Kotagarh-Akari-maha-School

ଆରକିମାହା ବିଦ୍ୟାଳୟରେ ଶିକ୍ଷାରୁ ବଞ୍ଚିତ ୧୩୦ଛାତ୍ରଛାତ୍ରୀ

30

କୋଟଗଡ଼ରେ ଶିକ୍ଷା ବ୍ୟବସ୍ଥା ବାଟବଣା
ଫୁଲବାଣୀ/ବାଲିଗୁଡ଼ା (ବୁ୍ୟରୋ): କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକରେ ନୂତନ ଭାବେ ଗଢ଼ା ଯାଇଥିବା ସାରତୁଲ ପଞ୍ଚାୟତର ଆରକିମାହା ଗ୍ରାମଗୁଡ଼ିକ ମଧ୍ୟରୁ ୩ଟି ପଡ଼ା ଗାଁ ଆଡ଼ିପଦର, ଡାଡ୍ରାକାଜୁ ଓ ଉସୁରୁମାହା ରହିଛି । ଏହି ୩ଟି ପଡ଼ା ଗ୍ରାମରେ ୬୦୦ରୁ ଊଦ୍ଧ୍ୱର୍ ଲୋକ ବାସକରନ୍ତି । କିନ୍ତୁ ଏହି ଗ୍ରାମବାସୀଙ୍କ ପାଖରେ ମୌଳିକ ସୁବିଧା ପହଞ୍ଚିବା ସାତସପନ ପାଲଟିଛି । ଆରକିମାହା ଠାରେ ଏକ ବିଦ୍ୟାଳୟ ରହିଛି । ଯେଉଁଥିରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ରହିଥିବା ବେଳେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୧୩୦ ରହିଛି । ଏତେ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ପଢ଼ାଇବା ନିମନ୍ତେ ୨ଜଣ ଶିକ୍ଷକ ନିଯୁୂକ୍ତି ପାଇଛନ୍ତି । ମାତ୍ର ଶିକ୍ଷକଙ୍କ ନିୟମିତ ଅନୁପସ୍ଥିତି ଯୋଗୁ ବିଦ୍ୟାଳୟକୁ ଆସୁଥିବା ଛାତ୍ରଛାତ୍ରୀ ନିତି ଆସି ପାଠ ନପଢ଼ିପାରି ନିରାଶ ହୋଇ ଫେରୁଛନ୍ତି । ନିଯୁକ୍ତ ଶିକ୍ଷକ କେବଳ କୌଣସି କାମ ପଡ଼ିଲେ ସ୍କୁଲକୁ ଆସୁଥିବା ବେଳେ ଅନ୍ୟ ସମୟ ସ୍କୁଲ ବାରଣ୍ଡା ମାଡ଼ି ନାହାନ୍ତି । ଏପରି କ୍ଷେତ୍ରରେ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ନିମନ୍ତେ ଆସୁଥିବା ମିଡ୍ଡ଼େ ମିଲ୍ର ଚାଉଳ ଓ ଅନ୍ୟାନ୍ୟ ସାମଗ୍ରୀ କୁଆଷଡ଼ ଯାଉଛି ବୋଲି ଅଭିଭାବକ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏନେଇ ଜିଲ୍ଲା ମୁଖ୍ୟ ଶିକ୍ଷାଧିକାରୀଙ୍କୁ ପଚାରିବାରେ ସେ ମୁଁ ବ୍ଲକ୍ ଶିକ୍ଷାଧିକାରୀଙ୍କୁ କହିଛି । ସେ ବୁଝିକି ରିପୋର୍ଟ ଦେବେ ବୋଲି କହିଥିଲେ ।ଅପରପକ୍ଷେ ବର୍ଷବର୍ଷ ଧରି ସ୍କୁଲ୍ଟି ଏପରି ଚାଲୁଥିବା ବେଳେ ଜିଲ୍ଲା ଶିକ୍ଷାଧିକାରୀ କିପରି ଅଜ୍ଞ ରହିଛନ୍ତି ବୋଲି ବୁଦ୍ଧିଜୀବୀ ପ୍ରଶ୍ନ କରିଛନ୍ତି । ଅତିରିକ୍ତ ବ୍ଲକ୍ ଶିକ୍ଷାଧିକାରୀଙ୍କୁ ଯୋଗାଯୋଗ କରି ବିଫଳ ହେବାରେ ସେ ବାଲିଗୁଡ଼ାରେ ରହୁ ନଥିବା ଜଣାପଡ଼ିଥିଲା । ତେଣୁ ଏପରି ଅବ୍ୟବସ୍ଥା ମଧ୍ୟରେ ଚାଲିଥିବା ବିଦ୍ୟାଳୟକୁ ଦେଖିଲେ ସର୍ବଶିକ୍ଷା ଅଭିଯାନର ସଫଳତା ସ୍ପଷ୍ଟ ବାରି ହୋଇପଡ଼ୁଛି । ସୂଚନା ମୁତାବକ, କନ୍ଧମାଳ ଜିଲ୍ଲାରେ ମୋଟ ୭ଲକ୍ଷ ୪୦ ହଜାରରୁ ଊଦ୍ଧ୍ୱର୍ ବାସିନ୍ଦା ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ୫୨% ସାକ୍ଷର ଅଟନ୍ତି । ଜିଲ୍ଲାର କୋଟଗଡ଼, ତୁମୁଡିବନ୍ଧ ଓ ଦାରିଙ୍ଗବାଡ଼ି ବ୍ଲକ୍ ଅଞ୍ଚଳରେ ଶିକ୍ଷାର ପ୍ରଚାର ପ୍ରସାର ନାମକୁ ମାତ୍ର ହେଉଛି ବୋଲି ପ୍ରଶାସନ ପକ୍ଷରୁ ମଧ୍ୟ ସ୍ୱୀକାର କରାଯାଉଛି । ଜିଲ୍ଲା ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶିକ୍ଷାର ପ୍ରସାର ପାଇଁ ୧୧୬୭ଟି ପ୍ରାଥମିକ ବିଦ୍ୟାଳୟ ଓ ୬୦୫ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି । ଏଥିରେ ମୋଟ ଦେଢ଼ଲକ୍ଷ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ତେଣୁ ରାଜ୍ୟ ସରକାର ଜିଲ୍ଲାର ଶିକ୍ଷାର ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବରିଷ୍ଠ ମହଲରେ ଦାବି ହୋଇଛି ।




Powered by odothemes.com