sachibalaya-re-purusa-hockey-biswa-cup-2018-ra-prastutee-nei-mukhya-sasana-sachiba-aditya-prasad-padhi-nkn-samikshya--baithak--(2)

ବ୍ୟାପକ ସଚେତନତା, ପ୍ରତିଷେଧକ ପଦକ୍ଷେପକୁ ଗୁରୁତ୍ୱ

59

ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ପ୍ରଶାସନିକ ପ୍ରସ୍ତୁତି
ଭୁବନେଶ୍ୱର (ବୁ୍ୟରୋ): ଚଳିତବର୍ଷ ରାଜ୍ୟରେ ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହର ମୁକାବିଲା ନିମନ୍ତେ ପ୍ରଶାସନିକସ୍ତରରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ମଙ୍ଗଳବାର ସଚିବାଳୟରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ବିଭିନ୍ନ ବିଭାଗ ଦ୍ୱାରା ନିଆଯାଇଥିବା ପ୍ରତିଷେଧକମୂଳକ ପଦକ୍ଷେପ ଗୁଡ଼ିକର ସମୀକ୍ଷା କରିଥିଲେ । ସ୍ୱତନ୍ତ୍ର ରିଲିଫ୍ କମିଶନର ତଥା ଓଡ଼ିଶା ବିପର୍ଯ୍ୟୟ ପରିଚାଳନାର ନିଦେ୍ର୍ଦଶକ ବିଷ୍ଣୁପଦ ସେଠୀ ଗ୍ରୀଷ୍ମ ପ୍ରବାହ ଓ ପରିଚାଳନା ସମ୍ବନ୍ଧିତ ବିଷୟବସ୍ତୁ ନିମନ୍ତେ ଉପସ୍ଥାପନ କରିଥିଲେ । ବିଭିନ୍ନ ବିଭାଗଙ୍କ ପକ୍ଷରୁ ବର୍ତ୍ତମାନ ସୁଦ୍ଧା କରାଯାଇଥିବା ପ୍ରସ୍ତୁତିର ସମୀକ୍ଷା କରି ସଚେତନତା କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ ଏବଂ ସଘନ କରିବା ନିମନ୍ତେ ଶ୍ରୀ ପାଢ଼ୀ ନିଦେ୍ର୍ଦଶ ଦେଇଥିଲେ । ଏହାଛଡ଼ା ସବୁସ୍ତରରେ ପ୍ରତିଷେଧମୂଳକ ବ୍ୟବସ୍ଥାକୁ ପୂର୍ଣ୍ଣ ବ୍ୟବସ୍ଥିତ କରି ରଖିବା, ଉକ୍ତ କାର୍ଯ୍ୟରେ ଜନପ୍ରତିନିଧି ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନଙ୍କୁ ସାମିଲ କରିବା ପାଇଁ ମଧ୍ୟ ଶ୍ରୀ ପାଢ଼ୀ ନିଦେ୍ର୍ଦଶ ଦେଇଥିଲେ । ସ୍ୱତନ୍ତ୍ର ରିଲିଫ କମିଶନର ଶ୍ରୀ ସେଠୀ ଜଣାଇଥିଲେ ଯେ, ଓଡ଼ିଶାରେ ସାଧାରଣତଃ ମାର୍ଚ୍ଚ ମାସରୁ ମେ ମାସ ମଧ୍ୟରେ ତାପମାତ୍ରା ବୃଦ୍ଧି ଘଟିବା ସହ ଗ୍ରୀଷ୍ମ ପ୍ରବାହ ଜନିତ ସ୍ଥିତି ସୃଷ୍ଟି କରିଥାଏ । ବିଗତ କେତେକ ବର୍ଷରେ ଏହି ଉଚ୍ଚ ତାପମାତ୍ରା ସ୍ଥିତି ଜୁନ୍ ମାସ ମଧ୍ୟଭାଗ ପର୍ଯ୍ୟନ୍ତ ଲାଗି ରହିଥିବାର ଉଦାହରଣ ରହିଛି । ଉପକୂଳ ଅଞ୍ଚଳରେ ଆର୍ଦ୍ର ତାପମାତ୍ରା, ପଶ୍ଚିମ ଓ ପାହାଡିଆ ଅଞ୍ଚଳରେ ଶୁଷ୍କ ତାପମାତ୍ରା ଅନୁଭୂତ ହୁଏ । ୧୯୯୮ ମସିହାରେ ଏହି ଅବସ୍ଥା ସଙ୍କଟାପର୍ଣ୍ଣ ହୋଇ ୨୦୪୨ଜଣଙ୍କର ମୃତୁ୍ୟ ଘଟିଥିଲା । ଓଡ଼ିଶା ସରକାରଙ୍କ ଲଗାତାର ପ୍ରଚେଷ୍ଟା ଯୋଗୁୂଁ ଏପ୍ରକାର ସ୍ଥିତିକୁ ବିଗତ ବର୍ଷମାନଙ୍କରେ ନିବାରଣ କରାଯାଇଛି । ଇତି ମଧ୍ୟରେ ବିଭିନ୍ନ ସହରରେ ସାଧାରଣ ତାପମାତ୍ରା ସୀମା ନିର୍ଦ୍ଧାରଣ କାର୍ଯ୍ୟ ଆରମ୍ଭ କରାଯାଇଛି । ଭୁବନେଶ୍ୱରର ସାଧାରଣ ତାପମାତ୍ରା ସୀମା ୩୬.୨ ଡିଗ୍ରୀ ସେଲସିୟସ୍ରୁ ୪୦.୫ ଡିଗ୍ରୀ ସେଲ୍ସିୟସ୍ ବୋଲି ଭାରତୀୟ ସାଧାରଣ ସ୍ୱାସ୍ଥ୍ୟ ଅନୁଷ୍ଠାନ ଅନୁଧ୍ୟାନରୁ ଜଣାପଡିଛି । ଗୋଟିଏ ସ୍ଥାନରେ ସାଧାରଣ ସୀମାର ୫ଡିଗ୍ରୀରୁ ଅଧିକ ତାପମାତ୍ରା ଲଗାତାର ୨ଦିନରୁ ଊଦ୍ଧ୍ୱର୍ ରହିଲେ ଗ୍ରୀଷ୍ମ ପ୍ରବାହ ସ୍ଥିତି ସୃଷ୍ଟି କରିଥାଏ । ବୈଠକରେ ମୁଖ୍ୟତଃ ଗ୍ରୀଷ୍ମ ପ୍ରବାହ ବିଷୟରେ ସଚେତନତା ସୃଷ୍ଟି, ସତର୍କ ସୂଚନା ପ୍ରସାରଣ, ପାନୀୟ ଜଳ ବ୍ୟବସ୍ଥା, ସ୍ୱାସ୍ଥ୍ୟସେବା ବ୍ୟବସ୍ଥା, ଆଇନର ଆନୁପାଳନ ଆଦି ବିଷୟରେ ଆଲୋଚନା ହୋଇଥିଲା । ପ୍ରତି ଜିଲ୍ଲାରେ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କର ବୈଠକ ନିୟମିତ ଭାବେ କରିବା ସହ ଜିଲ୍ଲାରେ ଆବଶ୍ୟକତା ଅନୁଯାୟୀ ସମସ୍ତ ପଦକ୍ଷେପ ନେବା ପାଇଁ ଜିଲ୍ଲାପାଳଙ୍କୁ ମୁଖ୍ୟ ସଚିବ ନିଦେ୍ର୍ଦଶ ଦେଇଥିଲେ । ଯେଉଁ ଗ୍ରାମରେ ଜଳାଭାବ ସୃଷ୍ଟି ହେବାର ସମ୍ଭାବନା ରହିଛି, ସେଗୁଡିକୁ ଆଗୁଆ ଚିହ୍ନଟ କରିବା ସହ ପ୍ରତିଶେଧାତ୍ମକ ବ୍ୟବସ୍ଥା ପ୍ରସ୍ତୁତ ରଖିବା ଲାଗି ଜିଲା୍ଲପାଳଙ୍କୁ କୁହାଯାଇଥିଲା । ନଳକୂପ ଗୁଡିକରେ ପ୍ରତିକାରାତ୍ମକ ରକ୍ଷଣାବେକ୍ଷଣ ପ୍ରଥମରୁ କରିବା ପାଇଁ ଶ୍ରୀ ପାଢ଼ୀ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗକୁ ନିଦେ୍ର୍ଦଶ ଦେଇଥିଲେ । ଗ୍ରାମପଞ୍ଚାୟତ, ସ୍ୱାୟତ ଶାସନ ସଂସ୍ଥା ଏବଂ ସ୍ୱେଚ୍ଛାସେବୀ ଅନୁଷ୍ଠାନଙ୍କ ମଧ୍ୟରେ ଜଳଛତ୍ର ଖୋଲାଇବା, ନଳକୂପ ଏବଂ କୂପ ଆଦି ପାଖରେ ଗାଈଗୋରୁଙ୍କ ନିମନ୍ତେ ପାଣିର ବ୍ୟବସ୍ଥା କରିବା, ସଂରକ୍ଷିତ ଜଙ୍ଗଲରେ ବନ୍ୟଜନ୍ତୁଙ୍କ ନିମନ୍ତେ ପାଣିର ବ୍ୟବସ୍ଥା କରିବା ଉପରେ ବୈଠକରେ ନିଷ୍ପତ୍ତି ହୋଇଥିଲା । ଡାକ୍ତରଖାନାରେ ଅଂଶୁଘାତ ରୋଗୀଙ୍କର ୨୪ଘଣ୍ଟିଆ ବ୍ୟବସ୍ଥା ସହିତ ସବ୍ସେଣ୍ଟର ଏବଂ ଆଶାକର୍ମୀଙ୍କ ପାଖରେ ଓଆର୍ଏସ୍ ପ୍ୟାକେଟ ମହଜୁଦ ରଖାଯାଇଛି ବୋଲି ସ୍ୱାସ୍ଥ୍ୟ ସଚିବ ପ୍ରମୋଦ ମେହେର୍ଦ୍ଦା ବୈଠକରେ ଜଣାଇଥିଲେ । ବିଦ୍ୟାଳୟ ଓ ଅଙ୍ଗନୱାଡି ଗୁଡ଼ିକୁ ସକାଳ ସାଢ଼େ ୬ଟା ରୁ ଆରମ୍ଭ କରି ୧୦ଟା ସୁଦ୍ଧା ଛୁଟି କରିବା ନିମନ୍ତେ ମୁଖ୍ୟ ସଚିବ ନିଦେ୍ର୍ଦଶ ଦେଇଥିଲେ । ଦିନ ୧୧ଟାରୁ ୩ଟା ମଧ୍ୟରେ ଯାତ୍ରୀବାହୀ ବସ୍ ଚଳାଚଳ ନିୟନ୍ତ୍ରଣ କରିବା, ବସ୍ରେ ଯଥେଷ୍ଟ ଜଳ ଓ ଓଆର୍ଏସ୍, ବରଫ ରଖିବା, ଦିନ ୧୧ଟାରୁ ୩ଟା ମଧ୍ୟରେ ଶ୍ରମିକମାନେ ଖରାରେ ଅତ୍ୟଧିକ ପରିଶ୍ରମ ନକରିବା, ଗ୍ରୀଷ୍ମ ଋତୁରେ ବିଦୁ୍ୟତ ଯୋଗାଣ ବଜାୟ ରଖିବା ନିମନ୍ତେ ଗ୍ରୀଡ୍କୋ ତରଫରୁ ପାୱାର ବ୍ୟାଙ୍କ କରିବା ନିମନ୍ତେ ଆଦି ବିଷୟରେ ବୈଠକରେ ନିଷ୍ପତ୍ତି ହୋଇଥିଲା । ଜଳାଶୟରୁ ଜନସାଧାରଣ ଏବଂ ପଶୁପକ୍ଷୀ ବୃକ୍ଷଲତାଙ୍କ ନିମନ୍ତେ ପାଣି ଛାଡିବା ପାଇଁ ମୁଖ୍ୟ ସଚିବ ପରାମର୍ଶ ଦେଇଥିଲେ । ସଂପୃକ୍ତ ବିଭାଗର ପ୍ରମୁଖ ଶାସନ ସଚିବ, ଶାସନ ସଚିବ ଏବଂ ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।




Powered by odothemes.com