police1

ସବୁ ଜିଲ୍ଲାରେ ମଡେଲ ଥାନା: ଡିଜିପି

64

୬୦ତମ ବରିଷ୍ଠ ପୁଲିସ ଅଧିକାରୀ ସମ୍ମିଳନୀ
ଭୁବନେଶ୍ୱର (ବୁ୍ୟରୋ): ୬୦ତମ ବରିଷ୍ଠ ପୁଲିସ ଅଧିକାରୀ ସମ୍ମିଳନୀ ମଙ୍ଗଳବାର ସ୍ଥାନୀୟ ପୁଲିସ ଭବନରେ ଅନୁଷ୍ଠିତ ହୋଇଯାଇଛି । ପୁଲିସ୍ ମହାନିଦେ୍ର୍ଦଶକ(ଡିଜିପି) ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ମୁଖ୍ୟ ଅତିଥିଭାବେ ଯୋଗଦେଇ ସମ୍ମିଳନୀକୁ ଉଦ୍ଘାଟିତ କରିଛନ୍ତି । ସାଧାରଣ ଲୋକଙ୍କୁ ଉତ୍ତମ ସେବା ଓ ବ୍ୟବହାର ପାଇଁ ସବୁ ଜିଲ୍ଲାରେ ମଡେଲ ଥାନା କରାଯିବ ବୋଲି ଉଦ୍ଘାଟିତ ଉତ୍ସବରେ ଡିଜିପି ଶ୍ରୀ ଶର୍ମା ସୂଚନା ଦେଇଛନ୍ତି । ଏଥିସହ ସବୁ ଥାନାକୁ ଇ-ଅଫିସ୍ କରିବାକୁ ଶ୍ରୀ ଶର୍ମା ଉପସ୍ଥିତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ଇ-ଥାନା ହୋଇପାରିଲେ ଅଧିକାରୀମାନଙ୍କ ନିକଟରେ ଅନ୍ୟ କାର୍ଯ୍ୟ ପାଇଁ ସମୟ ମିଳିପାରିବ ବୋଲି ସେ ମତ ରଖିଛନ୍ତି । ସେହିପରି ଅପରାଧ ନିୟନ୍ତ୍ରଣ କରିବା ଅପେକ୍ଷା ଅପରାଧୀ କିପରି ଦଣ୍ଡିତ ହେବେ ସେଥିପ୍ରତି ଧ୍ୟାନ ଦେବା ଓ ସାଇବର ଅପରାଧକୁ କିପରି ନିୟନ୍ତ୍ରଣ କରିବା ପାଇଁ ଗୁରୁତ୍ୱ ଦେବାକୁ ଶ୍ରୀ ଶର୍ମା ନିଦେ୍ର୍ଦଶ ଦେଇଛନ୍ତି । ଏହି ସମ୍ମିଳନୀରେ ନକ୍ସଲ ଦମନ, ଆଇନ୍ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ଓ ଲୋକାଭିମୁଖି ପୁଲିସ୍ ଆଦି ପ୍ରସଙ୍ଗରେ ଆଲୋଚନା କରାଯାଇଛି । ତିନି ଦିନ ଧରି ଏହି ସମ୍ମିଳନୀ ଚାଲୁରହିବ ବୋଲି ଜଣାପଡିଛି । ମାଓ ଦମନ ହୋଇପାରିଛି । ହେଲେ ବିଭିନ୍ନ ସମୟରେ ମାଓ ହିଂସା ଦେଖିବାକୁ ମିଳିଛି । କିପରି ମାଓ ହିସାକୁ ସମ୍ପୂର୍ଣ୍ଣ ଭାବେ ଦମନ କରାଯାଇପାରିବ ସେଥିପ୍ରତି ଆଲୋଚନା ହୋଇଛି । ସେହିପରି ଅପରାଧୀଙ୍କୁ ସାବାଡ୍ କରିବାକୁ ହେଲେ ତଦନ୍ତ ପ୍ରକ୍ରିୟାକୁ କଠିନ କରିବାକୁ ହେବ ବୋଲି ବରିଷ୍ଠ ଅଧିକାରୀମାନେ ମତ ରଖିଛନ୍ତି । ଆଗାମୀ ଦିନରେ ଅପରାଧୀଙ୍କ ପ୍ରତି ଅଧିକ ଦଣ୍ଡ ବିଧାନକୁ ଗୁରୁତ୍ୱ ଦେବା ପାଇଁ ଡିଜିପି ଶ୍ରୀ ଶାର୍ମ ଆହା୍ୱନ ଦେଇଛନ୍ତି । ମାମଲା ଗୁଡିକରେ ଅଧିକରୁ ଅଧିକ ତଥ୍ୟ ପ୍ରମାଣ ସଗ୍ରହ କରି ଅଭିଯୋଗ ଫର୍ଦ୍ଦକୁ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛନ୍ତି । ସେହିଭଳି ବିଭିନ୍ନ ବିତର୍କରେ ଯୋଗଦେବା ପାଇଁ ଯୁବ ଅଧିକାରୀମାନଙ୍କୁ ଶ୍ରୀ ଶର୍ମା ଗୁରୁମନ୍ତ୍ର ଦେଇଛନ୍ତି । ବଳ ପ୍ରୟୋଗ ନକରି ସଞ୍ଜମତାର ସହ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଓ ଲୋକଙ୍କ ସହ ମିଶି କାମ କରିବାକୁ ଉପସ୍ଥିତ ଅଧିକାରୀମାନଙ୍କୁ ଶ୍ରୀ ଶର୍ମା କହିଛନ୍ତି । ଏଥିସହ ଲୋକଙ୍କ ଭରସାଯୋଗ୍ୟ ଓ ପିପୁଳ ଫ୍ରେଣ୍ଡଲି ହେବାକୁ ଡିଜିପି ନିଦେ୍ର୍ଦଶ ଦେଇଛନ୍ତି । ଏହି ସମ୍ମିଳନୀରେ ସବୁ ଜିଲ୍ଲା ଏସ୍ପି, ପୁଲିସ୍ କମିଶନର, ଡିସିପିଙ୍କ ସମେତ ୧୩୮ ଜଣ ବରିଷ୍ଠ ପୁଲିସ୍ ଅଧିକାରୀ ଯୋଗଦେଇଥିଲେ ।

ସେଆର କରନ୍ତୁ:



Powered by odothemes.com