samika-udhar-photo

ଇଟାଭାଟିରେ ଦାଦନ ଖଟୁଥିବା ୮ଶ୍ରମିକ ଉଦ୍ଧାର: ୪ ନିଖୋଜ

63

ଭଦ୍ରକ (ଆପ୍ର): ଭଦ୍ରକର ଜିଲ୍ଲାର ଭଣ୍ଡାରୀପୋଖରୀ ଅନ୍ତର୍ଗତ ନେରଡାର ଏକ ଘରୋଇ ଇଟାଭାଟିରେ ଛତିଶଗଡର ୧୨ଜଣ ଶ୍ରମିକଙ୍କୁ ଇଟାଭାଟିର ମାଲିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଥିଲା । ଅଭିଯୋଗୁ ଭିତ୍ତିକରି ସ୍ଥାନୀୟ ପୁଲିସ ସେମାନଙ୍କୁ ଉଦ୍ଧାର କରିଛି । ମିଳିଥିବା ସୂଚନା ଅନୁସାରେ, ଛତିଶଗଡ ରାଜ୍ୟର ମହାସମୁନ ଜିଲ୍ଲା ଅନ୍ତର୍ଗତ ବାରବାଟା ଓ ପଚେରୀ ଗ୍ରାମର ୧୨ଜଣ ଶ୍ରମିକଙ୍କୁ ଜଣେ ଦଲାଲ ଇଟାକାମ କରିବା ପାଇଁ ନେରଡାର କାଠିଆ ସାହୁଙ୍କ ଇଟାଭାଟି କାମରେ ନିୟୋଜିତ କରିଥିଲେ । ଏହିି ଶ୍ରମିକଙ୍କ ଅଭିଯୋଗ ଅନୁସାରେ ସେମାନେ ଦୁଇମାସ ହେଲା ଇଟା କାମ କଲା ପରେ ବି ମାଲିକ ତାଙ୍କୁ ପଇସା ଦେଇ ନାହିଁ । ପଇସା ମାଗିଲେ ମାଡମାରିବା ସହ ବିଭିନ୍ନ ନିର୍ଯାତନା ଦେଉଥିବା କହିଛନ୍ତି । ସତ୍ୟ ବାଇ ନାମକ ଜଣେ ଶ୍ରମିକକୁ ମାଡମାରିବା ଫଳରେ ତାର ହାତ ଭାଙ୍ଗିଯାଇଛି ବୋଲି କହିଥିଲେ । ନିର୍ଯାତନା ସମ୍ପର୍କରେ ଶ୍ରମିକ ନିଜର ଘରଲୋକଙ୍କୁ ଜଣାଇବା ପରେ ନିଜର ଘରୋଇ ଲୋକ ଆସି ସ୍ଥାନୀୟ ଥାନାରେ ଅଭିଯୋଗ କଲାପରେ ପୁଲିସ ସେମାନଙ୍କୁ ଉଦ୍ଧାର କରି ଜିଲ୍ଲା ଶ୍ରମବିଭାଗର କର୍ମକତ୍ତାଙ୍କୁ ହସ୍ତାନ୍ତର କରିଥିଲା । ଶ୍ରମ ବିଭାଗ ପକ୍ଷରୁ ଏହି ଆଠଜଣ ଉଦ୍ଧାର ଶ୍ରମିକଙ୍କୁ ଜିଲ୍ଲା ପ୍ରଶାସନ ପାଖରେ ପହଞ୍ଚାଇ ଥିଲା । ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଶ୍ରମିକଙ୍କ ଦାବି ପ୍ରତି ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଛନ୍ତି । ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏ ଶ୍ରମିକମାନଙ୍କୁ ନେଇ ଭଣ୍ଡାରିପୋଖରୀ ଥାନାରେ ରଖାଯାଇଛି ଏବଂ ମାଲିକ ସହ ସମ୍ପର୍କ ଯୋଗାଯୋଗ କରାଯାଉଛି । ସେମାନଙ୍କ ୨ମାସର ଦରଖା ଦିଆଯାଇ ସେମାନେ କିପରି ନିଜ ରାଜ୍ୟକୁ ଫେରିବେ ସେ ବ୍ୟବସ୍ଥା କରାଯିବ ବୋଲି ଥାନାଧିକାରୀ କହିଛନ୍ତି । ୪ଚାରିଜଣ ଶ୍ରମିକଙ୍କ ପତ୍ତା ମିଳୁନଥିବା ବେଳେ ସେମାନେ ନିଜ ଘରକୁ ଫେରି ଯାଇଥିବା ଅନୁମାନ କରାଯାଉଛି । ହେଲେ ସେମାନଙ୍କ ସମ୍ପର୍କିୟ ଆସି ଥାନାରେ ପହଞ୍ଚି ଉକ୍ତ ୪ ଜଣ ଏପର୍ଯ୍ୟନ୍ତ ଘରେ ପହଞ୍ଚି ନଥିବା ପ୍ରକାଶ କରିଛନ୍ତି ।

ସେଆର କରନ୍ତୁ:



Powered by odothemes.com