଧ୍ୟରେ ଖୁସି ଆଣିଦେବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ । ଏମ୍ଓୟୁ ସ୍ୱାକ୍ଷର ଅବସରରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି, ଓଡିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷ ସୁବ୍ରତ ବାଗ୍ଚି, ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢୀ, ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ଓ ଟାଟା ଟ୍ରଷ୍ଟର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।




Powered by odothemes.com